ଗଠନ ହେବ ସାମୁଦ୍ରିକ ପରିଚାଳନା ପରିଷଦ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍‌-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ ଅନୁଯାୟୀ ରାଜ୍ୟରେ ମାରିଟାଇମ୍‌ ବୋର୍ଡ ଗଠନ କରାଯିବ, ଯାହା ବନ୍ଦର ତଦାରଖ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦରେ ୧୨ ସଦସ୍ୟଙ୍କ ସମେତ ଶିଳ୍ପ, ବାଣିଜ୍ୟ ଓ ପରିବହନ, ରାଜସ୍ବ ବିଭାଗ ସଚିବ, ନୌସେନାର ଜଣେ ପ୍ରତିନିଧି ଏବଂ ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ମଧ୍ୟ ଏଥିରେ ରହିବେ।
ପରିଷଦ ଉପରେ ସମସ୍ତ ଅଣ ବୃହତ୍‌ ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ନୌ-ପରିବହନ ନିୟନ୍ତ୍ରଣ, ପରିଚାଳନା ଓ ପ୍ରଶାସନର ଦାୟିତ୍ୱ ନ୍ୟସ୍ତ ହେବ। ରାଜ୍ୟରେ ଏକକ ବାତାୟନ (ସିଙ୍ଗଲ ଓ୍ବିଣ୍ଡୋ) ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ସମସ୍ତ ସାମୁଦ୍ରିକ ପ୍ରକଳ୍ପଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବନ୍ଦର ଓ ଜଳପଥର ସମନ୍ବିତ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ, ମାର୍ଗ ଦର୍ଶନ ଏବଂ ନିର୍ଦ୍ଦେଶ ପ୍ରଦାନ କରିବ। ଏହାଛଡ଼ା ଏହି କ୍ଷେତ୍ରରେ ଘରୋଇ ପୁଞ୍ଜି ଲଗାଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ଭେ, ଆର୍ଥିକ ସମ୍ଭାବନା ଉପରେ ଅନୁଧ୍ୟାନ କରିବା ସହ ଅଧ୍ୟୟନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିବ।
ରାଜ୍ୟରେ ନିଜସ୍ବ ବା ଘରୋଇ ଉଦ୍ୟୋଗରେ ମିଳିତ ସହଭାଗିତାରେ ଅଣବୃହତ୍‌ ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ପରିଷଦର ପ୍ରମୁଖ କାର୍ଯ୍ୟ ହେବ। ଏହାଛଡ଼ା ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଅବ୍ୟବହୃତ ଜମିର ଉଚିତ ବିନିଯୋଗ ପାଇଁ ସମନ୍ବିତ ସହରୀକରଣ ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା, ବନ୍ଦରାଞ୍ଚଳ ଓ ପ୍ରବେଶ ପଥଗୁଡିକରେ ଜାହାଜ ଚଳାଚଳକୁ ନିୟନ୍ତ୍ରଣ, ବନ୍ଦରଗୁଡ଼ିକରେ ହେଉଥିବା ନିର୍ମାଣ କାର୍ଯ୍ୟ ତଦାରଖ, ମାଲ ଖଲାସ ଓ ବୋଝେଇ, ଛୋଟ ଡଙ୍ଗା ମାଧ୍ୟମରେ ବନ୍ଦର ଭିତରେ ମାଲ୍‌ ଓ ଯାତ୍ରୀ ପରିବହନ, ପୋତଘାଟ ସେବା, ଅନ୍ତର୍ଦ୍ଦେଶୀୟ ଜଳପଥର ଉନ୍ନତୀକରଣ, ପ୍ରୋତ୍ସାହନ, ରକ୍ଷଣାବେକ୍ଷଣ, ବିଭିନ୍ନ ସେବା ଶୁଳ୍କ ଧାର୍ଯ୍ୟ ଓ ଅସୁଲ କରିବା ଆଦି ଦାୟିତ୍ୱ ପରିଷଦ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟରେ ୧୪ଟି ଅଣ ବୃହତ୍‌ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଗୋପାଳପୁର, ଧାମରା ବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ନିର୍ମାଣାଧୀନ ରହିଛି।
ଏହି ବିଲ୍‌ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ସଦସ୍ୟ ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅନନ୍ତ ଦାସ, ଭୂପିନ୍ଦର ସିଂ, ଭାଜପା ସଦସ୍ୟ ମୋହନ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଭାଗ ନେଇଥିଲେ। ଶେଷରେ ବାଚନିକ ମତଦାନରେ ବିଲ୍‌ ବିଧାନସଭାରେ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର

ଭୁବନେଶ୍ୱର,୪ା୩(ବ୍ୟୁରୋ): ରାଜ୍ୟ ସରକାର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ୫ ହଜାର ୮୨୭.୨୭ କୋଟି...

ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା।...

୪ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.) କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳକୁ ୪ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସାହିବାସୀ ନାହିଁ ନ ଥିବା ଅସୁବିଧାର...

ପୁଣି ଥରାଇବ ଶୀତ, ଦୁଇଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ...

ରଗଡ଼ି ଅଞ୍ଚଳରେ ମୋରମ ଲୁଟ ଅଣାୟତ୍ତ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୫ା୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ମୋରମ ଚୋରି ବଢ଼ିବାରେ ଲାଗିଛି। ରାଜସ୍ବ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଏବଂ ଅର୍ଥ ଲୋଭ ପାଇଁ...

୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା...

ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ଜିଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଅ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୋମବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି।...

Advertisement
Archives

Model This Week