ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମି: ୭ ଦିନରେ ୬, ୨୩, ୬୩୨ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ,୨।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛମାନଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ସାତ ଦିନ ମଧ୍ୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ଗତ ଗୁରୁବାରଠାରୁ ବେଳାଭୂମିରେ ଆରମ୍ଭ ହୋଇଥିବା ଗଣ ଅଣ୍ଡାଦାନ ବୁଧବାର ସକାଳ ସୁଦ୍ଧା ୬ ଲକ୍ଷ ୨୩ହଜାର ୬୩୨ଟି ସାମୁଦ୍ରିକ କଇଁଛ ସାମୂହିକ ଅଣ୍ଡାଦାନ କରିଥିବା ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି, ଯାହାକି ଗତ ବର୍ଷ ରେକର୍ଡ ସଂଖ୍ୟକ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ୫ଲକ୍ଷ ୫୦ ହଜାର ହୋଇଥିବା ବେଳେ ଚଳିତ ବର୍ଷ ତା’ଠାରୁ ଢେର ବୃଦ୍ଧି ହୋଇଛି।

ମଙ୍ଗଳବାର ରାତ୍ରଠାରୁ ବୁଧବାର ସକାଳ ମଧ୍ୟରେ ୨୩ହଜାର ୨୨୩ ଗୋଟି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଛି। ସେହିପରି ଗତ ଗୁରୁବାର ସକାଳଠାରୁ ସନ୍ଧ୍ୟା ୬ଟାରେ ୫୧ ହଜାର ୩୨୩, ସନ୍ଧ୍ୟା ୬ଟାଠାରୁ ଶୁକ୍ରବାର ସକାଳ ମଧ୍ୟରେ ୧ ଲକ୍ଷ ୩୪ହଜାର ୨୩୬, ଶୁକ୍ରବାର ରାତ୍ରରୁ ଶନିବାର ସକାଳ ମଧ୍ୟରେ ୧ଲକ୍ଷ ୩୮ହଜାର ୮୨୯, ଶନିବାର ରାତ୍ରରୁ ରବିବାର ସକାଳ ମଧ୍ୟରେ ୧ଲକ୍ଷ ୪୦ ହଜାର ୯୨୯, ରବିବାର ରାତ୍ରରୁ ସୋମବାର ସକାଳ ମଧ୍ୟରେ ୯୨ ହଜାର ୫୨୩, ସୋମବାରଠାରୁ ମଙ୍ଗଳବାର ସକାଳ ମଧ୍ୟରେ ୪୨ ହଜାର ୫୨୯ଅଲିଭ ରିଡଲେ ଗଣ ଅଣ୍ଡାଦାନ କରିଥିବା ଜଣାପଡିଛି। ବନ ବିଭଗୀୟ ଅଧିକାରୀ, କର୍ମଚାରୀ ଅଲିଭ ରିଡଲେ ଓ ଗଣ ଅଣ୍ଡାଦାନ ସ୍ଥଳ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଥିବା ପରିଲକ୍ଷିତ ହୋଇଛି। ତହସିଲଦାର ଅରୁଣ କୁମାର ନାୟକ ଘନ ଘନ ସମୁଦ୍ର ବେଳାଭୂମି ମୁହାଣ ଯାଇ କଇଁଛ ଓ ଅଣ୍ଡା ସୁରକ୍ଷିତ ଅଛି ନାଁ ନାହିଁ ପଚାରି ବୁଝୁଛନ୍ତି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କଇଁଛଙ୍କ ଅଣ୍ଡା ଦାନ ହ୍ରାସ ହେବ ବୋଲି ପରିବେଶବିତ ମାନେ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri