୩ ଦିନ ପରେ କୂଅରୁ ଉଦ୍ଧାର ହେଲା ଗାଈ, ଏହି ଦାବି କଲେ ସ୍ଥାନୀୟ ବାସିନ୍ଦା

ଦାରିଙ୍ଗବାଡି, ୮/୬ (ଅରୁଣ ସାହୁ ): କଥାରେ ଅଛି “ରଖେ ହରି ତ ମାରେ କିଏ”। ଏଭଳି ଉକ୍ତିକୁ ନେଇ ଅନେକ ସମୟରେ ଉଦାହରଣ ଦେଖିବାକୁ ମିଳିଥାଏ। ଏଭଳି ଏକ ଘଟଣା ଏବେ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୩ ଦିନ ତଳେ ଏକ ଗାଈ ଚରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡିଯାଇଥିଲା। ଏହାକୁ କିଛି ବ୍ୟକ୍ତି ଦେଖି ନିରବ ରହିଯାଇଥିଲେ ମଧ୍ୟ ଧୀରେ ଧୀରେ ଖବର ଶୁଣା ଶୁଣି ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା।

ଫଳରେ କିଛି ଯୁବକ ଉକ୍ତ ଗାଈକୁ ବଞ୍ଚାଇବାକୁ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଘଟଣା ପ୍ରଥମ ନୁହଁ ବୋଲି ଲୋକେ କହିଥିଲେ। ପୂର୍ବରୁ ଏକାଧିକ ଥର ବୁଲା ଗାଈ, ବଳଦଙ୍କର ଉକ୍ତ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ କହିଛନ୍ତି । ଶୀଘ୍ର ଉକ୍ତ ପରିତ୍ୟକ୍ତ କୂଅକୁ ପୋତିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧର ଉଚିତ ଦାମ୍‌ ଦିଆଯାଉ

ବୌଦ୍ଧ,୧୭।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଦୁଗ୍ଧ ସମିତିରେ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ କ୍ଷୀର କିଣାଯାଉଛି। ଏ ନେଇ ଚାଷୀମାନେ ଗୁରୁବାର...

ବିଧାୟକଙ୍କ ଦ୍ବାରା ନଦୀଜଳ ସଂରକ୍ଷଣ ପ୍ରକଳ୍ପ ଉଦଘାଟିତ

ଦିଗପହଣ୍ଡି,୧୭।୪,(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମ ରାମନଦୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୫୯.୯୦ କୋଟି ଟଙ୍କା ବ୍ୟୟ...

CBI ଚଢାଉ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ, AAPର ଅନେକ ନେତା ଭାଜପା ସମ୍ପର୍କରେ

ନୂଆଦିଲ୍ଲୀ,୧୭।୪: ବିଧାନସଭା ନିର୍ବାଚନ ଶେଷ ହେବା ପରେ ମଧ୍ୟ, ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ ଏବଂ ଅନ୍ୟମାନଙ୍କ ବିଶ୍ୱାସ ପରିବର୍ତ୍ତନ କରିବାର ପ୍ରୟାସ ଜାରି ରହିଛି। ଆମ...

ଫ୍ରେଞ୍ଚ ଓପନରେ ସମ୍ମାନିତ ହେବେ ନାଡାଲ

ପ୍ୟାରିସ,୧୭ା୪: ଆସନ୍ତା ମେ’ ୨୫ ତାରିଖରେ ଫ୍ରେଞ୍ଚ ଓପନ ତଥା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହେବ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଦିନ ଅବସରପ୍ରାପ୍ତ...

ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀରେ ତିଳତର୍ପଣ: ସାମିଲ ହେଲେ ଶତାଧିକ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଭେଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବାବା ଜଳେଶର ମହାଦେବଙ୍କ ପବିତ୍ରସ୍ଥଳୀ କୁଦପାଲି...

ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫...

ହାତୀ ଗୋବରର ମିଠେଇ, ଦୁର୍ଗନ୍ଧ ଯୁକ୍ତ ଫୁଲର ବ୍ୟଞ୍ଜନ, China Restaurantରେ ମିଳୁଛି ଅଜବ ଆଇଟମ

ବେଜିଂ,୧୭।୪: ଚାଇନାର ଅଜବ ଖାଦ୍ୟ ଅଭ୍ୟାସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ। କିନ୍ତୁ ସଦ୍ୟତମ ମାମଲାଟି ଏପରି ଯେ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ...

ପରୀକ୍ଷା କେନ୍ଦ୍ରରୁ ନବବିବାହିତା ନିଖୋଜ: ଥାନାରେ ଗୁରୁତର ଅଭିଯୋଗ ଆଣିଲେ ସ୍ବାମୀ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ କଲେଜରେ ପରୀକ୍ଷା ଦେବା ପରେ ଜଣେ ନବବିବାହିତା ପରୀକ୍ଷା କେନ୍ଦ୍ରରୁ ନିଖୋଜ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri