ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ ହୋନା ହୋ’। ତେବେ ଆମେ ଆପଣଙ୍କୁ କରଣ ଜୋହରଙ୍କ ବିଷୟରେ କହୁଛୁ, ଯିଏ ଦୁନିଆକୁ ‘ଇସ୍କ ବାଲା ଲଭ୍‌’ ବିଷୟରେ କହିଥିଲେ। ରିଲ ଲାଇଫ୍‌ରେ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ ହିଟ୍‌ ହେଉଥିବା ବେଳେ ରିଅଲ ଲାଇଫ୍‌ରେ ତାଙ୍କ ଲଭ୍‌ ଷ୍ଟୋରି ଫ୍ଲଫ୍‌ ହେଇଯାଇଥିଲା। ତାଙ୍କ ପ୍ରେମକୁ ସେ କହି ପାରି ନ ଥିଲେ ଯାହା ଏକପାଖିଆ ହୋଇ ରହି ଯାଇଥିଲା। ବଲିଉଡ୍‌ ଲଭ୍‌ ଫିଲ୍ମର ହିରୋ କରଣଙ୍କ ଆଜି ଜନ୍ମଦିନ। ତେବେ ସେହି ରୋମାଣ୍ଟିକ୍‌ ହିରୋଙ୍କ ରିଅଲ୍‌ ଲାଇଫର ରୋମାଣ୍ଟିକ୍‌ ଷ୍ଟୋରି କହିବାକୁ ଯାଉଛୁ। ତାଙ୍କ ଜୀବନର ପ୍ରଥମ ଲେଡି ଲଭ୍‌।

୨୫ ମେ ୧୯୭୨ରେ ମୁମ୍ବାଇରେ ହିରୋ ଜୋହର ଏବଂ ୟଶ୍‌ ଜୋହରଙ୍କ ପରିବାରେ ଜନ୍ମ ହୋଇଥିବା କରଣଙ୍କୁ କିଏ ଅବା ନ ଜାଣେ। ଫିଲ୍ମରେ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖାଯାଉଥିବା କରଣ ନିଜ ବ୍ୟକ୍ତିଗତ ଜୀବନରେ ଏକୁଟିଆ। ପ୍ରଥମ ପ୍ରେମରୁ ଧୋକା ପାଇବା ପରେ ସେ ସବୁବେଳେ ଏକୁଟିଆ ରୁହନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

କରଣଙ୍କ ପ୍ରଥମ ପ୍ରେମ ଟ୍ବିଙ୍କିଲ୍‌ ଖନ୍ନା। ଟ୍ବିଙ୍କିଲ ଏବଂ କରଣ ପଞ୍ଚଗନିର ବୋର୍ଡିଂ ସ୍କୁଲରେ ଏକାଠି ପଢୁଥିଲେ। ଉଭୟଙ୍କ ବନ୍ଧୁତା ସ୍କୁଲରେ ଫେମସ୍‌ ଥିଲା। ଦୁହେଁ ଫିଲ୍ମ ପରିବାରର ଅଟନ୍ତି, ତେଣୁ ସେମାନଙ୍କର ବଣ୍ଡିଗଂ ବହୁତ ଭଲ ଥିଲା। ସ୍କୁଲରୁ କରଣ, ଟ୍ବିଙ୍କିଲ୍‌ଙ୍କୁ ଭଲ ପାଉଥିଲେ। ତେବେ ଟ୍ବିଙ୍କିଲଙ୍କ ପୁସ୍ତକ ‘ମିସେସ୍‌ ଫନିବୋନ୍ସ’ର ଉନ୍ମୋଚନ ସମୟରେ କରଣ ତାଙ୍କ ଲଭ୍‌ ଲାଇଫ୍‌କୁ ପ୍ରକାଶ କରିଥିଲେ। କରଣଙ୍କୁ ମଧ୍ୟ ଟ୍ବିଙ୍କିଲ୍‌ ଭଲ ପାଉଛନ୍ତି ବୋଲି ସ୍ବୀକାର କରିଥିଲେ।

ଏଠାରେ କହି ରଖୁଛି କି, କରଣଙ୍କ ପ୍ରେମ୍‌ ଏକପାଖିଆ ଥିଲା। କରଣଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୋତା ହେ’ର ଟିନା ଚରିତ୍ର ପାଇଁ କରନ୍‌ ଟ୍ବିଙ୍କିଲଙ୍କୁ ବାଛିଥିଲେ। କିନ୍ତୁ ଟ୍ବିଙ୍କିଲ୍‌ ଏନେଇ ସିଧା ମନା କରି ଦେଇଥିଲେ। କରଣଙ୍କୁ ଏହା ଆଘାତ ଦେଇଥିଲା। ଟ୍ବିଙ୍କିଲ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ୧୭ ଜାନୁଆରୀ ୨୦୦୧ରେ ବିବାହ କରିଥିଲେ ଯାହାକୁ ନେଇ କରଣ ଭାଙ୍ଗି ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?