ଆସୁଛି ବଡ଼ ବିପର୍ଯ୍ୟୟ: ଜଳବାୟୁ ପୂର୍ବାନୁମାନ କେନ୍ଦ୍ରର ଚେତାବନୀ

ୱାଶିଂଟନ୍‌, ୧୨ା୬(ଏଜେନ୍ସି):ପ୍ରଶାନ୍ତ ମହାସାଗରର କ୍ରାନ୍ତୀୟ ଅଞ୍ଚଳରେ ‘ଏଲ୍‌-ନିନୋ’ ସକ୍ରିୟ ହୋଇଥିବା ନେଇ ଆମେରିକାର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ(ଏନ୍‌ଓଏଏ)ର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର ଗୁରୁବାର ସ୍ପଷ୍ଟ କରିଛି। ‘ଏନ୍‌ଓଏଏ’ର ପୂର୍ବାନୁମାନ ଅନୁଯାୟୀ, ସକ୍ରିୟ ହୋଇଥିବା ଏହି ଏଲ୍‌-ନିନୋ ଆଗାମୀ ଶୀତଋତୁ ବେଳକୁ ଆହୁରି ଭୟଙ୍କର ରୂପ ନେବ। ସମୁଦ୍ର ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହା ସାରା ବିଶ୍ୱର ପାଣିପାଗ ଚକ୍ରକୁ ବିଗାଡ଼ିବା ସହ ପୃଥିବୀର ସାଧାରଣ ତାପମାତ୍ରାକୁ ସର୍ବକାଳୀନ ରେକର୍ଡ ସ୍ତରକୁ ନେଇଯିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। କ୍ଲାଇମେଟ୍‌ ପ୍ରେଡିକ୍ସନ ସେଣ୍ଟରର ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡ଼କୁ ଏହି ଏଲ୍‌-ନିନୋ ସ୍ଥିତି ଜାରି ରହିବା ନେଇ ୯୬% ସମ୍ଭାବନା ରହିଛି। ଏଥିମଧ୍ୟରୁ ପ୍ରାୟ ୬୩% ଆଶଙ୍କା ରହିଛି ଯେ ଏହା ଏକ ‘ସୁପର ଏଲ୍‌-ନିନୋ’ ବା ଅତି ଶକ୍ତିଶାଳୀ ରୂପ ଧାରଣ କରିବ, ଯାହାଫଳରେ ସମୁଦ୍ର ଜଳର ତାପମାତ୍ରା ସ୍ବାଭାବିକଠାରୁ ୨.୫ଓ ରୁ ୩ଓ ସେଲସିୟସ୍‌ ଅଧିକ ରହିବ।
ଏଲ୍‌-ନିନୋ ସକ୍ରିୟ ହେଲେ ଭାରତୀୟ ମୌସୁମୀ ବାୟୁ ଦୁର୍ବଳ ହୋଇଥାଏ। ଏହାଦ୍ୱାରା ଦେଶରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବା ସହ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହ ଏହା ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିବ। ଫଳରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତଜନିତ ସମସ୍ୟା ଆହୁରି ଘାତକ ସାବ୍ୟସ୍ତ ହୋଇପାରେ। ଅପରପକ୍ଷେ ଏହା ପ୍ରଭାବରେ ଆମେରିକା ଏବଂ ପେରୁ ଭଳି ଦେଶରେ ପ୍ରବଳ ବନ୍ୟା ଓ ବର୍ଷା ହେବା ଆଶଙ୍କା ଥିବାବେଳେ ଭାରତ ସମେତ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସରେ ପ୍ରବଳ ମରୁଡ଼ି ସହ ଜଙ୍ଗଲ ନିଆଁ ସୃଷ୍ଟି ଭଳି ସ୍ଥିତି ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ସରକାରୀ ଓ କୃଷି ସଂସ୍ଥାଗୁଡ଼ିକୁ ଏବେଠାରୁ ସତର୍କ ରହିବାକୁ ଏନ୍‌ଓଏଏ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri