Posted inଫୁରସତ

ସୃଜନଶୀଳତାକୁ ସମ୍ମାନ ପାଇଁ ଦିନଟିଏ

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳିତ ହେଉଛି। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୃଜନଶୀଳତା ଏବଂ ନୂଆ ଭାବର ପ୍ରବର୍ତ୍ତନ (ଅଭିନବତ୍ୱ) ଦ୍ୱାରା ବିଶ୍ୱର ଅର୍ଥନୀତି ଓ ସମାଜର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଉଦ୍ଭାବକ ଓ ନବ ପ୍ରବର୍ତ୍ତକମାନଙ୍କ କୃତିକୁ ମନେପକାଇ ସମ୍ମାନ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ସାରା ବିଶ୍ୱରେ ସୃଜନଶୀଳତା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଦେବାରେ ବୌଦ୍ଧିକ ସମ୍ପତ୍ତି ଅଧିକାରଗୁଡ଼ିକ ଯଥା ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ମାର୍କ ଏବଂ ଡିଜାଇନ୍‌ର ଭୂମିକା ଉପରେ ଏହି ଦିବସ ସଚେତନତା ସୃଷ୍ଟି କରିଥାଏ।
ଡବ୍ଲ୍ୟୁଆଇପିଓ ହେଉଛି ଜାତିସଂଘର ଏକ ପୁରୁଣା ଏଜେନ୍ସି। ଜାତିସଂଘର ୧୫ଟି ସ୍ବତନ୍ତ୍ର ଏଜେନ୍ସି ମଧ୍ୟରୁ ଏହା ଅନ୍ୟତମ। ଏହା ୧୪ ଜୁଲାଇ ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ସୁଇଜରଲାଣ୍ଡର ଜେନେଭାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଭାରତ ସମେତ ୧୯୩ ଦେଶ ଡବ୍ଲ୍ୟୁଆଇପିଓର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଆଇପିଓ ଦ୍ୱାରା ପରିଚାଳିତ ଅନେକ ଚୁକ୍ତିର ଅଂଶୀଦାର ହୋଇଛି ଭାରତ। ୧୯୭୦ ଏପ୍ରିଲ ୨୬ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରଥମ ସମ୍ମେଳନ ହୋଇଥିଲା। ଉକ୍ତ ଦିନକୁ ହିଁ ବିଶ୍ୱ ବୌଦ୍ଧିକ ଦିବସ ଭାବେ ପାଳନ କରାଯାଉଛି। ସାରା ଦୁନିଆର ଲୋକଙ୍କ ସହ ଯୋଡ଼ିହେବାର ଏକ ଅନନ୍ୟ ଅବସର ପ୍ରଦାନ କରୁଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ଫଳରେ ବିଶ୍ୱ କଳା ପ୍ରତିଭା କ୍ଷେତ୍ରକୁ ବିକାଶ କରିବାରେ ବୌଦ୍ଧିକ ସମ୍ପତ୍ତି ଦିବସ କିଭଳି ସହାୟକ ହେଉଛି ଏବଂ ମାନବ ପ୍ରଗତିକୁ ଗତି ଦେଉଥିବା ବୈଷୟିକ ଅଭିନବତ୍ୱକୁ ସକ୍ଷମ ବନାଉଛି ତାହା ବୁଝିବା ସହଜ ହୋଇଥାଏ।
ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ୨୦୨୩ ମସିହା ଥିମ୍‌ ହେଉଛି ‘ମହିଳା ଏବଂ ଆଇପି (ବୌଦ୍ଧିକ ସମ୍ପତ୍ତି): ଅଭିନବତ୍ୱ ଓ ସୃଜନଶୀଳତାକୁ ତ୍ୱରାନ୍ବିତ କରିବା’। ସମଗ୍ର ବିଶ୍ୱରେ ମହିଳା ଉଦ୍ଭାବକ, ନବ ପ୍ରବର୍ତ୍ତକ ଏବଂ ଉଦ୍ୟୋଗୀମାନଙ୍କ ମନୋଭାବ ଏବଂ ସେମାନଙ୍କ ଅଗ୍ରକାମୀ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ। ମହିଳାମାନେ ସେମାନଙ୍କର କଳ୍ପନା, ଚତୁରତା ଏବଂ କଠିନ ପରିଶ୍ରମ ମାଧ୍ୟମରେ ସାରା ଦୁନିଆକୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ସେମାନେ ଜ୍ଞାନକୌଶଳ ଏବଂ ସହାୟତା ପାଇବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନର ସମ୍ମୁଖୀନ ହେଉଛନ୍ତି।
ଇତିହାସ: ସେପ୍ଟେମ୍ବର ୧୯୯୮ରେ ଡବ୍ଲ୍ୟୁଆଇପିଓର ସଦସ୍ୟ ରାଷ୍ଟ୍ରଗୁଡିକ ସମ୍ମେଳନକୁ ଦେଇଥିବା ବିବୃତି ଅନୁଯାୟୀ ନ୍ୟାଶନାଲ ଆଲଜେରିଆ ଇଣ୍ଡଷ୍ଟ୍ରିଆଲ ପ୍ରପର୍ଟି ଇନଷ୍ଟିଚ୍ୟୁଟ୍‌ (ଆଇଏନ୍‌ଏପିଆଇ) ମହାନିର୍ଦ୍ଦେଶକ ଏପ୍ରିଲ ୭, ୧୯୯୯ରେ ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ବୌଦ୍ଧିକ ସମ୍ପତ୍ତିର ପୃଷ୍ଠପୋଷକମାନଙ୍କ ସଫଳତାକୁ ସାରା ବିଶ୍ୱକୁ ପରିଚୟ କରାଇବା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ରେ ଡବ୍ଲ୍ୟୁଆଇପିଓର ଚାଇନା ପ୍ରତିନିଧି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତାବ ଆଗତ କରିଥିଲେ। ଫଳରେ ଅକ୍ଟୋବର ୧, ୧୯୯୯ରେ ଡବ୍ଲ୍ୟୁଆଇପିଓର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ଏହା ମାଧ୍ୟମରେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା, ନିୟମାବଳୀ, ଅଧିକାର ବିଷୟରେ ଆଇନଗତ ସଚେତନତା ଏବଂ ଉଦ୍ଭାବନ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri