Posted inଜାତୀୟ

ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ ପରିବହନ ଗାଡ଼ି ଚଳାଇପାରିବେ

ନୂଆଦିଲ୍ଲୀ,୭ା୧୧: ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଉକ୍ତ ମାଲ୍‌ ପରିବହନକାରୀ ଯାନର ଓଜନ ୭,୫୦୦ କେ.ଜି. ମଧ୍ୟରେ ସୀମିତ ରହିବ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଦେଇଥିବା ଉକ୍ତ ରାୟ ବୀମା କମ୍ପାନୀଗୁଡ଼ିକ ପାଇଁ ଶକ୍ତ ଧକ୍କା ହୋଇଛି। ପରିବହନ ଯାନ ଚଳାଉଥିବା ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀ ଡ୍ରାଇଭର ଦୁର୍ଘଟଣା ଘଟାଇଲେ ସେମାନଙ୍କୁ ବୀମା ସୁବିଧା ମିଳୁ ନ ଥିଲା। ସେମାନଙ୍କୁ ପରିବହନ ଯାନ ଚଳାଇବା ଅନୁମତି ଦିଆଯାଇ ନାହିଁ କହି ବୀମା କମ୍ପାନୀ ସେମାନଙ୍କ ଦାବିକୁ ଖାରଜ କରିଆସୁଥିଲେ।

ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ରାସ୍ତା ଦୁର୍ଘଟଣା ବଢ଼ୁଥିବାର କୌଣସି ପ୍ରାୟୋଗିକ ତଥ୍ୟ ନ ଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଛନ୍ତି। ସର୍ବାଧିକ ସମୟ ଗାଡ଼ିରେ ସମୟ କାଟୁଥିବା ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ ଅଦାଲତରୁ ଜବାବ ଚାହାନ୍ତି। ପ୍ରଯୁକ୍ତିଗତ ଦିଗରୁ ଦେଖିଲେ ସେମାନଙ୍କ ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ରାୟ କହିଛନ୍ତି। ସାମ୍ବିଧାନିକ ପୀଠରେ ସିଜେଆଇ ଏବଂ ଜଷ୍ଟିସ୍‌ ରାୟଙ୍କ ବ୍ୟତୀତ ଜଷ୍ଟିସ୍‌ ପି.ଏସ୍‌. ନରସିଂହା, ପଙ୍କଜ ମିଥଲ ଏବଂ ମନୋଜ ମିଶ୍ରା ରହିଛନ୍ତି। ଅଗଷ୍ଟ ୨୧ରେ ପିଟିଶନଗୁଡ଼ିକର ଶୁଣାଣି ଶେଷ ହୋଇଥିବାବେଳେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri