ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନ

୪ ବର୍ଷର ବ୍ୟବଧାନ ପରେ ରିପବ୍ଲିକାନ୍‌ ଡୋନାଲ୍ଡ ଜେ. ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଯାଉଛନ୍ତି। ନଭେମ୍ବର ୫ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୮ ବର୍ଷୀୟ ଟ୍ରମ୍ପ୍‌ ୨୯୪ ଇଲେକ୍ଟୋରାଲ କଲେଜ ଭୋଟ ପାଇ ନିଜ ବିଜୟ ସୁନିଶ୍ଚିତ କରିଛନ୍ତି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଭାରତୀୟ ସମୟ ବୁଧବାର ରାତି ୧ଟା ସୁଦ୍ଧା ୫୦୨ ଭୋଟ ଫଳ ଜଣାପଡ଼ିଛି। ଟ୍ରମ୍ପଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ ୨୨୩ ଭୋଟରେ ସୀମିତ ରହିଯାଇଛନ୍ତି। ଅନେକ ବିବାଦ ଏବଂ ଆଇନଗତ ସମସ୍ୟାରେ ଛନ୍ଦିହେବା ସତ୍ତ୍ୱେ ଟ୍ରମ୍ପଙ୍କ ଉପରେ ଆମେରିକାବାସୀ ଭରସା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପଙ୍କ ନିର୍ବାଚନୀ ସଫଳତା ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। କ୍ଷମତାକୁ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଥର ପ୍ରତ୍ୟାବର୍ତ୍ତନରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶରେ ଅନିଶ୍ଚିତତା ଓ ଧ୍ରୁବୀକରଣର ଏକ ନୂଆ ଯୁଗ ଆରମ୍ଭ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି। ଟ୍ରମ୍ପଙ୍କ ବିଜୟ ଆମେରିକାର ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ନୀତି, ୟୁକ୍ରେନ୍‌ ଯୁଦ୍ଧ, ଆମେରିକୀୟଙ୍କ ପାଇଁ ଟିକସ ବ୍ୟବସ୍ଥା ଏବଂ ଅପ୍ରବାସନକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି।

ଓ୍ବାଶିଂଟନ୍‌,୭ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରି ନ ଥିଲେ। ୨୦୨୧ ଜାନୁଆରୀ ୬ରେ ସେ ନିଜ ସମର୍ଥକଙ୍କୁ ମତାଇ ଫଳାଫଳ ପଲଟାଇବାକୁ ବିଫଳ ଉଦ୍ୟମ କରିଥିଲେ। କ୍ୟାପିଟୋଲ ହିଲ୍‌ ଦଙ୍ଗା ସମେତ ଯୌନ ବ୍ୟଭିଚାର ଓ ଦୁର୍ନୀତି ଅଭିଯୋଗ ଟ୍ରମ୍ପ୍‌ଙ୍କ ରାଜନୈତିକ କ୍ୟାରିୟରରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲା। କ୍ୟାପିଟୋଲ୍‌ ହିଲ୍‌ ହିଂସାର ଦୃଶ୍ୟ ଆମେରିକୀୟ ତଥା ବିଶ୍ୱବାସୀଙ୍କ ମାନସ ପଟଳରୁ ଲିଭି ନ ଥିବାବେଳେ ଓଲ୍ଡ ହର୍ସ ଟ୍ରମ୍ପ୍‌ ୨୦୨୪ ନିର୍ବାଚନୀ ମଇଦାନକୁ ପୁଣି ଓହ୍ଲାଇଥିଲେ। ଇତିମଧ୍ୟରେ ଟ୍ରମ୍ପ୍‌ କେତୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨ ଥର ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିଲେ। ଏଥର ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କୂଟନୈତିକ ଓ ପ୍ରଶାସନିକ ବିଫଳତାକୁ ପୁଞ୍ଜିକରି ପୁଣି ନିର୍ବାଚନ ଲଢ଼ିଥିଲେ। ଟ୍ରମ୍ପ୍‌ ବେଆଇନ ଅପ୍ରବାସୀଙ୍କ ଗଣପ୍ରତ୍ୟର୍ପଣ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାଗୁଡ଼ିକର ମୂଲ୍ୟ ହ୍ରାସ, ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବା ଭଳି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକର୍ଷିତ କରିଥିଲେ।

ଅନ୍ୟପକ୍ଷେ ଶାସକ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଗାଜାରେ ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନ
ଇସ୍ରାଏଲ୍‌ର ଯୁଦ୍ଧ ବନ୍ଦ, ମହିଳାଙ୍କୁ ଗର୍ଭପାତ ଅଧିକାର, ଟ୍ୟାକ୍ସ କଟ୍‌ (ଧନୀଙ୍କଠାରୁ ଅଧିକ ଓ ଗରିବଙ୍କଠୁ କମ୍‌ ଟିକସ ଅସୁଲି), ୟୁକ୍ରେନ୍‌କୁ ଅଧିକ ଆର୍ଥିକ ତଥା ସାମରିକ ସହାୟତା ପ୍ରଦାନ ଭଳି ପ୍ରସଙ୍ଗକୁ ଅସ୍ତ୍ର କରିଥିଲେ। ଦୁଇ ବଡ଼ ଦଳର ତିକ୍ତତାପୂର୍ଣ୍ଣ ମାରାଥନ୍‌ ପ୍ରଚାର ନିର୍ବାଚନ ଶେଷ ପର୍ଯ୍ୟନ୍ତ ଚାଲିଥିଲା। ୧୮୪୫ ମସିହାରୁ ଚାଲିଆସିଥିବା ପରମ୍ପରା ଅନୁସାରେ ୨୦୨୪ ନଭେମ୍ବର ପ୍ରଥମ ସୋମବାର ୫ ତାରିଖରେ ଆମେରିକୀୟ ମତଦାତା ଆଉ ୪ ବର୍ଷ ପାଇଁ ନିଜ ପ୍ରତିନିଧି ଚୟନ କରିଥିଲେ।

ହ୍ବାଇଟ୍‌ ହାଉସ୍‌ ଦଖଲ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟର ଆବଶ୍ୟକତା ଥିବାବେଳେ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ୨୭୭ ଭୋଟ ପାଇଛନ୍ତି। ଅନ୍ୟପକ୍ଷେ ୬୦ ବର୍ଷୀୟା ହାରିସ୍‌ଙ୍କ ସପକ୍ଷରେ ୨୨୪ ଇଲେକ୍ଟୋରାଲ କଲେଜ ଭୋଟ ପଡ଼ିଛି। ପପୁଲାର ଭୋଟକୁ ଦେଖିଲେ ଟ୍ରମ୍ପ୍‌ଙ୍କ ସପକ୍ଷରେ ୭,୧୮,୮୭,୨୭୬ (୫୦.୯%) ଏବଂ ହାରିସ୍‌ଙ୍କୁ ୬, ୭୦,୧୧,୭୪୮ (୪୭.୪%) ଲୋକପ୍ରିୟ ମତ ମିଳିଛି। ୨ ଦଶନ୍ଧି ମଧ୍ୟରେ ଆମେରିକା ସାଧାରଣ ନିର୍ବାଚନରେ ପପୁଲାର ଭୋଟ ହାସଲକରି କ୍ଷମତାକୁ ଫେରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ରିପବ୍ଲିକାନ୍‌ ରାଷ୍ଟ୍ରପତି। ଏହା ପୂର୍ବରୁ ୨୦୦୪ ନିର୍ବାଚନରେ ଜର୍ଜ ଡବ୍ଲ୍ୟୁ. ବୁଶ୍‌ ୬,୨୦,୪୦,୬୧୦ ପପୁଲାର ଭୋଟ ଏବଂ ୨୮୬ ଇଲେକ୍ଟୋରାଲ ଭୋଟ ପାଇ ଡେମୋକ୍ରାଟିକ୍‌ ନୋମିନି ଜନ୍‌ କେରିଙ୍କୁ ପରାସ୍ତ କରିଥିଲେ। ସେତେବେଳେ କେରିଙ୍କୁ ୫,୯୦,୨୮,୪୪୪ ପପୁଲାର ଭୋଟ ଏବଂ ୨୫୧ ଇଲେକ୍ଟୋରାଲ ଭୋଟ ମିଳିଥିଲା। ଗତ ୨୦ ବର୍ଷର ନିର୍ବାଚନୀ ତଥ୍ୟାନୁସାରେ ବାରାକ୍‌ ଓବାମା ୨୦୦୮ରେ ସର୍ବାଧିକ ୬୯.୫ ନିୟୁତ ପପୁଲାର ଭୋଟ (୫୨.୯%) ଏବଂ ୩୬୫ ଇଲେକ୍ଟୋରାଲ ଭୋଟ ପାଇଥିଲେ। ୨୦୨୦ରେ ବାଇଡେନ୍‌ ୫୧.୩% ପପୁଲାର ଭୋଟ ଏବଂ ୩୦୬ ଖଣ୍ଡ ଇଲେକ୍ଟୋରାଲ ଭୋଟ ପାଇଥିଲେ। କିନ୍ତୁ ଟ୍ରମ୍ପ୍‌ ୭,୪୨,୨୩,୯୭୫ ପପୁଲାର ଭୋଟ ଏବଂ ୨୩୨ ଇଲେକ୍ଟୋରାଲ ଭୋଟ ପାଇ ପରାଜିତ ହୋଇଥିଲେ।

୨୦୨୪ ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ବିଜୟ ଦିଗରେ ଅଗ୍ରସର କରାଇଛି ସୁଇଙ୍ଗ୍‌ ଷ୍ଟେଟ୍‌। ନର୍ଥ କାରୋଲିନା, ଜର୍ଜିଆ ଭଳି ଝୁଲା ରାଜ୍ୟଗୁଡ଼ିକ ତାଙ୍କ ଦ୍ୱିତୀୟ ପାଳି ରାଷ୍ଟ୍ରପତିତ୍ୱ ପାଇଁ ପଥକୁ ସୁଗମ କରିଥିବା କୁହାଯାଉଛି। ଅନ୍ୟପକ୍ଷେ ଡେମୋକ୍ରାଟିକ୍‌ ଦୁର୍ଗରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାଇସ୍‌ ପ୍ରେସିଡେଣ୍ଟ ହାରିସ୍‌ଙ୍କ ବିଜୟ ସଙ୍କୁଚିତ ହୋଇଯାଇଛି। ପେନ୍‌ସିଲଭାନିଆକୁ ଟ୍ରମ୍ପ୍‌ ଛଡ଼ାଇ ନେଇଥିବାବେଳେ ଅନ୍ୟ ୨ ବ୍ଲ୍ୟୁ ଓ୍ବାଲ୍‌ ଷ୍ଟେଟ୍‌ ମିଶିଗାନ୍‌, ଓ୍ବିସ୍କୋନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଟ୍ରମ୍ପ୍‌ଙ୍କ ବିଜୟ ତାଙ୍କୁ ଆମେରିକାର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତିର ମାନ୍ୟତା ପ୍ରଦାନ କରିଛି। ଊନବିଂଶ ଶତାବ୍ଦୀରେ ଗ୍ରୋଭର କ୍ଲେଭେଲାଣ୍ଡଙ୍କ ପରେ ଦେଶର କୌଣସି ପୂର୍ବତନ ରାଷ୍ଟ୍ରପତି କ୍ଷମତାକୁ ଫେରି ନ ଥିଲେ। ଦ୍ୱିତୀୟ ଥର ପାଇଁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଜନେତା ହେବାର ସୌଭାଗ୍ୟ ଲାଭ ପରେ ଫ୍ଲୋରିଡାସ୍ଥିତ ପାମ୍‌ ବିଚ୍‌ କାଉଣ୍ଟି କନ୍‌ଭେନ୍ସନ ସେଣ୍ଟରରେ ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କୁ ସମ୍ବୋଧିତକରି କହିଛନ୍ତି, ଆମେରିକା ଆମକୁ ଏକ ଅଭୂତପୂର୍ବ ଓ ଶକ୍ତିଶାଳୀ ଜନାଦେଶ ଦେଇଛି। ଇତିମଧ୍ୟରେ ବିଦାୟୀ ଉପରାଷ୍ଟ୍ରପତି ହାରିସ୍‌ ନିର୍ବାଚନରେ ନିଜ ପରାଜୟ ସ୍ବୀକାର କରିଛନ୍ତି। ନୂଆ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରାଯିବ ବୋଲି ହାରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?