ବୁଢ଼ାବଳଙ୍ଗ ପୋଲକୁ ବିପଦ ନିମ୍ନମାନର ପିଲାର

ବାରିପଦା ଅଫିସ,୧୪।୬ (ନିଳାଦ୍ରୀ ବିହାରୀ ଦଣ୍ଡପାଟ)
ରାଜ୍ୟରେ ନିର୍ମାଣାଧିନ କିମ୍ବା ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାର ଅନେକ ନଜିର ରହିଛି। ଅନଭିଜ୍ଞ କର୍ମଚାରୀମାନଙ୍କ ପାଇଁ ନିମ୍ନମାନର କାର୍ଯ୍ୟ ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଠିକାଦାରଙ୍କ ଚାପରେ ପଡ଼ି ଅଧିକାରୀମାନେ ଆଖି ବୁଜି ଦେଉଥିବାରୁ ଏପରି ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି। ନିର୍ଦ୍ଦିଷ୍ଟ ଗଭୀର ବିଶିଷ୍ଟ ପିଲର ନିର୍ମାଣ କରାଯାଇ ନ ଥିବାରୁ ଏକ ପୋଲ ବିପଦ ସଙ୍କୁଳ ହୋଇଛି। ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ରାସ୍ତାର ବେଲପାଳ ଗ୍ରାମରେ ଥିବା ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ପୋଲ କ୍ଷେତ୍ରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।
ବ୍ୟସ୍ତ ବହୁଳ ଉକ୍ତ ରାସ୍ତାରେ ପୋଲ ନିର୍ମାଣ ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାକୁ ନେଇ ୧୯୯୭ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ପୋଲର ନିର୍ମାଣ କାର୍ଯ୍ୟ ୧୯୯୯ରୁ ଆରମ୍ଭ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟ ବରାଦରେ ୨୭୦ମିଟର ଦୈଘ୍ୟ ବିଶିଷ୍ଟ ଏହି ପୋଲ ନିର୍ମାଣ କାର୍ଯ୍ୟ ୮ବର୍ଷ ଧରି ଚାଲିବା ପରେ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୬ରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ମାତ୍ର ନିର୍ମାଣର କିଛି ବର୍ଷ ପରେ ପୋଲର ଉତ୍ତର ପାର୍ଶ୍ୱରେ ଥିବା ୩ଟି ପିଲର ଦବିବା ଆରମ୍ଭ କରିଥିଲା। ଧିରେ ଧିରେ ଏହା ବୃଦ୍ଧି ପାଇବା ଦ୍ୱାରା ପିଲର ଉପରେ ସମାନ୍ତରାଳ ଭାବେ ପଡ଼ିଥିବା ସ୍ଲାବ ଗୁଡ଼ିକ ଢେଉ ସଦୃଶ ହେବାକୁ ଲାଗିଛି। ବିଭାଗୀୟ ଅଧିକାରୀମାନେ ଏହାକୁ ଲୁଚାଇବାକୁ ଯାଇ ପିଚୁରେ ହମ୍ପସ ନିର୍ମାଣ କରିଛନ୍ତି ା ପୋଲ ଉପରେ ଭାରିଯାନ ଚଳାଚଳ କରିବା ସମୟରେ ଉକ୍ତ ସ୍ଥାନରେ ପାର ହେବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପୋଲର ୩ଟି ସ୍ଥାନରେ ସ୍ଲାବ ଉଠି ଯାଇଥିବାରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। କେଉଁ ମୁହୂର୍ତ୍ତରେ ଅଘଟଣ ଆଶଙ୍କାକୁ ଏଡାଯାଇ ପାରିବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏହି ପୋଲ ଦେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନାହିଁ ା କୌଣସି ଅଘଟଣ ହେବା ପୂର୍ବରୁ ଏହାର ତଦନ୍ତ କରି ଆଶୁ ପଦକ୍ଷେପ ଗ୍ରହଣ କରାଗଲେ ଧନଜୀବନ ନଷ୍ଟ ହେବାରୁ ରକ୍ଷା ମିଳନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ପ୍ରବୋଧ ଭୂୟଁା, ସଞ୍ଜୟ ଜେନା ଓ ସଦାନନ୍ଦ ଦଣ୍ଡପାଟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ମାଣ ସମୟରେ ୩ଟି ପିଲରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଉକ୍ତ ପିଲରକୁ ଅଧିକ ଦବାଇବାକୁ ଚେଷ୍ଟା କରା ନ ଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ ପରବର୍ତ୍ତୀ ସମୟରେ ଏପରି ଅବସ୍ଥା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ପଠାଇ ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?