ଆଲିଆଙ୍କ ଅଭିନୟ ଦେଖି ଏମିତି କହିଲେ ସାମନ୍ଥା

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କ ଚରିତ୍ରକୁ ଦର୍ଶକ ପ୍ରଶଂସା କରିଛନ୍ତି। ଫିଲ୍ମକୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମୁଛି। ଅଭିନେତା,ଅଭିନେତ୍ରୀ ମଧ୍ୟ ଫିଲ୍ମକୁ ଉତ୍ସାହର ସହ ଦେଖୁଛନ୍ତି। ନିକଟରେ ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ମଧ୍ୟ ଫିଲ୍ମକୁ ଦେଖି ଆଲିଆଙ୍କ ଅଭିନୟରେ ବିଭୋର ହୋଇଯାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଲିଆଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ସେ ଲେଖିଛନ୍ତି ଯେ, ଏହା ହେଉଛି ଗୋଟିଏ ମାଷ୍ଟରପିସ ଫିଲ୍ମ । ଆଲିଆଙ୍କ ଅଭିନୟ ସମ୍ପର୍କରେ ଆଲୋଚନା କରିବା ପାଇଁ ସାମନ୍ଥାଙ୍କ ନିକଟରେ ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ପ୍ରତିଟି ସଂଳାପ ଓ ଦୃଷ୍ଟିଭଙ୍ଗୀ ସର୍ବଦା ତାଙ୍କ ମନରେ ଛାପି ହୋଇ ରହିବ ବୋଲି କହିଛନ୍ତି ସାମନ୍ଥା । ଆଲିଆଙ୍କ ବ୍ୟତିତ ଏଥିରେ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଦିଲ୍ଲୀ ଓ ମୁମ୍ବାଇରେ ଶୁଟିଂ ହୋଇଛି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୧୦ କୋଟିରୁ ଊଦ୍ଧର୍‌ବ ବ୍ୟବସାୟ କରିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ତଦନ୍ତ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ…

ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ ସରକାର କଲେ ବଡ଼ ଘୋଷଣା, ୩ରାଜ୍ୟରେ….

ନୂଆଦିଲ୍ଲୀ,୨୫।୫: ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଅଭାବ ସମ୍ପର୍କରେ ସରକାରଙ୍କ ସୂଚନା ସାମ୍ନାକୁ ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ବର୍ତ୍ତମାନ…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri