ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ ଆଲୋଚନାରୁ ଦୂରେଇ ରୁହନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ବେଳେବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଥରେ ଜଣେ ପ୍ରଶଂସକ ଅଭିଷେକଙ୍କ ସାମ୍ନାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଅଭିଷେକ ଏହା ଉପରେ ଏକ ଜବରଦସ୍ତ ପ୍ରତିକ୍ରିୟା ଦେଇଥିବାବେଳେ ଐଶ୍ୱର୍ଯ୍ୟା ହସୁଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ପୁରୁଣା ଭିଡିଓଟି ୨୦୧୦ କାନ୍ସ ଫିଲ୍ମ ଫେଷ୍ଟିଭାଲର ଥିଲା। ସେହି ସମୟରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରେଡ କାର୍ପେଟରେ ଏକାଠି ପ୍ରବେଶ କରିଥିଲେ। ଦୁହେଁ ସେମାନଙ୍କ ପ୍ରଶଂସକଙ୍କ ସହ ସାକ୍ଷାତ କରୁଥିଲେ, ତା’ପରେ ଜଣେ ପ୍ରଶଂସକଙ୍କ ଉଭୟଙ୍କ ହାତରେ ଧରିଥିବା ଏକ କାର୍ଡ ଦେଖାଇଥିଲେ। ଯେଉଁଥିରେ ‘ମ୍ୟାରି ମି ଐଶ୍ୱର୍ଯ୍ୟା’ ଲେଖା ଥିଲ। ଐଶ ଏବଂ ଅଭିଷେକଙ୍କ ଧ୍ୟାନ ମଧ୍ୟ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଥିଲା। ଏହି ସମୟରେ, ଐଶ୍ୱର୍ଯ୍ୟା ଦୂରରୁ ସେହି ପ୍ରଶଂସକଙ୍କୁ ହେଲୋ କହି ହସନ୍ତି। ଏଥି ସହିତ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ସୂଚାଇ କହିଥିଲେ ଯେ ସେ ମୋତେ ବିବାହ କରିଛନ୍ତି କହି ହସନ୍ତି। ଅଭିଷେକଙ୍କ ଏହି ପ୍ରତିକ୍ରିୟାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ୨୦୦୭ରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ...

ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ କଲେ ସୋନାକ୍ଷୀ

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ଏମାନେ ସିଧାସଳଖ କରୋନା...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ...

ସାରା ଜୀବନ ଅବିବାହିତ ଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ; ଲୋକେ ଭାବୁଥିଲେ ଅମିତାଭ ବଚ୍ଚନଙ୍କ ଶାଳି…

ବମ୍ବେ: ବଲିଉଡ୍‌ ଫିଲ୍ମରେ ମା’ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଅଭିନେତ୍ରୀ ରୀତା ଭାଦୁଡ଼ି। ୧୯୫୦ ଜାନୁୟାରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ...

ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌...

୬୩ ବର୍ଷରେ ରତ୍ନା ପାଠକ: ଜୁସ୍‌ ଦୋକାନରୁ ନସିରୁଦ୍ଦିନ୍‌ଙ୍କ ସହିତ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ...

ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ।...

Advertisement


Archives

Model This Week