Posted inଖେଳ

ଭିନ୍ନ ଏକ ଚ୍ୟାଲେଞ୍ଜ

ଗୌତମ ଗମ୍ଭୀର
ନିକଟରେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ଭୂମିକମ୍ପରେ ୨,୪୪୫ ଲୋକ ନିହତ ହୋଇଥିବା ବେଳେ ୯,୨୪୦ ଆହତ ହୋଇଛନ୍ତି। ଏହି ଦୁଃଖଦ ପରିସ୍ଥିିତିରେ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଖେଳୁଛି। ୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣା ମୋର ମନେପଡ଼ିଯାଉଛି। ସେତେବେଳେ ମଁୁ ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ ଥିଲି ଏବଂ ଆମେ କଟକଠାରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ ଖେଳୁଥିଲୁ। ନ୍ୟୁଜ୍‌ ଚ୍ୟାନେଲରେ ଘଟଣାଟିର ଫଟୋ ଦେଖି ଆମେ ସ୍ତମ୍ଭୀଭୂତ ହୋଇଯାଇଥିଲୁ। ପୁଣି ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ବାସ୍ତବିକ ହୃଦୟବିଦାରକ ଥିଲା। ବର୍ତ୍ତମାନ ଆଫଗାନିସ୍ତାନ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟ ଖେଳୁଥିବା ଆଫଗାନିସ୍ତାନ ଦଳର ଖେଳାଳିଙ୍କ ମାନସିକତା କ’ଣ ଥିବ ତାହା ଅନୁମାନ କରିହେଉଥିବ। ଏହି ଦଳ ବୁଧବାର ଆୟୋଜକ ଭାରତକୁ ଭେଟିବ। ରଶିଦ ଖାଁ ତାଙ୍କର ସମସ୍ତ ବିଶ୍ୱକପ୍‌ ମ୍ୟାଚ ଫି’ ଭୂକମ୍ପ କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି। କ୍ରିକେଟ ମହଲରୁ ଏଭଳି ସହାୟତା ମୁଁ ଆଶା କରୁଛି। ଏହା ଦୁଃଖର ବିଷୟ ଯେ, ଭୂକମ୍ପ ପ୍ରଭାବିତଙ୍କୁ ସମ୍ମାନ ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କିମ୍ବା ଖେଳାଳିମାନେ କଳାପଟି ପିନ୍ଧି ଖେଳିବା ଦେଖିବାକୁ ମିଳି ନ ଥିଲା। ମୋର ମନେପଡ଼ୁଛି ଚଳିତବର୍ଷ ଓଡ଼ିଶାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୬୦ଜଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଯାଇ ବିଶ୍ୱ ଟେଷ୍ଟ ଚାମ୍ପିନଶିପ୍‌ ଫାଇନାଲ ବେଳେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହ ହାତରେ କଳାପଟି ବାନ୍ଧି ଖେଳିଥିଲେ। ଚଳିତ ବିଶ୍ୱକପ୍‌ରେ ଚେନ୍ନାଇଠାରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିଛି। ଅନେକେ ହୁଏତ ସହମତ ହୋଇ ନ ପାରନ୍ତି, ଚେନ୍ନାଇ ପିଚ୍‌ର ଲକ୍ଷଣକୁ କିନ୍ତୁ ମୁଁ ପସନ୍ଦ କରେ। ଏହି ପିଚ୍‌ରେ ଜଣେ ବ୍ୟାଟରଙ୍କ ଧୈର୍ଯ୍ୟ ଓ ଦକ୍ଷତାର ପରୀକ୍ଷା ହୋଇପାରିବ। ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିଲେ ମନେହୁଏ ସେମାନେ କମ୍‌ ସ୍କୋର ବିଶିଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି। ୫୦ଓଭର ଫର୍ମାଟ ଖେଳକୁ ବଞ୍ଚାଇ ରଖିବାକୁ ହେଲେ ସନ୍ତୁଳିତ ପିଚ୍‌ର ଆବଶ୍ୟକ ରହିଛି। କେ.ଏଲ୍‌. ରାହୁଲ ଓ ବିରାଟ କୋହଲିଙ୍କ ବ୍ୟାଟିଂ ବାସ୍ତବିକ ଖୁବ୍‌ ଭଲ ଥିଲା। ରାହୁଲଙ୍କ ଚମତ୍କାର ଫୁଟ୍‌ଓ୍ବର୍କ ସହ ଅଫ୍‌-ସାଇଡ ଶଟ୍‌ ମୋତେ ପ୍ରଭାବିତ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟାଟିଂ ଆପାତତଃ ତ୍ରୁଟିହୀନ ଥିଲା। ଭାରତ ଏକଦା ମାତ୍ର ୨ ରନରେ ୩ ଉଇକେଟ ହରାଇ ସାରିଥିବା ବେଳେ ଚାପରେ ଥାଇ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଚ୍ୟାଲେଞ୍ଜିଂ ଥିଲା। ଉଭୟେ ଇନିଂସକୁ ଯେପରି ଭାବେ ଆଗେଇ ନେଲେ ତାହା ଦର୍ଶନୀୟ ଥିଲା। ରବିବାର ରାହୁଲ ଓ କୋହଲିଙ୍କର ଅଲଗା ଅଲଗା ମାପଦଣ୍ଡର ପରୀକ୍ଷା ହୋଇଥିଲା। ଆଫଗାନିସ୍ତାନ ଦଳ ବିପକ୍ଷ ମ୍ୟାଚରେ ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। (ଗେମ୍‌ପ୍ଲାନ/ଦୀନେଶ ଚୋପ୍ରା)।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?