ନିଶା କବଳରେ ଯାଯାବର ଶିଶୁ

ଅନୁଗୋଳ ଅଫିସ, ୨୦।୫ ସକାଳୁ ସନ୍ଧ୍ୟା ଯାଏ ସହରରେ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ଯେତିକି ମିଳୁଛି, ସେହି ଟଙ୍କାରେ ଖାଦ୍ୟ ଖାଇବା ପରିବର୍ତ୍ତେ ନିଶା ସାମଗ୍ରୀ ସେବନ କରୁଛନ୍ତି ଯାଯାବର ଶିଶୁ। ବିଶେଷକରି ବିଭିନ୍ନ ସାମଗ୍ରୀ ଯୋଡ଼ିବା ପାଇଁ ଶସ୍ତାରେ ମିଳିଯାଉଥିବା ଏକ ଅଠାକୁ ସେମାନେ ଖାଇ ନିଶାରେ ଚୂର୍‌ ହୋଇଯାଉଛନ୍ତି। ଏହାପରେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ସହ ଆପରାଧିକ କାର୍ଯ୍ୟ ଦିଗରେ ଅଗ୍ରସର ହେଉଛନ୍ତି। ଏଭଳି ଘଟଣା ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଦୈନିକ ଦେଖିବାକୁ ମିଳୁଛି। ଆବଶ୍ୟକତା ନ ଥିଲେ ମଧ୍ୟ ଏପରି ଶିଶୁଙ୍କ ହାତକୁ କାହିଁକି ଉକ୍ତ ନିଶାଯୁକ୍ତ ଅଠା ବିକ୍ରେତାମାନେ ବଢ଼ାଇ ଦେଉଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦୀର୍ଘଦିନ ଧରି ସହରରେ ଏପରି କାରବାର ଚାଲିଥିଲେ ବି ପୋଲିସ କି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ କୁନି କୁନି ପିଲା ପଥ ହୁଡ଼ୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
ଅନୁଗୋଳ ସହର ଏବେ ଯାଯାବରଙ୍କ ଏକପ୍ରକାର ଥଇଥାନ କେନ୍ଦ୍ର ପାଲଟିଯାଇଛି। ସହରର ବିଭିନ୍ନ ରାସ୍ତା ପାର୍ଶ୍ୱକୁ ଏମାନେ କବ୍‌ଜା କରିବାରେ ଲାଗିପଡ଼ିଛନ୍ତି। ବଡ଼ ମଣିଷଙ୍କଠାରୁ ଆରମ୍ଭ କରି ସେମାନଙ୍କ ଶିଶୁମାନେ ୨୪ ଘଣ୍ଟା ନିଶାରେ ବୁଡ଼ି ରହୁଛନ୍ତି। କିଏ ଦେଶୀ ମଦ୍ୟପାନ କରି ରାସ୍ତା ପାର୍ଶ୍ୱରେ ଶୋଇ ରହୁଛନ୍ତି ତ ପୁଣି ଆଉ କିଏ ଅନ୍ୟ ନିଶା ସାମଗ୍ରୀ ସେବନ କରି ବିଶୃଙ୍ଖଳା ବଢ଼ାଉଛନ୍ତି। ଏମାନଙ୍କ ଛୋଟ ପିଲାମାନେ ସହରର ଗଳିକନ୍ଦି ବୁଲି ଭିକ୍ଷା ମାଗି ସେହି ଅର୍ଥରେ ନିଶାଯୁକ୍ତ ଅଠା ଖାଉଛନ୍ତି। ବସ୍‌ଷ୍ଟାଣ୍ଡ ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଅଠା ରଖିବା ସହ ଏପରି ଯାଯାବର ପିଲାଙ୍କୁ ତାହା ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହି ନିଶା ଆଉ କେବଳ ଯାଯାବର ଶିଶୁଙ୍କ ନିକଟରେ ସୀମିତ ହୋଇ ରହିନାହିଁ। ଏହା ସ୍କୁଲ ପଢ଼ୁଆ ପିଲା ଓ କଲେଜ ଛାତ୍ରଙ୍କ ହାତରେ ଲାଗିଲାଣି। ଫଳରେ ଏମାନେ ବିପଥଗାମୀ ହୋଇ ଆପରାଧିକ ତଥା ଅସାମାଜିକ କାର୍ଯ୍ୟକଳାପରେ ନିଜକୁ ସାମିଲ କଲେଣି। ବ୍ୟବସାୟୀମାନେ କିଛି ଅର୍ଥ ଲାଭ ଆଶାରେ ଏହି ଅଠାକୁ ପିଲାମାନଙ୍କୁ ବିକ୍ରି କରୁଥିବାରୁ ସହରର ଅନେକ ଶିଶୁ ଏହା କବଳରେ ପଡ଼ିସାରିଲେଣି। ଘଟଣା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା କହିଛନ୍ତି, ବିଭିନ୍ନ ସମୟରେ ଯାଯାବର ବସ୍ତିକୁ ଯାଇ ସଚେତନ କରାଯାଉଛି। କିନ୍ତୁ ସେମାନେ ସଚେତନ ହେଉନାହାନ୍ତି। ଏ ନେଇ ଅନୁଗୋଳ ପୋଲିସକୁ ଅବଗତ କରାଯାଇ ବିଭିନ୍ନ ଦୋକାନରେ ଚଢ଼ାଉ କରାଯିବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?