ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା ଜାରି ରଖିଛନ୍ତି।

ଜରୁରୀକାଳିନ ସେବା ପକ୍ଷରୁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ଘଟଣାସ୍ଥଳରୁ ଭିଡିଓରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସିଡ୍‌ନୀର ସେଣ୍ଟ୍ରାଲ ରେଳ ଷ୍ଟେଶନ ନିକଟରେ ଥିବା ଏକ କୋଠାରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।

ବିଲ୍ଡିଂର ଚାରିପାଖରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଏବଂ ପାଖରେ ପାର୍କିଂ ହୋଇଥିବା ଏକ କାର୍‌ ମଧ୍ୟ ଜଳିଯାଇଥିଲା। ସାଂସଦ ତାନ୍ୟା ପ୍ଲିବରସେକ୍‌ ଟୁଇଟ୍‌ କରି କହିଛନ୍ତି, ‘ମୋର ସୁରି ହିଲ୍ସ ନିର୍ବାଚନମଣ୍ଡଳୀରେ ଭୟଙ୍କର ଅଗ୍ନିକାଣ୍ଡ। ଦୟାକରି ସୁରକ୍ଷିତ ରୁହ ଏବଂ ଜରୁରୀକାଳିନ ସେବାଗୁଡିକର ନିର୍ଦ୍ଦେଶ ଶୁଣ।’


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ

ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ...

ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ,୯ା୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଚାଇନା ଭାରତକୁ ପ୍ରଶଂସା କରିଛି। ଏକ ଖବରଦାତା ସମ୍ମିଳନୀରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର...

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ...

୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…

ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ...

ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ ମୋଦି

ଢାକା,୧୪।୩(ପି.ଟି.): ବାଂଲାଦେଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନେପାଳ, ଶ୍ରୀଲଙ୍କା, ଭୁଟାନ ଓ ମାଳଦ୍ୱୀପର ରାଷ୍ଟ୍ର ତଥା ଶାସନ ମୁଖ୍ୟମାନେ...

ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର...

ସିରିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ଦାମାସକସ୍‌,୧୨।୨: କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ଅତି କମ୍‌ରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ହାତ...

କରୋନା ସଂକ୍ରମିତଙ୍କ ଘର ଜଗିବେ ସେନା!

ସିଡ୍‌ନୀ,୩୧ ।୭: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ଲହର ଶେଷ ହେଉଥିବା ବେଳେ ପୁଣି ମାଡି ଆସୁଥିବା ତୃତୀୟ ଓ ଚତୁର୍ଥ ଲହର ଏବେ...

Advertisement
Archives

Model This Week