ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ

ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ ସୌରଚାଳିତ ଶୀତଳ କକ୍ଷ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। ହେଲେ ସରକାରଙ୍କ ଏତାଦୃଶ୍ୟ ନିଷ୍ପତ୍ତିକୁ ନେଇ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଉକ୍ତ ଯୋଜନା କେବଳ ଘୋଷଣାନାମାରେ ସୀମିତ ହୋଇ ରହିଯାଇଛି। ଫଳରେ ପରିବା ଫସଲର ଅଭାବୀ ବିକ୍ରି ଓ ପଞ୍ଚାୟତ ଆୟବୃଦ୍ଧି କରିବାକୁ ଥିବା ପରିକଳ୍ପନା ଲକ୍ଷ୍ୟ ବିଫଳ ହୋଇଛି। ଚାଷୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ସୌରଚାଳିତ ଶୀତଳ କକ୍ଷ ଯୋଜନା ଏବେ ଶୀତଭଣ୍ଡାରରେ ରହିଯାଇଛି।
ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଶୀତଳ କକ୍ଷ ନିର୍ମାଣ ସକାଶେ ଜାତୀୟ ଉଦ୍ୟାନ କୃଷି ମିଶନ ଓ ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ୍‌ ଇନ ହର୍ଟିକଲଚର ଯୋଜନା ଅର୍ଥରୁ ବ୍ୟୟବରାଦ ପାଇଁ ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୦୦ଟି ପଞ୍ଚାୟତରେ ସୌରଚାଳିତ କୁଲ୍‌ ଚାମ୍ବର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହି ଚାମ୍ବର ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜାତୀୟ ଉଦ୍ୟାନ କୃଷି ମିଶନରୁ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହୋଇଥିବା ଅନୁଦାନର ୫୦ ଶତକଡ଼ା ଓ ଅନ୍ୟ ଜିଲାଗୁଡ଼ିକ କ୍ଷେତ୍ରରେ ୩୫ ଶତକଡା ଅନୁଦାନ ଯୋଗାଇ ଦିଆଯିବ। ବଳକା ଅର୍ଥକୁ ପଞ୍ଚାୟତର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥରେ ସୌରଚାଳିତ ଶୀତଳ ଭଣ୍ଡାର କ୍ଷେତ୍ରରେ ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତଳ କକ୍ଷ ନିର୍ମାଣ ପାଇଁ ବିଡିଓମାନେ ଜମି ଚିହ୍ନଟ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପରିବା ଫସଲ ଅଭାବୀ ବିକ୍ରି ସମୟରେ ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି ନ କରି ଶୀତଳ ଭଣ୍ଡାରରେ ସାଇତି ରଖିବେ। ସେ ବାବଦକୁ ସ୍ବଳ୍ପ ଅର୍ଥ ମାହାସୁଲ ପ୍ରଦାନ କରିବେ। ଉକ୍ତ ଅର୍ଥ ଅଦାୟ ଫଳରେ ପଞ୍ଚାୟତର ରାଜସ୍ବ ବୃଦ୍ଧି ଘଟିବ। ଏହାକୁ ଲକ୍ଷ୍ୟ ରଖି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚକୱାରି ପରିବା ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ବିଶେଷକରି ଫୁଲକୋବି, ବନ୍ଧାକୋବି, ଟମାଟୋ ଆଦି ପରିବା ଚାଷୀଙ୍କୁ ବିଭାଗ ପକ୍ଷରୁ ମଞ୍ଜି ଓ ଫସଲ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି। ମାତ୍ର ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟ ବିକ୍ରିବଟା ସମୟରେ ଉଚିତ୍‌ ମୂଲ୍ୟ ମିଳିପାରୁନାହିଁ। ଶୀତଳ ଭଣ୍ଡାର ନ ଥିବାରୁ ଏସବୁ ଅସୁବିଧା ହେଉଛି। ରସୁଲପୁର ବ୍ଲକଟି ଏକ କୃଷି ପ୍ରଧାନ ଅଞ୍ଚଳ। ବାରବାଟୀଠାରେ ବସୁଥିବା ଦୈନିକ ପରିବା ହାଟର ସଜ ପରିବା ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ। ଚଳିତ କୃଷି ବର୍ଷ ଓ ରବି ଋତୁରେ ଏହି ବ୍ଲକର ୧୦୦ହେକ୍ଟର ଜମିରେ ପରିବା ଚାଷ ପାଇଁ ୫୦୦ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଉପତ୍ାଦିତ କୃଷିଜାତ ଦ୍ରବ୍ୟ କଲିକତାରୁ ହାଇଦ୍ରାବାଦକୁ ସଂଯୋଗ କରୁଥିବା ୧୬ନମ୍ବର ଜାତୀୟ ରାଜପଥରେ ବାରବାଟୀ ପରିବାହାଟଠାରୁ ବିଭିନ୍ନ ସ୍ଥାନକୁ ପରିବହନ ହେଉଛି। ଏହି ହାଟ ନିକଟରେ ଶୀତଳ ଭଣ୍ଡାର ସୁବିଧା ନ ଥିବାରୁ ଚାଷୀମାନେ ଟମାଟୋ, କୋବି, ଝୁଡ଼ଙ୍ଗ, ବିନ୍ସ, କଲରା ଆଦି ଉପତ୍ାଦିତ ପରିବାକୁ କମ୍‌ ଦାମରେ ବିକ୍ରି କରି ବିପୁଳ କ୍ଷତି ସହୁଛନ୍ତି। ତେଣୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସୌରଚାଳିତ ଶୀତଳ କକ୍ଷ ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇପାରିଲେ ଚାଷୀ ଓ ପଞ୍ଚାୟତର ବିକାଶ ଦିଗରେ ସହାୟକ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଜୟଦେବ ସିଟ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ସୌର ଚାଳିତ ଶୀତଳଭଣ୍ଡାର ସ୍ଥାପନକୁ ନେଇ ତାଙ୍କୁ କୌଣସି ସୂଚନା ମିଳିନାହିଁ। ଜିଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା ଜାରି ରହିଛି। ମାତ୍ର ତୃଣମୂଳସ୍ତରରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?