Posted inଫୁରସତ

ଭିନ୍ନ ଏକ ପ୍ରେମ କାହାଣୀ: ସାତ ସମୁଦ୍ର ପାର ହୋଇ ବିବାହ କଲେ ଏହି ପ୍ରେମୀଯୁଗଳ

ପ୍ରେମ କେତେବେଳେ କାହା ସହ କେଉଁଠି ଆରମ୍ଭ ହୋଇଥାଏ ତାହା କହି ହୁଏନା। ଏମିତି ଏକ ପ୍ରେମ ହୋଇଛି ସ୍ପେନର ଜଣେ ଯୁବକ ଏବଂ ଆମେରିକୀୟ ଯୁବତୀଙ୍କ କ୍ଷେତ୍ରରେ। ଏହି ପ୍ରେମୀଯୁଗଳ ଭାରତ ବୁଲିବାକୁ ଆସିଥିଲେ। ପ୍ରଥମେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁ ଏବଂ ପରେ ଏକାଠି ଚାଲିବା ପାଇଁ ନିଷ୍ପତ୍ତି। ତେବେ ରୁଦ୍ରପ୍ରୟାଗଠାରୁ ୨୬ କିଲୋମିଟର ଦୂରରେ ଥିବା ବାଂଶବାଡ଼ାର ଗ୍ରାମବାସୀଙ୍କ ସହାୟତାରେ ଦୁହେଁ ହିନ୍ଦୁ ରୀତିନୀତି ସହିତ ସ୍ଥାନୀୟ ମନ୍ଦିରରେ ବିବାହ କରିଛନ୍ତି। ତେବେ ଜାଣନ୍ତୁ ଏହି ପ୍ରେମୀଯୁଗଳଙ୍କ ପ୍ରେମ ସମ୍ପର୍କ ବିଷୟରେ।

ଏହି ଦୁଇ ବିଦେଶୀ ପ୍ରେମପକ୍ଷୀଙ୍କ ପାଇଁ ସାତ ସମୁଦ୍ରରେ ବିବାହ କରିବା ଏକ ଆଶ୍ଚର୍ଯ୍ୟର କଥା। ଉଭୟଙ୍କ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀ ପରି। ଦୁହେଁ ଭାରତ ବୁଲିବାକୁ ଆସିଥିଲେ। ଲକ୍‌ଡାଉନ୍‌ ଯୋଗୁ ଏଠାରେ ଫସିଗଲେ। ଏଠାର ରହିବା ମଧ୍ୟରେ କେତେବେଳେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଯାଇଥିଲେ ଜଣା ନ ଥିଲେ। ପରେ ଧୀରେ ଧୀରେ ଉଭୟଙ୍କ ଟଙ୍କା ସରିବାକୁ ଲାଗିଲା। ତେଣୁ ନିଜ ଗୋଡ଼ରେ ନିଜେ ଠିଆ ହେବେ ବୋଲି ଭାବିନେଲେ।

ଉଭୟ ସାଥୀ ହୋଇ ଚାଲୁଥିବା ବେଳେ ରାତି ବିତାଇବା ପାଇଁ ଶସ୍ତା ହୋଟେଲ ଖୋଜିବା ଆରମ୍ଭ କଲେ। ଏକ ସପ୍ତାହ ପୂର୍ବରୁ ଉଭୟ ଋଷିକେଶରେ ପହଞ୍ଚିଥିଲେ। ବୁଧବାର ରୁଦ୍ରପ୍ରୟାଗ ଦେଇ ବାଂଶବାଡାରେ ପହଞ୍ଚିଥିଲେ। ଏଠାରେ ଦୁହେଁ ଏକ ହୋଟେଲକୁ ଯାଇଥିଲେ। ଯେଉଁଠାରେ ସେମାନେ ସାମାଜିକ କର୍ମୀ ଅମିତ ସଜୱାନଙ୍କୁ ଭେଟିଥିଲେ। ଉଭୟ ସେମାନଙ୍କର ପ୍ରେମ କାହାଣୀ କହିଥିଲେ ଏବଂ ଅମିତ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବିବାହ କରାଇଥିଲେ।

ଫଳରେ ସେଜାଲ ଏବଂ ମେରିକ୍‌ଙ୍କ ବିବାହ ବାଂଶବାଡ଼ାର କୁଟୀର ମନ୍ଦିରରେ ସମ୍ପନ୍ନ ହୋଇଛି। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ପରେ ଏହି ବିଦେଶୀ ଦମ୍ପତି ବହୁ ଖୁସି ଜଣାପଡୁଥିଲେ। ସ୍ପେନ୍‌ରୁ ଆସିଥିବା ସେଜାଲ ଜଣେ ବ୍ୟବସାୟୀ ଏବଂ ତାଙ୍କର ଆମେରିକୀୟ ପତ୍ନୀ ମେରିକ୍‌ ସ୍ନାତକ ପାସ୍‌ କରିଛନ୍ତି। ଭାରତ ଆସିବା ପୂର୍ବରୁ ଏହି ଦୁଇଜଣ ପରସ୍ପରକୁ ମଧ୍ୟ ଜାଣି ନ ଥିଲେ। କିନ୍ତୁ ଲକ୍‌ଡାଉନ୍‌ ଦୁହିଁଙ୍କୁ ସବୁଦିନ ପାଇଁ ଗୋଟିଏ ସୂତାରେ ବାନ୍ଧି ଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri