ପାଣି ମୁନ୍ଦାଏ

ପ୍ରଚଣ୍ଡ ଗ୍ରୀଷ୍ମ ଲହରରେ ଏବେ ମଣିଷଠାରୁ ଆରମ୍ଭ କରି ପ୍ରାଣୀ ସମସ୍ତେ କଲବଲ ହେଉଛନ୍ତି। ମଣିଷ ଅସହ୍ୟ ତାତିରୁ ନିଜକୁ ରକ୍ଷା କରିବା ପାଇଁ ନୂଆ ନୂଆ ଉପାୟ ଖୋଜୁଥିବାବେଳେ ଜଙ୍ଗଲୀ ଜୀବ କିମ୍ବା ବୁଲା ପ୍ରାଣୀମାନେ ଏହାର ଶିକାର ହେଉଛନ୍ତି। ନିକଟରେ ଓଡ଼ିଶାରେ ଗୋଟିଏ ହାତୀଛୁଆର ମୃତ୍ୟୁ ଓ ଏକ କଲରାପତରିଆ ବାଘ ଚେତାଶୂନ୍ୟ ହେବା ଖବର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା ଲାଗି ଜଙ୍ଗଲରେ ପାଣି ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ପ୍ରମାଣ କରୁଛି ଯେ, ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ଜଳର ଘୋର ଅଭାବ ରହିଛି। ଅର୍ଥାତ୍‌ ବନ ବିଭାଗ ତରଫରୁ ଦୀର୍ଘମିଆଦୀ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ହୋଇ ନ ଥିଲେ ମଧ୍ୟ ମଣିଷର କାର୍ଯ୍ୟକଳାପ ଯୋଗୁ ଜଙ୍ଗଲୀ ପ୍ରାଣୀଙ୍କ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ଅତ୍ୟଧିକ ଖଣିଖନନ, ଜଙ୍ଗଲ ଧ୍ୱଂସ ଏହାର ପ୍ରମୁଖ କାରଣ; ଯେଉଁଥିପାଇଁ ଜଳ ଓ ଖାଦ୍ୟ ନ ପାଇ ବନ୍ୟପ୍ରାଣୀ ଜନବସତିମୁହଁା ହେଉଛନ୍ତି। ଉଦାହରଣ ସ୍ବରୂପ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତା ନିକଟସ୍ଥ ଗାଁକୁ ପାଣି ସନ୍ଧାନରେ ଯାଇଥିଲା ବୋଲି ସେଠାକାର ବନବିଭାଗ ସ୍ବୀକାର କରିଥିଲା। ଏଭଳି ଅନେକ ଘଟଣା ପ୍ରାଣୀ-ମଣିଷ ସଂଘର୍ଷର ସୂତ୍ରପାତ କରୁଥିବା ଲକ୍ଷ୍ୟ କରାଯାଉଛି। ଜୀବବିଜ୍ଞାନୀ ତଥା ପରିବେଶବିତ୍‌ଙ୍କ ମତରେ ଅତ୍ୟଧିକ ତାପମାତ୍ରା ସାଙ୍ଗକୁ ଜଳ ଓ ଖାଦ୍ୟାଭାବ ବହୁ ଜୀବଙ୍କ ମୃତ୍ୟୁର କାରଣ ପାଲଟୁଛି। କିନ୍ତୁ ଏହାର ଠିକ୍‌ ଆକଳନ କରାଯାଇ ପାରୁନାହିଁ। ପ୍ରବଳ ତାତିରେ ପଶୁପକ୍ଷୀଙ୍କ ବ୍ୟବହାରଗତ ପରିବର୍ତ୍ତନ ଉପରେ ମଧ୍ୟ ବୈଜ୍ଞାନିକ ଅନୁଧ୍ୟାନ ସମ୍ଭବ ହୋଇନାହିଁ। ଖରାରେ ବନ୍ୟଜନ୍ତୁଙ୍କ ବାସ୍ତବ ମୃତ୍ୟୁସଂଖ୍ୟା ଜାଣିବା କଷ୍ଟକର ହୋଇଥିଲେ ମଧ୍ୟ ପାଣି ବିକଳରେ ଜୀବଜନ୍ତୁ ଜଙ୍ଗଲ ବାହାରକୁ ପଳାଇ ଆସିବା ସେମାନଙ୍କ ଦୁର୍ଦ୍ଦଶାକୁ ସ୍ପଷ୍ଟ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରାୟ ଏକ ଚତୁର୍ଥାଂଶ ଭାଗରେ ଜଙ୍ଗଲ ଅଛି ବୋଲି ଆମକୁ କୁହାଯାଉଛି। ଦେଶରେ ମାଟ ୫୬୭ ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି। ଦେଶର ସମସ୍ତ ଜଙ୍ଗଲରେ ୫୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଓ ୨,୦୦୦ ପ୍ରଜାତିର ପକ୍ଷୀ ଅଛନ୍ତି। ତେବେ ଏହି ସଂଖ୍ୟା ଧୀରେ ଧୀରେ ଲୋପ ପାଇଯାଉଛି। ଖାଦ୍ୟ, ବାସସ୍ଥାନ ଅଭାବରେ ଥିବା ପଶୁପକ୍ଷୀ କିଛି ବର୍ଷ ହେଲା ଗ୍ରୀଷ୍ମ ଲହରକୁ ସାମ୍‌ନା କରିବା ଦ୍ୱାରା ସେମାନଙ୍କ ସଂଖ୍ୟା ଆହୁରି କମିବାରେ ଲାଗିଛି। ତେବେ ଏହି ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ସମେତ କେତେକ ପ୍ରାଣୀ କଲ୍ୟାଣ ସଂଗଠନ ସକ୍ରିୟତା ପ୍ରକାଶ କରୁଥିଲେ ମଧ୍ୟ ବିଶ୍ୱତାପନ ଜନିତ ପରିବେଶଗତ ପ୍ରଭାବରୁ ଜୀବଙ୍କୁ ରକ୍ଷା କରିବା କଷ୍ଟକର ହୋଇପଡ଼ୁଛି। ଏଠାରେ କୁହାଯାଇପାରେ ଯେ, ସରକାରୀ ସ୍ତରରେ ପୋଖରୀ ପରିବର୍ତ୍ତେ ହ୍ରଦ ଭଳି ବଡ଼ ଜଳପ୍ରକଳ୍ପ ଜଙ୍ଗଲ ଭିତରେ ସୃଷ୍ଟି କରାଯାଇପାରନ୍ତା। ସେହିସବୁ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ ମଧ୍ୟ ଆୟୋଜନ କରାଯାଇ ବିଭିନ୍ନ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ଫଟୋ ଉଠାଯାଇପାରନ୍ତା। ଗଣମାଧ୍ୟମରେ ତାହାର ବହୁଳ ପ୍ରଚାର ହେବାବେଳେ ସେହି ନେତାମାନଙ୍କ ମୁହଁ ଦେଖିବା ସହିତ ପ୍ରାଣୀମାନଙ୍କର ବାସ୍ତବ ମଙ୍ଗଳ ହୋଇପାରନ୍ତା। ପରବର୍ତ୍ତୀ ସମୟରେ ତାହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରନ୍ତା ଏବଂ ଭୂତଳ ଜଳସ୍ତରକୁ ସାହାଯ୍ୟ କରନ୍ତା। ଆଫ୍ରିକାରୁ ଚିତା ଆଣିବା ସହିତ ଆମ ଦେଶର ବିଭିନ୍ନ ପ୍ରାଣୀଙ୍କୁ ରକ୍ଷା କରିବା ହେଉଛି ସରକାରଙ୍କ ଦାୟିତ୍ୱ। ସେମାନଙ୍କୁ ପାଣିି ମୁନ୍ଦେ ଦେଇପାରିଲେ ମନ୍ତ୍ରୀମାନେ ବହୁତ ଆଶୀର୍ବାଦ ମଧ୍ୟ ପାଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri