Posted inଫୁରସତ

ଅନ୍‌ଲାଇନ୍‌ ପ୍ରେମିକାଙ୍କୁ ଜନ୍ମଦିନରେ ସର୍‌ପ୍ରାଇଜ୍‌ ଦେବାକୁ ଯାଇ ୨୦୦୦ କିମି ଦୂରରୁ ଧାଇଁ ଆସିଥିଲେ ପ୍ରେମିକ, ବାନ୍ଧିନେଲା ପୋଲିସ..

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ରେମରେ ଆଜିକାଲିର ଯୁବପୀଢ଼ି। ଏଣୁ ଅନେକ ପ୍ରେମକାହାଣୀ ଏଠାରେ ହିଁ ଗଢ଼ି ଉଠୁଛି। ହେଲେ ବାଙ୍ଗାଲୋରର ଜଣେ ଯୁବକଙ୍କୁ ଅନ୍‌ଲାଇନ୍‌ରେ ପ୍ରେମ କରିବା ମହଙ୍ଗା ପଡ଼ିଛି। ୨୦୦୦ କିମି ରାସ୍ତା ଅତିକ୍ରାନ୍ତ କରି ଯୁବକଜଣଙ୍କ ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେବାକୁ ଚାହିଁଥିଲେ। ହେଲେ ଯୁବତୀ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଦେଇଥିଲେ। ଫଳରେ ତାଙ୍କୁ ପୋଲିସ ଗିରଫ କରିଥିଲା। ପରେ ପୋଲିସ ଷ୍ଟେଶନରେ ଗୋଟିଏ ରାତି ବିତାଇବା ପରେ ଯୁବକଜଣଙ୍କୁ ମୁକୁଳିଛନ୍ତି।

ଘଟଣାଟି ଏପରି। ଉତ୍ତରପ୍ରଦେଶ ଦେବରିଆ ଜିଲାର ସଲମାନ ବାଙ୍ଗାଲୋରରେ ମେକାନିକ୍‌ ଭାବେ କାର୍ଯ୍ୟ କରନ୍ତି। ଅନ୍‌ଲାଇନ୍‌ରେ ସେ ଦିଲ୍ଲୀର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। କଥାବାର୍ତ୍ତା ହେବା ସମୟରେ ଯୁବତୀଙ୍କ ଜନ୍ମଦିନ ବିଷୟରେ ସେ ଜାଣିବାକୁ ପାଇଥିଲେ। ଶେଷରେ ତାଙ୍କୁ ଉପହାର ଦେବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏଣୁ ସେ ବାଙ୍ଗାଲୋରରୁ ଲକ୍ଷ୍ନୌକୁ ବିମାନଯାତ୍ରା କରି ଲଖିମପୁର ଖେିରି ପାଇଁ ବସ୍‌ରେ ଚଢ଼ିଥିଲେ। ଯୁବତୀଙ୍କ ପାଇଁ ଚକୋଲେଟ୍‌, ଟେଡି ବିୟର ଏବଂ କିଛି ଅନ୍ୟ ଉପହାର ସାମଗ୍ରୀ ମଧ୍ୟ ସାଙ୍ଗରେ ଆଣିଥିଲେ। ହେଲେ ତାଙ୍କ ଉପରେ ପରିବାରଲୋକଙ୍କ ସନ୍ଦେହ ହୋଇଥିଲେ। ସେମାନେ ପୋଲିସକୁ ଫୋନ କରିଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୋଟିଏ ରାତି ସେ ଥାନାରେ ରହିଥିଲେ। ପରେ ସୋମବାର ତାଙ୍କୁ ପୋଲିସ ଛାଡ଼ିଥିଲା। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri