ବସ୍‌ଷ୍ଟାଣ୍ଡ ନିକଟରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

କୋକସରା,୨୪ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକ ବସ୍‌ଷ୍ଟାଣ୍ଡର ଦୁର୍ଗାମଣ୍ଡପ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯୁବକ ଜଣକ ମୋଟେର ଗ୍ରାମର ଶାନ୍ତି ନଗର ପଡ଼ାର ନାରାୟଣ ସରାଫ(୪୭) ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ  ପରେ ପରିବାରକୁ ହସ୍ତାନ୍ତର କରିଛି। କୋକସରା ଥାନାରେ କେସ୍‌ ନମ୍ବର ୧୬/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ମୋଟେର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ରେ ରୋକାଯାଇଛି ୩୪ ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର...

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଠାକୁରମୁଣ୍ଡା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ୧ନଂ.ୱାର୍ଡ଼ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ...

ପରୀ ହତ୍ୟାକାଣ୍ଡ: ଏଲ୍‌ଭିଏ ଟେଷ୍ଟ ଆବେଦନ ପ୍ରତ୍ୟାହାର କଲା ଏସ୍‌ଆଇଟି

ନୟାଗଡ ଅଫିସ,୨୦।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ ବା...

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।...

ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ଖୋର୍ଦ୍ଧା ଅଫିସ,୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍‌. ଈଶ୍ୱର...

ନାବାଳିକାଙ୍କୁ ପ୍ରେମ ମହଙ୍ଗା ପଡ଼ିଲା:ଜେଲ ଗଲେ ୩ ଯୁବକ

ବିଞ୍ଝାରପୁର,୧୫।୩(ଡିଏନଏ): ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଗିରଫ...

ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ

ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍‌ ଚାଉଳ ନିମ୍ନମାନର ଜାଣିବା ପରେ...

ପୋଖରୀରୁ ମାଛ ଚୋରିକୁ ନେଇ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ...

Advertisement
Archives

Model This Week