Posted inଫୁରସତ

ଟାଇଟାନିକ ଜାହାଜ ପରି ଘର

ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍‌ କରିବେ ଓ ନିଜ ମନ ମୁତାବକ ସଜାଇବେ। ହେଲେ କାହାର ଏଇ ସ୍ବପ୍ନ ସତ ହେଇପାରେ ତ କାହାର ନୁହେଁ। ତେବେ ପଶ୍ଚିମବଙ୍ଗରେ ରହୁଥିବା ମିଣ୍ଟୁ ରୟ ନାମକ ଜଣେ କୃଷକ ନିଜ ସ୍ବପ୍ନର ଘରକୁ ରୂପ ଦେବାରେ ସଫଳ ହୋଇପାରିଛନ୍ତି। ସେ ଚାହୁଁଥିଲେ ତାଙ୍କର ଘର ଟାଇଟାନିକ ଜାହାଜ ପରି ହେବ। ହଁ, ସେଇ ବିଶ୍ୱ ପ୍ରସିଦ୍ଧ ଟାଇଟାନିକ ଜାହାଜ, ଯାହା ପ୍ରଥମ ଯାତ୍ରାରେ ହିଁ ବୁଡି ଯାଇଥିଲା। ସେହି ଜାହାଜ ଆକାରର ଘରକୁ ପୁରା କରିବା ପାଇଁ ସେ ନିଜେ ଉକ୍ତ ଘରର ଡିଜାଇନ୍‌ କଲେ। ଆର୍ଥିକ ଅଭାବ ପାଇଁ କିଛି ବର୍ଷ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ମଧ୍ୟ ହୋଇଥିଲା। ସେ ଯେତେବେଳେ ଜାଣିଲେ ଯେ, ମିସ୍ତ୍ରୀଙ୍କୁ ମଜୁରି ଦେବାକୁ ସେ ଅସମର୍ଥ, ସେତେବେଳେ ନିଜେ ସେହି କାମ କରିବାକୁ ନିଷ୍ପତ୍ତି ନେଲେ। ଆଉ ତିନି ବର୍ଷ ନେପାଳ ଯାଇ ରାଜମିସ୍ତ୍ରୀ କାମର ତାଲିମ ନେଲେ। ଫେରିଲା ପରେ ସେ ନିଜେ ରାଜମିସ୍ତ୍ରୀ ସାଜି ସ୍ବପ୍ନର ଘରକୁ ରୂପ ଦେଲେ। ୨୦୧୦ରେ ଏହି ଘରର ତିଆରି କାମ ଆରମ୍ଭ ହୋଇଥିଲା। ୩୯ ଫୁଟ ଲମ୍ବା ଓ ୧୩ ଫୁଟ ଚଉଡା ଏହି ଘରର ଉଚ୍ଚତା ପ୍ରାୟ ୩୦ ଫୁଟ। ଉକ୍ତ ଘରଟି ଏବେ ଏହି ଅଞ୍ଚଳରେ ମୁଖ୍ୟ ଆକର୍ଷଣ ପାଲଟିଛି। ହେଲେ ଏହାର କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ୟା’ ମଧ୍ୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଚାଷ କରି ଯାହା ରୋଜଗାର ହେଉଛି ସେଥିରେ ସେ ଧୀରେ ଧୀରେ ଏହାର ନିର୍ମାଣ କରୁଛନ୍ତି। ଆଗାମୀ ବର୍ଷ ଏହାର କାମ ସମ୍ପୂର୍ଣ୍ଣ ହେବ ବୋଲି ମିଣ୍ଟୁ କୁହନ୍ତି। ଏହି ଘରର ଉପର ମହଲାରେ ସେ ଏକ ରେଷ୍ଟୁରାଣ୍ଟ କରିବାର ଯୋଜନା ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri