ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ ହୋନା ହୋ’। ତେବେ ଆମେ ଆପଣଙ୍କୁ କରଣ ଜୋହରଙ୍କ ବିଷୟରେ କହୁଛୁ, ଯିଏ ଦୁନିଆକୁ ‘ଇସ୍କ ବାଲା ଲଭ୍‌’ ବିଷୟରେ କହିଥିଲେ। ରିଲ ଲାଇଫ୍‌ରେ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ ହିଟ୍‌ ହେଉଥିବା ବେଳେ ରିଅଲ ଲାଇଫ୍‌ରେ ତାଙ୍କ ଲଭ୍‌ ଷ୍ଟୋରି ଫ୍ଲଫ୍‌ ହେଇଯାଇଥିଲା। ତାଙ୍କ ପ୍ରେମକୁ ସେ କହି ପାରି ନ ଥିଲେ ଯାହା ଏକପାଖିଆ ହୋଇ ରହି ଯାଇଥିଲା। ବଲିଉଡ୍‌ ଲଭ୍‌ ଫିଲ୍ମର ହିରୋ କରଣଙ୍କ ଆଜି ଜନ୍ମଦିନ। ତେବେ ସେହି ରୋମାଣ୍ଟିକ୍‌ ହିରୋଙ୍କ ରିଅଲ୍‌ ଲାଇଫର ରୋମାଣ୍ଟିକ୍‌ ଷ୍ଟୋରି କହିବାକୁ ଯାଉଛୁ। ତାଙ୍କ ଜୀବନର ପ୍ରଥମ ଲେଡି ଲଭ୍‌।

୨୫ ମେ ୧୯୭୨ରେ ମୁମ୍ବାଇରେ ହିରୋ ଜୋହର ଏବଂ ୟଶ୍‌ ଜୋହରଙ୍କ ପରିବାରେ ଜନ୍ମ ହୋଇଥିବା କରଣଙ୍କୁ କିଏ ଅବା ନ ଜାଣେ। ଫିଲ୍ମରେ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖାଯାଉଥିବା କରଣ ନିଜ ବ୍ୟକ୍ତିଗତ ଜୀବନରେ ଏକୁଟିଆ। ପ୍ରଥମ ପ୍ରେମରୁ ଧୋକା ପାଇବା ପରେ ସେ ସବୁବେଳେ ଏକୁଟିଆ ରୁହନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

କରଣଙ୍କ ପ୍ରଥମ ପ୍ରେମ ଟ୍ବିଙ୍କିଲ୍‌ ଖନ୍ନା। ଟ୍ବିଙ୍କିଲ ଏବଂ କରଣ ପଞ୍ଚଗନିର ବୋର୍ଡିଂ ସ୍କୁଲରେ ଏକାଠି ପଢୁଥିଲେ। ଉଭୟଙ୍କ ବନ୍ଧୁତା ସ୍କୁଲରେ ଫେମସ୍‌ ଥିଲା। ଦୁହେଁ ଫିଲ୍ମ ପରିବାରର ଅଟନ୍ତି, ତେଣୁ ସେମାନଙ୍କର ବଣ୍ଡିଗଂ ବହୁତ ଭଲ ଥିଲା। ସ୍କୁଲରୁ କରଣ, ଟ୍ବିଙ୍କିଲ୍‌ଙ୍କୁ ଭଲ ପାଉଥିଲେ। ତେବେ ଟ୍ବିଙ୍କିଲଙ୍କ ପୁସ୍ତକ ‘ମିସେସ୍‌ ଫନିବୋନ୍ସ’ର ଉନ୍ମୋଚନ ସମୟରେ କରଣ ତାଙ୍କ ଲଭ୍‌ ଲାଇଫ୍‌କୁ ପ୍ରକାଶ କରିଥିଲେ। କରଣଙ୍କୁ ମଧ୍ୟ ଟ୍ବିଙ୍କିଲ୍‌ ଭଲ ପାଉଛନ୍ତି ବୋଲି ସ୍ବୀକାର କରିଥିଲେ।

ଏଠାରେ କହି ରଖୁଛି କି, କରଣଙ୍କ ପ୍ରେମ୍‌ ଏକପାଖିଆ ଥିଲା। କରଣଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୋତା ହେ’ର ଟିନା ଚରିତ୍ର ପାଇଁ କରନ୍‌ ଟ୍ବିଙ୍କିଲଙ୍କୁ ବାଛିଥିଲେ। କିନ୍ତୁ ଟ୍ବିଙ୍କିଲ୍‌ ଏନେଇ ସିଧା ମନା କରି ଦେଇଥିଲେ। କରଣଙ୍କୁ ଏହା ଆଘାତ ଦେଇଥିଲା। ଟ୍ବିଙ୍କିଲ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ୧୭ ଜାନୁଆରୀ ୨୦୦୧ରେ ବିବାହ କରିଥିଲେ ଯାହାକୁ ନେଇ କରଣ ଭାଙ୍ଗି ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri