ମୌସୁମୀ ବର୍ଷାର ଲୁଚକାଳି ଖେଳ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୧୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚଳିତବର୍ଷ ଜୁନ୍‌ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଆଶାନୁରୂପକ ବର୍ଷା ହେଉନାହିଁ। ଫଳରେ ସ୍ଥାନୀୟ ଚାଷୀମାନଙ୍କ ଜମିରେ ପାଣି ନ ଥିବାରୁ ତଳି ଧାନ ନଷ୍ଟହେବାକୁ ବସିଲାଣି। ଦକ୍ଷିଣ, ପଶ୍ଚିମ ମୌସୁମୀ ବାୟୁ ବର୍ଷା ସକ୍ରିୟ ହେଲେ ଏହି ଅଞ୍ଚଳରେ ଚାଷୀମାନେ ବେଉଷଣ କାମ ଆରମ୍ଭ ହେବ ବୋଲି କହିଛନ୍ତି। ଅପରପକ୍ଷରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଦ୍ୟାବଧି ଶୁଖିଲା ପଡ଼ିଛି। କଟକୀ ଦଳରେ ଭର୍ତ୍ତି ହୋଇଛି ଏହି ସର୍ବପୁରାତନ କେନାଲ। ଦିନ ଥିଲା ଏହି କେନାଲ ଦେଇ ବିଦେଶୀ ନାଗରିକମାନେ ବିଦେଶରୁ ଖାଦ୍ୟ ସାମଗ୍ରୀ କଟକର ମହାନଦୀ ଯୋବ୍ରା ମାଲଗୋଦାମକୁ ଯାତାୟାତ କରୁଥିଲା। ତେବେ ଏହି କେନାଲ ତା’ର ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ହରାଇଛି। ଅପରପକ୍ଷରେ ଏହି କେନାଲ କଟକର ମହାନଦୀ ବ୍ୟାରେଜ୍‌ ପୂର୍ବାଞ୍ଚଳ ସର୍କଲ ଜଳସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ କଟକ ଇଷ୍ଟର୍ନ ସର୍କଲ ମହାନଦୀ ବ୍ୟାରେଜରୁ ଆନୁଷ୍ଠାନିକ ଭାବେ କେନ୍ଦ୍ରାପଡ଼ା କେନାଲ ଓ ଜାରକା ଯାଜପୁର ହାଇ ଲେଭଲ କେନାଲରେ ଚଳିତବର୍ଷ ପ୍ରଥମ ମୌସୁମୀ ଋତୁରେ ଜଳ ନିଷ୍କାସନ କରାଯାଇଛି ବୋଲି କଟକସ୍ଥିତ ଇଷ୍ଟର୍ନ ସର୍କଲ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ରଥଙ୍କୁ ପଚାରିବାରେ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ କେନ୍ଦ୍ରାପଡ଼ା- ମାର୍ଶଘାଇ-ଜମ୍ବୁ କେନାଲ ତଳମୁଣ୍ତରେ ଜଳ ପହଞ୍ଚତ୍ବ। କେନାଲ ଜଳକୁ ଧୀରେ ଧୀରେ ନିଷ୍କାସନ କରାଯିବ। ଫଳରେ ସୁବିଧାରେ ତଳମୁଣ୍ଡରେ ଜଳ ପହଞ୍ଚତ୍ଲେ ସ୍ଥାନୀୟ ଚାଷୀମାନେ ଖରିଫ ଫସଲ ବେଉଷଣ କାମ ଆରମ୍ଭ କରିପାରିବେ ବୋଲି ସେ କହିଛନ୍ତି।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଦକ୍ଷିଣ, ପଶ୍ଚିମ ମୌସୁମୀ ସକ୍ରିୟ ହେବ। ଫଳରେ ଭୀଷଣ ବର୍ଷା ହେବ ବୋଲି କୁହାଯାଇଛି। ତେବେ ନିଅଣ୍ଟିଆ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚଳିତବର୍ଷ ଖରିଫ ଫସଲ ଅମଳ ହେବା ନେଇ ଚିନ୍ତାରେ ଚାଷୀମାନେ ରହିଛନ୍ତି। ସେମାନଙ୍କ କହିବା କଥା ବର୍ଷାପାଣି କିମ୍ବା କେନାଲ ଜଳ ଆସିଲେ ଖରିଫ ଫସଲ ବେଉଷଣ ହେବ ବୋଲି ଜଳଧର ସ୍ବାଇଁ , ଜସବନ୍ତ ପ୍ରଧାନ , ଅନାଦି ସ୍ବାଇଁ , ସଦାଶିବ ରାଉତ , ପତିତପାବନ ସ୍ବାଇଁ , ଗୋଲେଖ ସ୍ବାଇଁଙ୍କ ପ୍ରମୁଖ ଚାଷୀ କହିଛନ୍ତିୟ
ବର୍ଷାଜଳ ଉପରମୁଣ୍ଡରୁ ନ ଆସିବାରୁ ତଳ ମହାନଦୀ , ଲୁଣା , ଗୋବରୀ ନଦୀରେ ସମୁଦ୍ର ଲୁଣିପାଣି ପ୍ରବେଶକରି ଚାଷଜମି କ୍ଷତି ପହଞ୍ଚାଉଛି ବୋଲି ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ କେନାଲ ଜଳ ଛଡ଼ାଯାଉଛି। କେନାଲ ଜଳ ଯୋଗାଣରେ ସମସ୍ୟା ରହିବ ନାହିଁ। ସ୍ଥାନୀୟ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?