ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି। ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୩୫୧/୨୦୨୬) ରୁଜୁ କରି ସମ୍ପୃକ୍ତ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଛି।
ସୂଚନାନୁଯାୟୀ, ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀ ଗଙ୍ଗପଡ଼ା ଗ୍ରାମରେ ଭଡ଼ାରେ ରୁହନ୍ତି। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଛାତ୍ରୀ ଗାଧୋଉଥିବା ସମୟରେ ଅଭିଯୁକ୍ତ ନାବାଳକ ଉକ୍ତ ଘରର ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରିଥିଲେ। ଏସବୁ ଘଟଣା ଛାତ୍ରୀ ଜଣଙ୍କ ଜାଣି ପାରି ନ ଥିବାବେଳେ ପଡ଼ୋଶୀ ଦେଖି ନାବାଳକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri