ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସ୍ବପ୍ନ

ଡେରାବିଶ,୮ା୧୦(ବେବର୍ତା ଅଜୟ ଦାସ)ଗ୍ରାମାଞ୍ଚଳରେ ଛପର ଘରେ ରହୁଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ହୋଇଛି।ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଗୃହ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅଞ୍ଚଳରେ ଏହି ଯୋଜନା ପ୍ରହସନ ପାଲଟିଛି। ଏହି ବ୍ଳକ ଅଞ୍ଚଳର ବହୁ ଯୋଗ୍ୟ ହିତାଧିକାରୀ ସର୍ଭେ ତାଲିକାରେ ସେମାନଙ୍କ ନାମ ଥାଇ ମଧ୍ୟ ଆବାସ ଯୋଜନାରୁ ବଞ୍ଚତ୍ତ ହେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ ଅଧୀନ ଛୋଟି ପଞ୍ଚାୟତ ନେତୁଆ ଗ୍ରାମର ୭ ନଂ, ୱାର୍ଡ଼ର ସୁଲୋଚନା ମଳିକଙ୍କ ପରିବାର ରହିବା ପାଇଁ ଘର ଖଣ୍ଡିଏ ନାହିଁ। ଦୀର୍ଘବର୍ଷ ହେବ ସେ ଗ୍ରାମରେ ଥିବା ଜଣେ ପଡ଼ିଶାଙ୍କ ଘରେ ସ୍ବାମୀ ନରହରି, ପୁଅ ଓ ଝିଅ ସହ ରହୁଛନ୍ତି। ସୁଲୋଚନା ଓ ନରହରି ଦିନମଜୁରିଆ। ପର ପାଖରେ ମୂଲ ଲାଗି ନିଜର ପରିବାରକୁ ପ୍ରତିପୋଷଣ କରିଥାନ୍ତି। ଘର ଖଣ୍ଡିଏ ନ ଥିବାରୁ ବିଡ଼ିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଲୋଚନା ଏକାଧିକ ଥର ଗୁହାରୀ କରିଛନ୍ତି। ମାତ୍ର ଏଯାଏ ତାଙ୍କ ଗୁହାରୀ କେହି ଶୁଣି ନାହାଁନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଛୋଟି ପଞ୍ଚାୟତରେ କରାଯାଇଥିବା ସର୍ଭେରେ ସୁଲୋଚନାଙ୍କ ନାମ ରହିଥିବା ନରହରି କହିଛନ୍ତି। ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିବା ସୁଲୋଚନା ଆବାସ ଗୃହରୁ କାହିଁକି ବଞ୍ଚତ୍ତ ହୋଇଛନ୍ତି ସେ ବିଷୟରେ ନରହରି ପ୍ରଶାସନ ନିକଟକୁ ଧାଇଁ ଧାଇଁ ନିରାଶ ହେବା ପରେ କେବଳ ନିଜର ଭାଗ୍ୟକୁ ଦୋଷ ଦେଇ ବସିଛନ୍ତି। ଯେଉଁ ପଡ଼ିଶାଙ୍କ ଘରେ ସେ ରହୁଛନ୍ତି ସେ ବି ଏକ ନୁଆଁଣିଆ ଚାଳଘର। ସୁଲୋଚନା ଘର ବାରଣ୍ଡାରେ ପ୍ରତିଦିନ ରୋଷେଇ କରି ପରିବାର ଲୋକଙ୍କ ଖାଇବାକୁ ଦେଉଛନ୍ତି। ଗୋଟିଏ ଘରେ ୪ ପ୍ରାଣୀ ଚଳିବା କଷ୍ଟକର ହେଉଛି। ତଥାପି ସୁଲୋଚନା ହାରି ଯାଇନାହାନ୍ତି।
ଏ ସମ୍ପର୍କରେ ସରପଞ୍ଚ ରଜନୀ ମଲିକ କୁହନ୍ତି, ଛୋଟି ପଞ୍ଚାୟତରେ କେବଳ ସୁଲୋଚନା ନୁହଁନ୍ତି ତାଙ୍କ ଭଳି ଆହୁରି ୯ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି। ସର୍ଭେ ତାଲିକାରେ ସମସ୍ତଙ୍କ ନାମ ରଖାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ନାମ କଟାଯାଇଛି। ଏ ବିଷୟରେ ସେ ଜିଲାପାଳ, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡ଼ିଓ ଏହି ୯ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇନ୍ତି ବୋଲି କହିଛନ୍ତି। ଏ ବିଷୟରେ ବିଡ଼ିଓ ଦାଶରଥୀ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ସର୍ଭେ ସମୟରେ ଆବାସ ଯୋଜନାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ବିଷୟରେ ପୁନର୍ବାର ଅନୁଧ୍ୟାନ କରାଯିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?