Posted inଫୁରସତ

କରୋନା ନାଁରେ ୬୫ ଲକ୍ଷ ନେଇଗଲେ ଜଣେ ବ୍ୟକ୍ତି, ଗୋଟିଏ କାର୍ଡ କିଣି ଉଡ଼ାଇଦେଲେ ସବୁ; ଜାଣିଲେ…

କରୋନା ମହାମାରୀ ସମୟରେ ଅନେକ ଦେଶରେ ରିଲିଫ ପାଣ୍ଠି ପ୍ରଦାନ କରାଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକ ଚାକିରି ହରାଇଥିଲେ। ଏହା ସହିତ ଡାକ୍ତରଖାନାର ଖର୍ଚ୍ଚ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଇଥିଲା। ଏଭଳି ପରିସ୍ଥିତିରେ କରୋନା ରିଲିଫ ପାଣ୍ଠି ଲୋକଙ୍କୁ ଅନେକ ଆରାମ ଦେଇଥିଲା। ଭାରତରେ କରୋନା ମୃତ୍ୟୁକୁ ନେଇ କ୍ଷତିପୂରଣ ଘୋଷଣା କରାଯାଇଥିଲା। କିନ୍ତୁ ଅନେକ ଲୋକ ନକଲି ମୃତ୍ୟୁ ପ୍ରମାଣପତ୍ର ଆଧାରରେ ସରକାରଙ୍କୁ ଠକିଥିଲେ। ତେବେ ବିଦେଶରେ ମଧ୍ୟ ଏଭଳି ମାମଲା ଦେଖିବାକୁ ମିଳିଥିଲା। ନିକଟରେ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ବ୍ୟକ୍ତି କରୋନା ନାଁରେ ପ୍ରାୟ ୬୫ ଲକ୍ଷ ଋଣ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ କେବଳ ଗୋଟିଏ ପୋକେମନ କାର୍ଡ କିଣିବା ପାଇଁ ଏହି ଟଙ୍କା ମଧ୍ୟରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ବ୍ୟକ୍ତିଙ୍କ ନାମ ବିନଥ ଓଡମସିନ ବୋଲି ଜଣାପଡ଼ିଥିଲା। ସେ ଏକ କୋଭିଡ ବିପର୍ଯ୍ୟୟ ପ୍ରଶମନ ଋଣ ନେଇ ସେଥିରୁ ଏକ ପୋକେମନ କାର୍ଡ କିଣିଥିଲେ। କୋଭିଡ୍‌ ସମୟରେ ୧୦ ଜଣ କର୍ମଚାରୀଙ୍କ ସହ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିବା ବିନଥ କହିଛନ୍ତି। ସେ ଏହି ବ୍ୟବସାୟ ନାମରେ ଏକ ଲୋନ୍‌ କରିଥିଲେ। ଏହା ସହିତ ସେ ବ୍ୟବସାୟ ଆରମ୍ଭ କରିବେ ଏବଂ କର୍ମଚାରୀମାନଙ୍କୁ ଦରମା ଦେବେ। କିନ୍ତୁ ଏହି ଠକେଇର ଖୁଲାସା ହୋଇଥିଲା। ସେ ପୋକେମନ କାର୍ଡ କିଣିବା ପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରିଥିଲେ।

ବର୍ତ୍ତମାନ ମାମଲା ଜଣାପଡ଼ିବା ପରେ ତାଙ୍କୁ ସମସ୍ତ ଋଣ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ଜାପାନୀ ଗେମିଂ ଫ୍ରାଞ୍ଚାଇଜ ୧୯୯୬ରେ ଆରମ୍ଭ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୩୪ ବିଲିୟନରୁ ଅଧିକ କାର୍ଡ ବିକ୍ରି ହୋଇସାରିଛି। ତଥାପି ଏହି କାର୍ଡଗୁଡ଼ିକ ମଧ୍ୟରୁ କିଛି ବିରଳ ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହିପରି ଗୋଟିଏ କାର୍ଡ କିଣିବାକ ବିନଥ କରୋନା ରିଲିଫ ପାଣ୍ଠିରୁ ଋଣ ନେଇଥିଲେ। ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ପୋକେମନ୍‌ କାର୍ଡର ମୂଲ୍ୟ ପ୍ରାୟ ୧୮ କୋଟି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯୫ ଥର ରିଜେକ୍ଟ ହୋଇଥିଲେ ଯୁବକ: ଏଭଳି ଉପାୟ ଆପଣାଇଲେ ଯେ ୫ ଦିନରେ ମିଳିଲା ଚାକିରି 

ପାଠପଢ଼ା ସରିବା ପରେ ସମସ୍ତେ ଭଲ ଚାକିରିଟିଏ ମିଳୁ ବୋଲି ଚାହାନ୍ତି। ହେଲେ ଅନେକ ଥର ପ୍ରୟାସ କରିବା ସତ୍ତ୍ୱେ ଚାକିରିଟିଏ ମିଳି ନ ଥାଏ।...

ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର

ଜୁଲାଇ ୧, ଅର୍ଥାତ୍‌ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ...

କୁମାୟୁନ୍‌ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର

ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ...

ଗଛ କାଟି ଗଣିଲେ ୫୫ ଲକ୍ଷ

ଲଣ୍ଡନ: ଗଛ ହେଉଛି ଜୀବନ। ମାନବସମାଜ ସବୁ ଜାଣି ମଧ୍ୟ ଏହାକୁ କାଟିବା ଲାଗି ପଛାଉ ନାହିଁ। ଫଳରେ ପରିବେଶ ଖରାପ ହେବା ସହ ବିଶୁଦ୍ଧ...

ଆଇନା ଚିହ୍ନାଇ ଦିଏ ନିଜକୁ …

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି...

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ...

ଜାଣନ୍ତି ‘Z’+ ସୁରକ୍ଷା କ’ଣ, କାହାକୁ ଏବଂ କାହିଁକି ଯୋଗାଇ ଦିଆଯାଇଥାଏ ଏହି ସେବା

ସମସ୍ତେ ନିଶ୍ଚିତ ଭାବରେ ‘Z’+ ସୁରକ୍ଷା ବିଷୟରେ ଶୁଣିଥିବେ। କିନ୍ତୁ ଏହାର ଅର୍ଥ କ’ଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…...

କ୍ୟାନସର-ହାର୍ଟ ଆଟାକ୍‌ ପାଇଁ ବିକଶିତ ହେବ ଗୋଟିଏ ଟିକା…

ଲଣ୍ଡନ,୮।୪ : କ୍ୟାନସର ଏବଂ ହାର୍ଟ ଆଟାକ୍‌ ଭୋଗୁଥିବର ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି। ବିଶେଷଜ୍ଞମାନେ କହିଛନ୍ନି ଚଳିତ ଦଶନ୍ଧି ଶେଷ ସୁଦ୍ଧା...

Advertisement
Archives

Model This Week