ଚିହ୍ନଟ ହେଲା କରୋନା ଭାଇରସକୁ ରୋକିପାରୁଥିବା ଅଣୁ

କରୋନା କବଳରେ ସମଗ୍ର ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ଔଷଧ ତିଆରି କରିବାକୁ ସବୁ ଦେଶ ଲାଗିପଡ଼ିଛି। ବିଶେଷଜ୍ଞମାନେ ମଧ୍ୟ କରୋନା ଉପରେ ପରୀକ୍ଷା ଜାରି ରଖିଛନ୍ତି। ତେବେ ବିଶେଷଜ୍ଞମାନେ ଏଥିରେ କିଛିମାତ୍ରାରେ ସଫଳ ହୋଇଥିବା ଜଣାପଡ଼ିଛି। ସେମାନେ ଅନେକଗୁଡିଏ ଅଣୁ ଆବିଷ୍କାର କରିଛନ୍ତି ଯାହା ଶରୀରରେ କରୋନା ସଂକ୍ରମଣ ବୃଦ୍ଧି କରୁଥିବା ପ୍ରୋଟିନ୍‌କୁ ନଷ୍ଟ କରିପାରିବ। ଏହି ଅଣୁଗୁଡିକ ଚିହ୍ନଟ ହୋଇଥିବାରୁ ଆଗକୁ କୋଭିଡ୍‌-୧୯ ପାଇଁ ସହଜରେ ଔଷଧ ମଧ୍ୟ ତିଆରି କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।
ଆମେରିକାର କଲମ୍ବିଆ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ମତରେ ସାର୍ସ-କୋଭ୍‌-୨ ଜୀବାଣୁ ପଲିମେରେଜ୍‌ ନାମକ ଏକ ପ୍ରୋଟିନ ସହ ମିଶି ଅନେକ ଗୁଡିଏ ନକଲ ବନାଇ ଶରୀରରେ ବ୍ୟାପିଥାଏ। ତେଣୁ ଏହି ପଲିମରେଜ ପ୍ରତିକ୍ରିୟାକୁ ବନ୍ଦ କରିବା ଦ୍ୱାରା ଶରୀରରେ କରୋନା ଭାଇରସ ବିସ୍ତାରକୁ ରୋକାଯାଇ ପାରିବ। ଏପରି ସ୍ଥିତିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ହେବା ଯୋଗୁ କରୋନା ଭାଇରସକୁ ମାରିଦେଇଥାଏ। ବୈଜ୍ଞାନିକମାନେ ଆବିଷ୍କାର କରିଥିବା କେତେକ ଅଣୁ ଅନେକ ଭାଇରାଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି। ବର୍ତ୍ତମାନ ୬ଟି ଅଣୁ ଆବିଷ୍କାର ହୋଇଛି। ଏହି ଅଣୁଗୁଡ଼ିକ ସାହାଯ୍ୟରେ କୋଭିଡ୍‌-୧୯ର ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଔଷଧ ତିଆରି କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ...

ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ

ଲଣ୍ଡନ,୧୧ା୪(ଏଏଫ୍‌ପି): କରୋନା ଭାଇରସ ପାଇଁ ସମସ୍ତ ଫୁଟ୍‌ବଲରମାନଙ୍କ ଟେଷ୍ଟ ହେବା ପରେ ଯାଇ ଇଂଲିଶ ସିଜନର ପୁନଃ ଆରମ୍ଭ ହେବ। ଲିଗ୍‌ ମ୍ୟାନେଜର୍ସ ଆସୋସିଏଶନ୍ସର ମୁଖ୍ୟ...

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ...

ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣ ସଙ୍କେତ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୯।୬: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବାର ସଙ୍କେତ ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ...

କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା...

ଘରେ ପହଞ୍ଚିବ ଔଷଧ

ନୂଆଦିଲ୍ଲୀ,୨୭ା୩: ଦେଶରେ କରୋନା ଭାଇରସ୍‌ ସଂକ୍ରମ ବଢ଼ିବାରେ ଲାଗିଥିବାରୁ ଔଷଧଗୁଡ଼ିକର ହୋମ୍‌ ଡେଲିଭରିକୁ କେନ୍ଦ୍ର ସରକାର ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ...

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି...

ପ୍ରଥମ ଦରମା ବାପାଙ୍କ ପାଖକୁ ପଠାଇଥିଲି: ସାମାଜିକ କର୍ମୀ ରାମ ଶଙ୍କର

ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦରେ ମୋର ଜନ୍ମ। ସ୍ଥାନୀୟ ବିଜେବି ହାଇସ୍କୁଲରୁ ସ୍କୁଲ ପଢ଼ା ସାରି ବାଙ୍କୀ କଲେଜରେ ଗ୍ରାଜୁଏଶନ ଯାଏଁ ପଢ଼ିଥିଲି। ତା’ପରେ ପାରାଦୀପ ପୋର୍ଟରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *