ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ,୧ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ନାଟମଣ୍ଡପ ସଂରକ୍ଷଣ ଓ ମରାମତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଷ୍ଟେନଲେସ ଷ୍ଟିଲ୍‌ ବିମ୍‌ ବସିବା କାର୍ଯ୍ୟ ଗତ ୨୩ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରତ୍ନଭଣ୍ଡାର ବାହାର ପାଶର୍‌ବ କାନ୍ଥର ଲେଜର ସ୍କାନିଂ ରିପୋର୍ଟ ବୈଠକରେ ଉପସ୍ଥାପିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ରତ୍ନଭଣ୍ଡାର ବାହାର ପାଶର୍‌ବ କାନ୍ଥରେ ଫାଟ ଥିବାରୁ ଶ୍ରୀମନ୍ଦିର ବୈଷୟିକ କମିଟିରେ ଏ ସମ୍ପର୍କରେ ଆଲୋଚନା କରାଯାଇ କେବେ କାର୍ଯ୍ୟ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯିବ।
ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଉତ୍ତରପାଶର୍‌ବ କାନ୍ଥରେ ଫାଟଥିବା ଏଏସ୍‌ଆଇ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏଭଳି ଫାଟ ଭବିଷ୍ୟତରେ କ୍ଷତି ସୃଷ୍ଟି କରିପାରେ ବୋଲି ଏଏସ୍‌ଆଇ ଆଶଙ୍କା ବ୍ୟକ୍ତ କରିଛି। ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବା ପରେ ଯଦି କୌଣସି କ୍ଷତି ଦେଖାଯାଏ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏଏସ୍‌ଆଇ କହିଛି। ଗତବର୍ଷ ନଭେମ୍ବରରେ ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ବାହାରପାଶର୍‌ବ କାନ୍ଥର ୪୯ଟି ପଏଣ୍ଟରେ ଲେଜର୍‌ ସ୍କାନିଂ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସମର୍ଥ ବର୍ମା କହିଛନ୍ତି, ଶ୍ରୀଜଗନ୍ନାଥ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ନୂତନ ଶ୍ରୀମନ୍ଦିର କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମେତ ଅବଢ଼ା ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ୨୩ ତାରିଖଠାରୁ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପ କାମ ଆରମ୍ଭ ହୋଇଛି। ସେବାୟତମାନଙ୍କ ପକ୍ଷରୁ ସହଯୋଗ ମିଳୁଛି। ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଭାବେ ଚାଲିଛି। ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ ଏଏସ୍‌ଆଇ ପକ୍ଷରୁ କରାଯାଇଥିଲା। ଏହାର ପ୍ରାଥମିକ ରିପୋର୍ଟ ଅନୁଧ୍ୟାନ ପରେ ବୈଷୟିକ ସବ୍‌କମିଟିକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟକୁ ଟେକ୍ନିକାଲ ଟିମ୍‌ ତର୍ଜମା କରିବା ପରେ ଆସନ୍ତା ପରିଚାଳନା କମିଟିରେ ଉପସ୍ଥାପନ କରାଯିବ। ଶ୍ରୀମନ୍ଦିର ୪ଦ୍ୱାର ସହ କୁର୍ମବେଢ଼ା ଓ ମେଘନାଦ ପାଚେରିକୁ ଆଲୋକୀକରଣ କରାଯିବ। ଏ ନେଇ ବଜେଟ ଗୃହୀତ ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେବା କଲ୍ୟାଣ କମିଟି ଓ ନୀତି ସବ୍‌ କମିଟି, ଗୁରୁକୂଳ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ସେହିପରି ଏଏସ୍‌ଆଇର ଓଡ଼ିଶା ମୁଖ୍ୟ ଡି.ବି. ଗଡନାୟକ କହିଛନ୍ତି, ନାଟମଣ୍ଡପ ମରାମତି କାର୍ଯ୍ୟ ଆଗେଇ ଚାଲିଛି। ମେଘନାଦ ପାଚେରୀ, ଚାରିଦ୍ୱାର, କୁରୁମବେଢା ଆଦିର ଆଲୋକୀକରଣ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ବାହାର କାନ୍ଥର ଲେଜ୍‌ର ସ୍କାନିଂର ରିପୋର୍ଟ ପ୍ରଦାନ କରାଯାଇଛି। ରତ୍ନଭଣ୍ଡାର ବାହାର କାନ୍ଥରେ ଯେଉଁ କିଛି ସ୍ଥାନ ଦୁର୍ବଳ ରହିଛି ସେଠାକାର ପ୍ଲାଷ୍ଟର ଛଡାଯାଇ ତାହାର ତଦାରଖ କରାଯିବ। ଫଳରେ ପଥର କି ପ୍ଲାଷ୍ଟରରେ ଫାଟ ରହିଛି ଜଣାପଡିବ। ବର୍ଷାଋତୁ ପୂର୍ବରୁ କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ରଘୁନନ୍ଦନ ଲାଇବ୍ରେରୀ ଓ ଶ୍ରୀମନ୍ଦିର ଅଭ୍ୟର୍ଥନ କେନ୍ଦ୍ର ନିର୍ମାଣ ପାଇଁ ଏନ୍‌ଏମ୍‌ଏ ଅନୁମତି ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri