ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ ଉଲ୍ଲିଖିତ ରହିଛି। ହେଲେ ଅନେକ ସ୍ଥାନରେ ଉପୁଜୁଥିବା ସ୍ଥିତିକୁ ଦେଖିଲେ ଏହି ଦେଶ ସରକାରୀ ଭାବେ ଧର୍ମନିରପେକ୍ଷତା ବଜାୟ ରଖିଥାଇପାରେ। ନିକଟରେ ତା’ର ବଡ଼ ଦୃଷ୍ଟାନ୍ତ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ‘ଘୋ’କୁ ଦେଖି ସମାଲୋଚକମାନେ ଏଭଳି ମନ୍ତବ୍ୟ ଦେଇଥିଲେ। ଏବେ ମୋଦିଙ୍କ ରାଜ୍ୟ ଗୁଜରାଟର ଅହମଦାବାଦଠାରେ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ମାର୍ଚ୍ଚ ୧୬ ରାତି ସାଢ଼େ ୧୦ଟାରେ କେତେକ ବିଦେଶୀ ଛାତ୍ର ହଷ୍ଟେଲ କ୍ୟାମ୍ପସରେ ନମାଜ ପାଠ କରିଥିଲେ। ଏଥିରେ ଅତିଷ୍ଠ ହୋଇ ୨୦ରୁ ୨୫ ଲୋକ ହଷ୍ଟେଲ ପରିସରରେ ପଶି ସେମାନଙ୍କୁ ଏଭଳି ନ କରିବାକୁ ପ୍ରତିବାଦ କରିଥିଲେ। ହଷ୍ଟେଲରେ ନୁହେଁ, ମସ୍‌ଜିଦରେ ନମାଜ ପାଠ କରିବାକୁ କହିଥିଲେ। ଏହା ପରେ ସେହି ବିଦେଶୀ ଛାତ୍ରଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଫଳସ୍ବରୂପ ଗଣ୍ଡଗୋଳର ସୂତ୍ରପାତ ହେବାରୁ ବିଦେଶୀ ଛାତ୍ରଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ। ପରିସ୍ଥିତି ତୀବ୍ର ହେବାରୁ ଆହତ ଦୁଇ ଛାତ୍ରଙ୍କୁ ଅହମଦାବାଦସ୍ଥିତ ଏସ୍‌ଭିପି ହସ୍ପିଟାଲରେ ଭର୍ତ୍ତି ହେବାକୁପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଗୁଜରାଟ ବିଶ୍ୱବିଦ୍ୟାଳୟରେ ଆଫ୍ରିକା, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସମେତ ଅନ୍ୟାନ୍ୟ ଦେଶରୁ ପ୍ରାୟ ୩୦୦ ଛାତ୍ର ପାଠ ପଢ଼ୁଛନ୍ତି।
ଦେଖିବାକୁ ଗଲେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କମ୍‌ ବିଦେଶୀ ଛାତ୍ର ପାଠ ପଢ଼ିବାକୁ ଆସିଥାଆନ୍ତି। ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଦୁର୍ବ୍ୟବହାର କରାଗଲେ ଅନ୍ତର୍ଜାତୀୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ଆହୁରି ହ୍ରାସ ଘଟିବା ନିଶ୍ଚିତ। ଭାରତର ସମ୍ବିଧାନ ପ୍ରତ୍ୟେକ ଧର୍ମର ବ୍ୟକ୍ତିଙ୍କୁ ସେମାନଙ୍କ ବିଶ୍ୱାସ ଅନୁଯାୟୀ ପୂଜାପାଠ କିମ୍ବା ରୀତିନୀତି ଅନୁପାଳନ କରିବା ଲାଗି ସୁଯୋଗ ଦେଇଛି। ବିବିଧତା ଭିତରେ ଏକତା ରହୁଥିବାରୁ ଭାରତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ସଂଖ୍ୟାଗରିଷ୍ଠ ବର୍ଗରୁ କେତେକ ଧର୍ମରକ୍ଷକ ସାଜି ଗତ ଏକ ଦଶନ୍ଧି ହେବ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିଚାଲିଛନ୍ତି। ଫଳରେ ସଂଖ୍ୟାଲଘୁ ଭୟଭୀତ ହେବା ସ୍ବାଭାବିକ। ଅନ୍ୟପକ୍ଷରେ ପାକିସ୍ତାନ କିମ୍ବା ବାଂଲାଦେଶରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବାରୁ ସେମାନଙ୍କ ଉପରେ ସଂଖ୍ୟାଗରିଷ୍ଠ ମୁସଲମାନ ସମ୍ପ୍ରଦାୟ ଅତ୍ୟାଚାର କରୁଥିବା ଖବର ମିଳୁଛି। କିନ୍ତୁ ଆମେ ଭାରତୀୟ ଯଦି ପାକିସ୍ତାନ କିମ୍ବା ବାଂଲାଦେଶୀଙ୍କ ସ୍ତରକୁ ଓହ୍ଲାଇଯିବା ତେବେ ତାଙ୍କ ଓ ଆମ ଭିତରେ କୌଣସି ପାର୍ଥକ୍ୟ ରହିବ ନାହିଁ।
କେତେକେ କହୁଛନ୍ତି, ଭାରତ ବିଶ୍ୱରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ହେବାକୁ ଯାଉଛି। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ଭାବେ ଉଭା ହେବ। ବ୍ୟକ୍ତି ବା ରାଷ୍ଟ୍ର ପାଇଁ ଉଚ୍ଚାକାଂକ୍ଷା ରହିବା ଭଲ। କିନ୍ତୁ ତାହାକୁ ପୂରଣ କରିବା ଲାଗି ଆବଶ୍ୟକ ଉପାଦାନଗୁଡ଼ିକ କିଭଳି ରହିଛି, ତାହା ଉପରେ ଗଭୀର ଅନୁଶୀଳନ ଦରକାର। ସଂକୀର୍ଣ୍ଣ ମନ ନେଇ ଆଗକୁ ବଢ଼ି ହୁଏନାହିଁ। ଗୁଜରାଟ ବିଶ୍ୱବିଦ୍ୟାଳୟରେ ଯେଉଁ ଅନ୍ତର୍ଜାତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଲା, ନିଶ୍ଚିତ ଭାବେ ସେମାନଙ୍କ ଦେଶରେ ଭାରତ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଯାଇଥିବ। ସାଧାରଣତଃ ଆମେରିକା ହେଉ ବା ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟର ଶିକାର ହେଲେ ଏଠାରେ ଆମେ ନିନ୍ଦା କରିଥାଉ। ଅନୁରୂପ ଘଟଣା ଭାରତରେ ଘଟିଲେ ବିଶ୍ୱ ଦରବାରରେ ଆମେ ନିନ୍ଦିତ ହେବା ଥୟ।
ଗୋଟେ ଦେଶର ବୈଜ୍ଞାନିକ, ଆର୍ଥନୀତିକ, ବାଣିଜି୍ୟକ, ସାମାଜିକ ଓ ସାଂସ୍କୃତିକ ସମୃଦ୍ଧି ଘଟିଲେ ସେହି ରାଷ୍ଟ୍ର ଉନ୍ନତ ହୋଇଥାଏ। ଏଠାକୁ ଯେତିକି ବିଦେଶୀ ଛାତ୍ର ଅସୁଛନ୍ତି ସେମାନଙ୍କ ପ୍ରତି ଉଚିତ ବ୍ୟବହାର କରାଗଲେ ସେମାନେ ଯେତେବେଳେ ସ୍ବଦେଶ ଫେରିବେ ସେତେବେଳେ ଭାରତ ପାଇଁ ଦୂତ ସାଜିପାରନ୍ତି। କିନ୍ତୁ ଅପ୍ରୀତିକର ସ୍ଥିତି ଉପୁଜୁଥିବାରୁ ବିଦେଶୀ ଛାତ୍ରଙ୍କ ଆଗମନ ହ୍ରାସ ପାଇଯାଇପାରେ। ଏହାଦ୍ୱାରା ଭାରତ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ସହିବ। ଧର୍ମ ପଛରେ ଦୌଡ଼ି ଅର୍ଥନୀତିକୁ ଦୁର୍ବଳ କରିଦେଲେ ଦେଶବାସୀ କୌଣସି ସ୍ତରରେ ଲାଭ ପାଇପାରିବେ ନାହିଁ। ଅତଏବ ଏଭଳି ସ୍ଥଳେ ଗୁଜରାଟ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି, ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତାହା ହେଲେ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ବାର୍ତ୍ତାଯିବ ଯେ ଧର୍ମନିରପେକ୍ଷତାରେ ବିଶ୍ୱାସୀ ଭାରତ ସରକାର ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?