ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…

ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ୨୦୦୬ରେ ମୁମ୍ବାଇର ଏକ ଡାକଘରକୁ ଐଶ୍ୱର୍ଯ୍ୟାଙ୍କ ପାଇଁ ନେଦରଲ୍ୟାଣ୍ଡରୁ ୧୬ କିଲୋଗ୍ରାମ ଏକ ପାର୍ଶଲ ଆସିଥିଲା। ଐଶ୍ୱର୍ଯ୍ୟା ରାୟଙ୍କ ଘରର ଠିକଣା ପାର୍ଶଲରେ ଲେଖାଯାଇଥିଲା। ଆୟକର ବିଭାଗର ଅଧିକାରୀମାନେ ସନ୍ଦେହ ଆଧାରରେ ପାର୍ଶଲ ଖୋଲିବାକୁ ଚାହୁଁଥିଲେ। ଏଥିପାଇଁ ଆୟକର ବିଭାଗ ଐଶ୍ୱର୍ଯ୍ୟାଙ୍କ ଠାରୁ ଲିଖିତ ଆକାରରେ ଅନୁମତି ଆଣିବା ପାଇଁ ଏକ ଚିଠି ପଠାଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟା ରାୟ ଜୟପୁରରେ ତାଙ୍କ ଚଳଚ୍ଚିତ୍ର ‘ଯୋଦ୍ଧା ଆକବର’ର ଶୁଟିଂ କରୁଥିଲେ। ପରେ ଐଶ୍ୱର୍ଯ୍ୟାଙ୍କ ଅନୁପସ୍ଥିତିରେ ଆୟକର ବିଭାଗ ପାର୍ଶଲ ଖୋଲିବା କ୍ଷଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପାର୍ଶଲରେ ଡିଭିଡି ପ୍ଲେୟାର ସମେତ ଅନେକ ଇଲେକ୍ଟ୍ରୋନିକ ଗ୍ୟାଜେଟ ରହିଥିଲା। ଏହା ବ୍ୟତୀତ ୁ ଏକ ସାର୍ଟ ଭିତରେ କିଛି ୟୁରୋ ମଧ୍ୟ ରଖାଯାଇଥିଲା। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ଥିଲା।
ପାର୍ଶଲ ଖୋଲିବା ପରେ ଆୟକର ବିଭାଗ ଐଶ୍ୱର୍ଯ୍ୟାଙ୍କୁ ନୋଟିସ ପଠାଇ ଏନେଇ ସ୍ପଷ୍ଟୀକରଣ ମାଗିଥିଲେ। ତା’ପରେ ଐଶ୍ୱର୍ଯ୍ୟାଙ୍କ ଓକିଲ କହିଥିଲେ ଯେ, ପାର୍ଶଲ କିଏ ପଠାଇଛନ୍ତି ଐଶ୍ୱର୍ଯ୍ୟା ଜାଣନ୍ତି ନାହିଁ। ତେବେ ଜୟପୁରରୁ ଆସିବା ପରେ ଐଶ୍ୱର୍ଯ୍ୟା ଆୟକର ବିଭାଗକୁ ଭେଟି କହିଥିଲେ ଯେ, ସେ ନିଶ୍ଚିତ ଭାବରେ ଏକ ପୁରସ୍କାର ଶୋ’ ପାଇଁ ନେଦରଲ୍ୟାଣ୍ଡ ଯାଇଛନ୍ତି କିନ୍ତୁ ପାର୍ଶଲ ପଠାଇଥିବା ବ୍ୟକ୍ତିଙ୍କୁ ଜାଣି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri