ରାୟଗଡ଼ାରେ ନିର୍ମାଣ ହେବ ନୂତନ ଜିଲା ଅଦାଲତ କୋଠା

ରାୟଗଡ଼ା ଅଫିସ,୨୧।୩: ରାୟଗଡ଼ା ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ନିମନ୍ତେ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲିଧର ମୁଖ୍ୟ ଅତିଥି ଏବଂ ହାଇକୋର୍ଟ ବିଚାରପତି ବି. ଆର୍‌. ଷଡଙ୍ଗୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଦୀର୍ଘ ୮ବର୍ଷ ଧରି ନୂତନ ଜିଲା ଅଦାଲତ କୋଠା ପାଇଁ ଓକିଲ ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାକୁ ସମର୍ଥନ ଜଣାଇ ହାଇକୋର୍ଟ ରାୟଗଡ଼ାରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ। ୪୭ କୋଟି ବ୍ୟୟରେ ୫ମହଲା ବିଶିଷ୍ଠ ଅତ୍ୟାଧୁନିକ ଡିଜିଟାଲ ତଥା ସମସ୍ତ ପ୍ରକାର ସୁବିଧା ରହିଥିବା କୋଠା କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ରହିଛି। ଗୋଟିଏ କୋଠାରେ ରାୟଗଡ଼ାରେ ଥିବା ବିଭିନ୍ନ ଅଦାଲତ ରହିବାରୁ ଲୋକେ ମଧ୍ୟ ଉପକୃତ ହୋଇପାରିବେ। ଏଥିସହ ନୂତନଭାବେ ଆସୁଥିବା ଓକିଲମାନେ ମଧ୍ୟ ଅନେକ ଆଇନ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିପାରିବେ। ସମସ୍ତେ ରାୟଗଡ଼ାରୁ ସିଧାସଳଖ ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଗୁଡ଼ିକ ଲଢ଼ିପାରିବେ ବୋଲି ରାୟଗଡ଼ା ଓକିଲ ସଂଘର ସଭାପତି ଭି.ଏସ୍‌. ରାଜୁ କହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବିଚାରପତି ଲୋକଙ୍କୁ ନ୍ୟାୟପାଳିକା ଉପରେ ରହିଥିବା ବିଶ୍ୱାସକୁ ଆହୁରି ସୁଦୃୃଢ଼ କରିବା ପାଇଁ ଆଇନଜୀବୀମାନେ ମହକିଲଙ୍କ ସହ ସୁସମ୍ପର୍କ ରଖିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ନୂତନ ଜିଲା ଅଦାଲତ ନିର୍ମାଣ ହେବା ପରେ କୋର୍ଟକୁ ଆସୁଥିବା ଗରିବ ମହକିଲମାନେ ସିଧାସଳଖ ସୁବିଧା ପାଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଜିଲା ଓ ଦୌରାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ଓକିଲ ସଂଘର ସଭାପତି ଭି.ଏସ୍‌. ରାଜୁ, ସମ୍ପାଦକ ଜଗନ୍ନାଥ ଦୋରା ମଞ୍ଚାସୀନ ଥିଲେ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ, ବିଧାୟକ ମକରନ୍ଦ ମୁଦୁଲି, ଜିଲାପାଳ ସରୋଜ କୁମାର ମିଶ୍ର, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?