ନର୍ସିଂହୋମରେ ଚିକିତ୍ସା କରୁଥିଲେ ନକଲି ଡାକ୍ତର

ତାଳଚେର,୨ା୧୦(ମନୋଜ ନନ୍ଦ): ୨୦୧୯ରୁ ନର୍ସିଂହୋମ୍‌ର ପଞ୍ଜୀକରଣ ନବୀକରଣ ହୋଇନାହିଁ। ଏଠାରେ ରୋଗୀ ଦେଖୁଥିବା ଡାକ୍ତରଙ୍କ ନିକଟରେ ଡାକ୍ତରୀ ଲାଇସେନ୍ସ ମଧ୍ୟ ନାହିଁ। ତଥାପି ଦୀର୍ଘଦିନ ହେଲା ଏଠାରେ ଚାଲିଥିଲା ରୋଗୀଙ୍କ ଚିକିତ୍ସା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନେଇ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ଥିବାରୁ ଉକ୍ତ ନର୍ସିଂହୋମ୍‌ ଉପରେ ଚଢ଼ାଉ ପାଇଁ କରାଯାଇଥିଲା ଯୋଜନା। ପ୍ରଶାସନିକ ଅଧିକାରୀ, ପୋଲିସ ଓ କେତେଜଣ ଡାକ୍ତରଙ୍କୁ ନେଇ ଗଢ଼ାଯାଇଥିଲା ସ୍ବତନ୍ତ୍ର ଟିମ୍‌। ରୋଗୀ ସାଜି କେତେଜଣ ପୋଲିସ କର୍ମଚାରୀ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଯିବା ପରେ ଖୋଲିଯାଇଥିଲା ସମସ୍ତ ରହସ୍ୟ। ସ୍ବତନ୍ତ୍ର ଟିମ୍‌ ହାତରେ ଧରାପଡ଼ିଥିଲେ ନକଲି ଡକ୍ତର। ଏହାପରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିଲା ପ୍ରଶାସନ। ଅନୁଗୋଳ ଜିଲା ତାଳଚେର ଉପଖଣ୍ଡରେ ଘଟିଥିବା ଏପରି ଘଟଣା ଚକିତ କରିଦେଇଛି ଉପଖଣ୍ଡବାସୀଙ୍କୁ।
ପ୍ରକାଶ ଯେ, ତାଳଚେର ଥର୍ମାଲସ୍ଥିତ ଚାଇଁପାଳ ଓଭରବ୍ରିଜ ନିକଟରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେଉଥିବା ଅଭିଯୋଗ ହୋଇଥିଲା। ଲିଙ୍ଗ ନିରୂପଣ ମଧ୍ୟ କରାଯାଉଥିଲା। ଏପରି ଅଭିଯୋଗ ଆସିବା ପରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ ପାଇଁ ଯୋଜନା କରାଯାଇଥିଲା। ପ୍ରଥମେ ତାଳଚେର ଥାନାର କେତେଜଣ କର୍ମଚାରୀ ରୋଗୀ ସାଜି ଉକ୍ତ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ରୋଗୀସେବା କରୁଥିବା ପ୍ରଦୀପ ବେହେରା ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରିବା ବେଳେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏହାପରେ ତାଳଚେର ଉପଜିଲାପାଳ ମନୋଜ ତ୍ରିପାଠୀ, ଏସ୍‌ଡିପିଓ ମାନସ ବାରିକ, ତହସିଲଦାର ରୋଜାଲିନ ବେହେରା ଓ ସରକାରୀ ଡାକ୍ତରଖାନାର କେତେଜଣ ଡାକ୍ତର ଉକ୍ତ ନର୍ସିଂହୋମ୍‌ରେ ଚଢ଼ାଉ କରିଥିଲେ। ଉକ୍ତ ନର୍ସିଂହୋମର ପଞ୍ଜୀକରଣ ୨୦୧୯ ମସିହାରୁ ନବୀକରଣ କରାଯାଇ ନ ଥିବାବେଳେ ରୋଗୀସେବା ଯୋଗାଇ ଦେଉଥିବା ପ୍ରଦୀପ ବେହେରାଙ୍କ ନିକଟରେ ସେପରି ଡାକ୍ତରୀ ଲାଇସେନ୍ସ ନ ଥିବା ଜଣାପଡ଼ିଥିଲା। ଏହାପରେ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଅଟକ ରଖାଯିବା ସହ ଅଧିକ ପଚରାଉଚରା କରାଯାଉଥିବା ଉପଜିଲାପାଳ ମନୋଜ ତ୍ରିପାଠୀ ଓ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଟକ ଥିବା ନକଲି ଡାକ୍ତର ପ୍ରଦୀପ ବେହେରା କହିଛନ୍ତି, ନର୍ସିଂହୋମ୍‌ ପଞ୍ଜୀକରଣ ନବୀକରଣ ପାଇଁ ଆବେଦନ କରାଯାଇଥିଲା। ସେ ପଶ୍ଚିମବଙ୍ଗରେ ଏମ୍‌ବିବିଏସ୍‌ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାହା ଫେକ୍‌ ବୋଲି ଜଣାପଡ଼ିଥିଲା। ସେ ଜଣେ ଡାକ୍ତରଙ୍କ ଅଧୀନରେ ରହି କାମ କରୁଥିଲେ। ରୋଗୀଙ୍କୁ ଅନ୍ୟ ଡାକ୍ତର ଯେଉଁସବୁ ପରାମର୍ଶ ଦେଉଥିଲେ ସେ ତାହାକୁ ଲିଖିତ ଭାବେ ରୋଗୀଙ୍କୁ ଦେଉଥିଲେ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri