Posted inଫୁରସତ

ବିବାହ ପୂର୍ବରୁ ମହିଳାଙ୍କ ସହ ଫେରାର ହୋଇଗଲେ ଯୁବତୀ

ଭିଲ୍ଲାଇ, ୯।୭- ଛତିଶଗଡ଼ର ଭିଲ୍ଲାଇରୁ ଚକିତ କଲା ଭଳି ଏକ ଖବର ଆସି ପହଞ୍ଚତ୍ଛି। ବିବାହ ପୂର୍ବରୁ ଜଣେ ଯୁବତୀ ସେହି ଗ୍ରାମର ଜଣେ ବିବାହିତ ମହିଳାଙ୍କ ସହ ଫେରାର ହୋଇଯାଇଛନ୍ତି। ଯୁବତୀଙ୍କ ପରିବାର ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ହାଇଦ୍ରାବାଦରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଯେଉଁଠାରେ ପୋଲିସ ଜାଣିବାକୁ ପାଇଥିଲା ଉଭୟ ସମଲିଙ୍ଗୀ ଏବଂ ପରସ୍ପର ବିବାହ କରିସାରିଛନ୍ତି। ସେମାନେ ସ୍ବାମୀ-ସ୍ତ୍ରୀ ଭଳି ରହୁଛନ୍ତି ଏବଂ ଘରକୁ ଫେରିବାକୁ ଚାହୁଁନାହାନ୍ତି ବୋଲି ଯୁବତୀ ଓ ମହିଳାଜଣଙ୍କ କହିବା ପରେ ପୋଲିସ ଖାଲି ହାତରେ ଫେରିଥିଲା।
ଜଣାପଡ଼ିଛି ଯେ, ଭିଲ୍ଲାଇର ଉତାଇ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ପରିବାର ରହୁଥିଲେ। ସେହି ଗ୍ରାମର ଜଣେ ସ୍ବାମୀ ପରିତ୍ୟକ୍ତା ୩୫ ବର୍ଷୀୟା ମହିଳାଙ୍କ ସହ ଯୁବତୀଙ୍କ ଘନିଷ୍ଠତା ଥିଲା। ଏହାପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ଯୁବତୀଙ୍କ ପରିବାର ମଧ୍ୟ ଉଭୟଙ୍କ ମିଳାମିଶାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ତେଣୁ ସେମାନେ ଯୁବତୀଙ୍କ ବିବାହ ମଧ୍ୟ ଠିକ୍‌ କରିଦେଇଥିଲେ। ତେବେ ଯୁବତୀ ଜଣଙ୍କ ଏହା ଜାଣିପାରି ମହିଳାଙ୍କ ସହ ଫେରାର ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ ଏକ କାରରେ ହାଇଦ୍ରାବାଦ ପଳାଇଥିଲେ। ପରେ ଯୁବତୀଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ସେହିଭଳି ଯୁବତୀଙ୍କୁ ଯେଉଁ କାରରେ ମହିଳା ଜଣଙ୍କ ନେଇଯାଇଥିଲେ ସେହି କାର ଡ୍ରାଇଭରକୁ ମଧ୍ୟ ପୋଲିସ ପଚରା ଉଚରା କରିଥିଲା। ଶେଷରେ ଡ୍ରାଇଭର ଉଭୟଙ୍କ ହାଇଦ୍ରାବାଦ ଠିକଣା ପୋଲିସକୁ ଦେଇଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ପରେ ଯୁବତୀଙ୍କ ସହ ମହିଳାଙ୍କୁ ଦେଖିଥିଲେ। କିନ୍ତୁ ମହିଳାଜଣଙ୍କ ପୁଅଙ୍କ ପରି ଡ୍ରେସ ପିନ୍ଧି ଚୁଟି କାଟି ରହୁଥିଲେ। ସେହିଭଳି ଏକ ନକଲି ନିଶ ମଧ୍ୟ ଲଗାଇଥିଲେ। ଫଳରେ ପୋଲିସ ପ୍ରଥମେ ଜାଣିପାରି ନ ଥିଲା। କିନ୍ତୁ ତଦନ୍ତ ସମୟରେ ସମସ୍ତ ଘଟଣାର ଫର୍ଦ୍ଦାଫାଶ ହୋଇଥିଲା। ମହିଳା ଜଣକ ପୁରୁଷ ବେଶରେ ରହୁଥିଲେ। ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଉଭୟ ସେଠାରେ ଘରଭଡ଼ା ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri