Posted inଫୁରସତ

ଭିନ୍ନ ଏକ ପ୍ରେମ କାହାଣୀ: ସାତ ସମୁଦ୍ର ପାର ହୋଇ ବିବାହ କଲେ ଏହି ପ୍ରେମୀଯୁଗଳ

ପ୍ରେମ କେତେବେଳେ କାହା ସହ କେଉଁଠି ଆରମ୍ଭ ହୋଇଥାଏ ତାହା କହି ହୁଏନା। ଏମିତି ଏକ ପ୍ରେମ ହୋଇଛି ସ୍ପେନର ଜଣେ ଯୁବକ ଏବଂ ଆମେରିକୀୟ ଯୁବତୀଙ୍କ କ୍ଷେତ୍ରରେ। ଏହି ପ୍ରେମୀଯୁଗଳ ଭାରତ ବୁଲିବାକୁ ଆସିଥିଲେ। ପ୍ରଥମେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁ ଏବଂ ପରେ ଏକାଠି ଚାଲିବା ପାଇଁ ନିଷ୍ପତ୍ତି। ତେବେ ରୁଦ୍ରପ୍ରୟାଗଠାରୁ ୨୬ କିଲୋମିଟର ଦୂରରେ ଥିବା ବାଂଶବାଡ଼ାର ଗ୍ରାମବାସୀଙ୍କ ସହାୟତାରେ ଦୁହେଁ ହିନ୍ଦୁ ରୀତିନୀତି ସହିତ ସ୍ଥାନୀୟ ମନ୍ଦିରରେ ବିବାହ କରିଛନ୍ତି। ତେବେ ଜାଣନ୍ତୁ ଏହି ପ୍ରେମୀଯୁଗଳଙ୍କ ପ୍ରେମ ସମ୍ପର୍କ ବିଷୟରେ।

ଏହି ଦୁଇ ବିଦେଶୀ ପ୍ରେମପକ୍ଷୀଙ୍କ ପାଇଁ ସାତ ସମୁଦ୍ରରେ ବିବାହ କରିବା ଏକ ଆଶ୍ଚର୍ଯ୍ୟର କଥା। ଉଭୟଙ୍କ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀ ପରି। ଦୁହେଁ ଭାରତ ବୁଲିବାକୁ ଆସିଥିଲେ। ଲକ୍‌ଡାଉନ୍‌ ଯୋଗୁ ଏଠାରେ ଫସିଗଲେ। ଏଠାର ରହିବା ମଧ୍ୟରେ କେତେବେଳେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଯାଇଥିଲେ ଜଣା ନ ଥିଲେ। ପରେ ଧୀରେ ଧୀରେ ଉଭୟଙ୍କ ଟଙ୍କା ସରିବାକୁ ଲାଗିଲା। ତେଣୁ ନିଜ ଗୋଡ଼ରେ ନିଜେ ଠିଆ ହେବେ ବୋଲି ଭାବିନେଲେ।

ଉଭୟ ସାଥୀ ହୋଇ ଚାଲୁଥିବା ବେଳେ ରାତି ବିତାଇବା ପାଇଁ ଶସ୍ତା ହୋଟେଲ ଖୋଜିବା ଆରମ୍ଭ କଲେ। ଏକ ସପ୍ତାହ ପୂର୍ବରୁ ଉଭୟ ଋଷିକେଶରେ ପହଞ୍ଚିଥିଲେ। ବୁଧବାର ରୁଦ୍ରପ୍ରୟାଗ ଦେଇ ବାଂଶବାଡାରେ ପହଞ୍ଚିଥିଲେ। ଏଠାରେ ଦୁହେଁ ଏକ ହୋଟେଲକୁ ଯାଇଥିଲେ। ଯେଉଁଠାରେ ସେମାନେ ସାମାଜିକ କର୍ମୀ ଅମିତ ସଜୱାନଙ୍କୁ ଭେଟିଥିଲେ। ଉଭୟ ସେମାନଙ୍କର ପ୍ରେମ କାହାଣୀ କହିଥିଲେ ଏବଂ ଅମିତ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବିବାହ କରାଇଥିଲେ।

ଫଳରେ ସେଜାଲ ଏବଂ ମେରିକ୍‌ଙ୍କ ବିବାହ ବାଂଶବାଡ଼ାର କୁଟୀର ମନ୍ଦିରରେ ସମ୍ପନ୍ନ ହୋଇଛି। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ପରେ ଏହି ବିଦେଶୀ ଦମ୍ପତି ବହୁ ଖୁସି ଜଣାପଡୁଥିଲେ। ସ୍ପେନ୍‌ରୁ ଆସିଥିବା ସେଜାଲ ଜଣେ ବ୍ୟବସାୟୀ ଏବଂ ତାଙ୍କର ଆମେରିକୀୟ ପତ୍ନୀ ମେରିକ୍‌ ସ୍ନାତକ ପାସ୍‌ କରିଛନ୍ତି। ଭାରତ ଆସିବା ପୂର୍ବରୁ ଏହି ଦୁଇଜଣ ପରସ୍ପରକୁ ମଧ୍ୟ ଜାଣି ନ ଥିଲେ। କିନ୍ତୁ ଲକ୍‌ଡାଉନ୍‌ ଦୁହିଁଙ୍କୁ ସବୁଦିନ ପାଇଁ ଗୋଟିଏ ସୂତାରେ ବାନ୍ଧି ଦେଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri