Posted inଖେଳ

ପ୍ରଥମ: ଗୋଟିଏ ମ୍ୟାଚ୍‌ରେ ୪ ଶତକ

ହାଇଦ୍ରାବାଦ,୧୧ା୧୦: ମଙ୍ଗଳବାର ଦିନିକିଆ କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି ପାକିସ୍ତାନ। ବିଶ୍ୱକପରେ ପ୍ରଥମ ଥର ଏକ ମ୍ୟାଚ୍‌ରେ ୪ ଶତକ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କୁଶଲ ମେଣ୍ଡିସ୍‌ ଓ ସାଦିରା ସମରବିକ୍ରମାଙ୍କ ଶତକ ବଳରେ ୯ ଉଇକେଟ ହରାଇ ୩୪୪ ରନ୍‌ ସ୍କୋର କରିଥିଲା। ଜବାବରେ ଅବଦୁଲ୍ଲା ଶଫିକଙ୍କ ୧୧୩ ଓ ମହମ୍ମଦ ରିଜଓ୍ବାନଙ୍କ ୧୩୧* ରନ୍‌ ବଳରେ ପାକିସ୍ତାନ ୪୮.୨ ଓଭରରେ ଓଭରରେ ୪ ଉଇକେଟ ହରାଇ ବିଜୟୀ ହୋଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ୍‌ ୧୨୨ ଓ ସାଦିରା ସମରବିକ୍ରମା ୧୦୮ ରନ୍‌ କରିଥଲେ। ୭୭ ବଲ୍‌ ଖେଳି ମେଣ୍ଡିସ୍‌ ୧୪ ଚୌକା ଓ ୬ ଛକା ମାରିଥିଲେ। ଅନ୍ୟପକ୍ଷରେ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ସମରବିକ୍ରମା। ୮୯ ବଲ୍‌ ଖେଳି ସେ ୧୧ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଥୁମ୍‌ ନିଶଙ୍କା ୫୧ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ହସନ୍‌ ଅଲୀ ସର୍ବାଧିକ ୪ ଉଇକେଟ ନେଇଥିଲେ। ୩୪୫ ରନ୍‌ ଲକ୍ଷ୍ୟରେ ପାକିସ୍ତାନ ମାତ୍ର ୩୭ ରନରେ ଦୁଇ ଉଇକେଟ ହରାଇଥିଲା ପାକିସ୍ତାନ। ତେବେ ଅବଦୁଲ୍ଲା ଶଫିକ୍‌(୧୧୩) ଓ ମହମ୍ମଦ ରିଜଓ୍ବାନ(୧୩୪*) ତୃତୀୟ ଉଇକେଟରେ ୧୭୬ ରନ୍‌ ଯୋଡିଥିଲେ। ଶଫିକ୍‌ ୧୦୩ ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ମାରିଥିଲେ। ରିଜଓ୍ବାନ ୧୨୧ ବଲ୍‌ ଖେଳି ୯ ଚୌକା ଓ ୩ ଛକା ମାରି ଦଳକୁ ବିଜୟୀ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶନକା ୨ ଉଇକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଥୀଷା ପଥିରାନା ଓ ମହୀଶ ଥିକ୍‌ସାନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।ଏହା ସହିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟମ ବିଜୟ ସହ ଅପରାଜେୟ ରେକର୍ଡ ବଜାୟ ରଖିଛି ପାକିସ୍ତାନ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୩୪୪/୯(କୁଶଲ ମେଣ୍ଡିସ୍‌-୧୨୨, ସାଦିରା ସମରବିକ୍ରମା-୧୦୮, ପାଥୁମ ନିଶଙ୍କା-୫୧, ହସନ ଅଲୀ-୪/୭୧, ହାରିସ୍‌ ରୌଫ୍‌-୨/୬୪, ଶଦାବ ଖାଁ-୧/୫୫)। ପାକିସ୍ତାନ ୪୮.୨ ଓଭରରେ ୩୪୬/୪(ଅବଦୁଲ୍ଲା ଶଫିକ୍‌-୧୧୩, ମହମ୍ମଦ ରିଜଓ୍ବାନ-୧୩୧*, ଦିଲଶାନ ମଦୁଶନକା-୨/୫୪, ମଥିଶା ପଥିରାନା-୧/୬୩)।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?