Posted inଫୁରସତ

ବିବାହ ପୂର୍ବରୁ ମହିଳାଙ୍କ ସହ ଫେରାର ହୋଇଗଲେ ଯୁବତୀ

ଭିଲ୍ଲାଇ, ୯।୭- ଛତିଶଗଡ଼ର ଭିଲ୍ଲାଇରୁ ଚକିତ କଲା ଭଳି ଏକ ଖବର ଆସି ପହଞ୍ଚତ୍ଛି। ବିବାହ ପୂର୍ବରୁ ଜଣେ ଯୁବତୀ ସେହି ଗ୍ରାମର ଜଣେ ବିବାହିତ ମହିଳାଙ୍କ ସହ ଫେରାର ହୋଇଯାଇଛନ୍ତି। ଯୁବତୀଙ୍କ ପରିବାର ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ହାଇଦ୍ରାବାଦରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଯେଉଁଠାରେ ପୋଲିସ ଜାଣିବାକୁ ପାଇଥିଲା ଉଭୟ ସମଲିଙ୍ଗୀ ଏବଂ ପରସ୍ପର ବିବାହ କରିସାରିଛନ୍ତି। ସେମାନେ ସ୍ବାମୀ-ସ୍ତ୍ରୀ ଭଳି ରହୁଛନ୍ତି ଏବଂ ଘରକୁ ଫେରିବାକୁ ଚାହୁଁନାହାନ୍ତି ବୋଲି ଯୁବତୀ ଓ ମହିଳାଜଣଙ୍କ କହିବା ପରେ ପୋଲିସ ଖାଲି ହାତରେ ଫେରିଥିଲା।
ଜଣାପଡ଼ିଛି ଯେ, ଭିଲ୍ଲାଇର ଉତାଇ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ପରିବାର ରହୁଥିଲେ। ସେହି ଗ୍ରାମର ଜଣେ ସ୍ବାମୀ ପରିତ୍ୟକ୍ତା ୩୫ ବର୍ଷୀୟା ମହିଳାଙ୍କ ସହ ଯୁବତୀଙ୍କ ଘନିଷ୍ଠତା ଥିଲା। ଏହାପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ଯୁବତୀଙ୍କ ପରିବାର ମଧ୍ୟ ଉଭୟଙ୍କ ମିଳାମିଶାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ତେଣୁ ସେମାନେ ଯୁବତୀଙ୍କ ବିବାହ ମଧ୍ୟ ଠିକ୍‌ କରିଦେଇଥିଲେ। ତେବେ ଯୁବତୀ ଜଣଙ୍କ ଏହା ଜାଣିପାରି ମହିଳାଙ୍କ ସହ ଫେରାର ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ ଏକ କାରରେ ହାଇଦ୍ରାବାଦ ପଳାଇଥିଲେ। ପରେ ଯୁବତୀଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ସେହିଭଳି ଯୁବତୀଙ୍କୁ ଯେଉଁ କାରରେ ମହିଳା ଜଣଙ୍କ ନେଇଯାଇଥିଲେ ସେହି କାର ଡ୍ରାଇଭରକୁ ମଧ୍ୟ ପୋଲିସ ପଚରା ଉଚରା କରିଥିଲା। ଶେଷରେ ଡ୍ରାଇଭର ଉଭୟଙ୍କ ହାଇଦ୍ରାବାଦ ଠିକଣା ପୋଲିସକୁ ଦେଇଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ପରେ ଯୁବତୀଙ୍କ ସହ ମହିଳାଙ୍କୁ ଦେଖିଥିଲେ। କିନ୍ତୁ ମହିଳାଜଣଙ୍କ ପୁଅଙ୍କ ପରି ଡ୍ରେସ ପିନ୍ଧି ଚୁଟି କାଟି ରହୁଥିଲେ। ସେହିଭଳି ଏକ ନକଲି ନିଶ ମଧ୍ୟ ଲଗାଇଥିଲେ। ଫଳରେ ପୋଲିସ ପ୍ରଥମେ ଜାଣିପାରି ନ ଥିଲା। କିନ୍ତୁ ତଦନ୍ତ ସମୟରେ ସମସ୍ତ ଘଟଣାର ଫର୍ଦ୍ଦାଫାଶ ହୋଇଥିଲା। ମହିଳା ଜଣକ ପୁରୁଷ ବେଶରେ ରହୁଥିଲେ। ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଉଭୟ ସେଠାରେ ଘରଭଡ଼ା ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri