Posted inଜାତୀୟ

ହିଜାବରେ ନୂଆ ମୋଡ଼, ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ଆର୍‌ଏସ୍‌ଏସ୍‌ ମୁସଲିମ୍‌ ଶାଖାର ସମର୍ଥନ …

ବେଙ୍ଗାଲୁରୁ, ୧୦।୨ : ହିଜାବ୍‌ ବିବାଦ ନେଇ ଦେଶର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏପରିସ୍ଥଳେ ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁସଲିମ୍‌ ଶାଖା ଏମ୍‌ଆର୍‌ଏମ୍‌ ପକ୍ଷରୁ ସମର୍ଥନ କରାଯାଇଛି।

ଫଳରେ ହିଜାବ ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ସଂଘ କହିଛନ୍ତି ଯେ ହିଜାବ ବା ଆବରଣ ଭାରତୀୟ ସଂସ୍କୃତିର ଏକ ଅଂଶ। ଆରଏସ୍‌ଏସ୍‌ର ମୁସଲିମ ଶାଖା, ମୁସଲିମ ରାଷ୍ଟ୍ରୀୟ ମଞ୍ଚ, ବିବି ମୁସକାନ୍‌ଙ୍କ ହିଜାବ ପିନ୍ଧିବା ଆବେଦନକୁ ସମର୍ଥନ କରିଛନ୍ତିି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ମୁସଲିମ ରାଷ୍ଟ୍ରିୟ ମଞ୍ଚର ଅୱଧ ପ୍ରାନ୍ତର ସଞ୍ଚାଳକ ଅନୀଲ ସିଂ କହିଛନ୍ତି ଯେ ସେ ଆମର ଝିଅ ଏବଂ ଭଉଣୀ। ତାଙ୍କ ସଙ୍କଟ ସମୟରେ ଆମେ ତାଙ୍କ ସହିତ ଛିଡା ହୋଇଛୁ।

ମୁସଲିମ ରାଷ୍ଟ୍ରୀୟ ମଞ୍ଚ ନିଜ ବିବୃତ୍ତିରେ କହିଛି ଯେ ହିନ୍ଦୁ ସଂସ୍କୃତି ମହିଳାମାନଙ୍କୁ ସମ୍ମାନ ଦେବା ଶିଖାଏ ଏବଂ ଯେଉଁମାନେ ଜୟ ଶ୍ରୀରାମ ସ୍ଳୋଗାନ୍‌ ଦେଇଥିଲେ ଏବଂ ଝିଅଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରିଥିଲେ ସେମାନେ ଭୁଲ ଥିଲେ।

ବିବୃତ୍ତିରେ କୁହାଯାଇଛି ଯେ ହିଜାବ ପିନ୍ଧିବା ପାଇଁ ଝିଅମାନଙ୍କର ସାମ୍ବିଧାନିକ ଅଧିକାର ରହିଛି। ଯଦି ସେ କ୍ୟାମ୍ପସ ଡ୍ରେସ କୋଡର ଉଲ୍ଲଂଘନ କରିଥାନ୍ତେ, ତା’ହେଲେ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଅଛି। ଆରଏସ୍‌ଏସ୍‌ ନେତା କହିଛନ୍ତି ଯେ ଗୈରିକ ପଗଡ଼ି ପିନ୍ଧି ପୁଅମାନଙ୍କର ଜୟ ଶ୍ରୀ ରାମ ସ୍ଳୋଗାନ୍‌ କରିବା ଆଚରଣ ଗ୍ରହଣୀୟ ନୁହେଁ। ସେମାନେ ହିନ୍ଦୁ ସଂସ୍କୃତିକୁ ବଦନାମ କରିଛନ୍ତି।

ଅନୀଲ କହିଛନ୍ତି ଯେ ହିଜାବ କିମ୍ବା ଆବରଣ ମଧ୍ୟ ଭାରତୀୟ ସଂସ୍କୃତିର ଏକ ଅଂଶ ଏବଂ ହିନ୍ଦୁ ମହିଳାମାନେ ନିଜ ପସନ୍ଦ ଅନୁଯାୟୀ ଓଢ଼ଣା ପିନ୍ଧନ୍ତି ଏବଂ ବିବି ମୁସକାନ୍‌ଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ପ୍ରଯୁଜ୍ୟ। ଅନୀଲ କହିଛନ୍ତି ଆମର ସରସଙ୍ଗ ଚାଳକ କହିଛନ୍ତି, ମୁସଲମାନମାନେ ଆମର ଭାଇ ଏବଂ ଉଭୟ ସମ୍ପ୍ରଦାୟର ଡିଏନ୍‌ଏ ସମାନ। ମୁସଲମାନମାନଙ୍କୁ ସେମାନଙ୍କର ଭାଇ ଭାବରେ ଗ୍ରହଣ କରିବାକୁ ମୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିବେଦନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ ଓଗାଳିଲା ଡବ୍ଲ୍ୟୁଏଚ୍‌ଓ: ‘ଭୂତାଣୁ ସମ୍ପର୍କରେ ପ୍ରଥମେ ଚାଇନା ସତର୍କ କରି ନ ଥିଲା’

ଜେନିଭା,୪।୭: ମହାମାରୀ କରୋନା ପ୍ରକୋପ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଶେଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସତ ମାନିଛି। ଭୂତାଣୁ ନେଇ ଚାଇନା ଆମକୁ...

ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା...

ଗେହଲଟ-ପାଇଲଟ ବିବାଦ ମଧ୍ୟରେ ଦଳର ଅଧ୍ୟକ୍ଷଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ଏହି ସାକ୍ଷାତ ସମୟରେ ପାର୍ଟି ହାଇକମାଣ୍ଡ ରାଜସ୍ଥାନରେ...

ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ,୧୯।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ...

‘ଭାଜପା ଯୋଗାଯୋଗରେ ଅଛନ୍ତି ୩୮ ଟିଏମ୍‌ସି ଏମ୍‌ପି’

କୋଲକତା,୨୭।୭: ଅଭିନେତାରୁ ରାଜନେତା ପାଲଟିଥିବା ମିଥୁନ ଚକ୍ରବର୍ତ୍ତୀ ବୁଧବାର ବଡ଼ ଦାବି କରିଛନ୍ତି। ୩୮ ଟିଏମସି ବିଧାୟକ ଭାଜପା ସହ ଯୋଗାଯୋଗରେ ଥିବା ଭାଜପା ନେତା...

ବିଶେଷଜ୍ଞଙ୍କ ବିନା ପରାମର୍ଶରେ ହାଇବ୍ରିଡ୍‌ ହିୟରିଂ ପାଇଁ ୭୯ କୋଟି ମଞ୍ଜୁରୀ, ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୧।୧୦: ହାଇବ୍ରିଡି ହିୟରିଂ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଦିଲ୍ଲୀ ସରକାର ୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ...

ବିଷାକ୍ତ ପାଣି ପିଇ ଚାଲିଗଲା ଛାତ୍ରଙ୍କ ଜୀବନ, ୫୦ ଅସୁସ୍ଥ

କୋଲକାତା,୨୮।୮: ପଶ୍ଚିମବଙ୍ଗ ନଦିୟା ଜିଲା ମଥୁଆପୁରରେ ବିଷାକ୍ତ ଜଳ ପିଇ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରିକି ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ...

ଲାଲୁ ଜଣେ ନିର୍ଭୀକ ଯୋଦ୍ଧା, ଜନ୍ମଦିନରେ ଲାଲୁଙ୍କୁ ପ୍ରଶଂସା କଲେ ଷ୍ଟାଲିନ…

ପାଟନା/ଚେନ୍ନାଇ,୧୧।୬ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ...

Advertisement
Archives

Model This Week