ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ ସେ ଚାକିରି ଛାଡି ବିନିଯାଇଥିଲେ ଜଣେ ସଫଳ ଚାଷୀ। ବର୍ତ୍ତମାନ ସେ ନିଜ ୨୨ ଏକର ସ୍ଥାନରେ ବିଭିନ୍ନ ପ୍ରକାରର ସମନ୍ବିତ ପ୍ରଣାଳୀର ଚାଷ କରି ଜିଲାରେ ଚର୍ଚ୍ଚାକୁ ଆସିଛନ୍ତି। ଏପରିକି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ତାଙ୍କ ଫାର୍ମ ପରିଦର୍ଶନରେ ଆସିବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ଏହି ଯୁବ ଚାଷୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମର ମନ୍ମଥ ସାହୁ। ପୁନେରେ ୩ ବର୍ଷ ସିଭିଲ ଇଞ୍ଜିନିୟର ଭାବେ ଚାକିରି କରିବା ପରେ ଗତ ଲକ୍‌ଡାଉନରେ ସେ ଘରକୁ ଚାଲିଆସିଥିଲେ। ଘରେ ଥିବା ସମୟରେ ସେ ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ମନ୍ମଥ ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ଜଙ୍ଗଳ ନିକଟରେ ଥିବା ସିନାଖୁଣ୍ଟି ଗ୍ରାମରେ ୨୨ ଏକର ଜମି ନିଜ ସାଙ୍ଗରୁ କିଣଥିଲେ। ଏହି ଜମି କ୍ରୟ ପାଇଁ ସେ ଚାକିରିରେ ସଞ୍ଚତ୍ଥିବା ଟଙ୍କା ଓ ନିଜ ଗଁା ବୋର୍ଡିରେ ଥିବା ଜମି ବିକ୍ରି କରିଥିଲେ। ସମନ୍ବିତ ପ୍ରଣାଳୀର ଚାଷ କରିବା ପାଇଁ ସେ ବୋର୍ଡିରୁ ନିଜ ପରିବାର ସହିତ ଚାଲିଆସିଥିଲେ ସିନାଖୁଣ୍ଟିକୁ। ଏବେ ସେ ତାଙ୍କ ଫାର୍ମରେ ବାଇଗଣ, ପାତଳଘଣ୍ଟା, କଲରା, ବୋରବୋଟି, ମରିଚ, ଭେଣ୍ଡି ଆଦି ପନିପରିବା ଚାଷ କରିଥିବାବେଳେ ଶସ୍ୟ ଜାତୀୟ ଫସଲରେ ଧାନ ଓ କପା, ଡାଲି ଜାତୀୟ ଫସଳରେ କାନ୍ଦୁଲ ଓ ବିରି ଚାଷ କରିଛନ୍ତି। ସେହିପରି ମାଛ, ଛେଳି, କୁକୁଡା ଚାଷ ମଧ୍ୟ ତାଙ୍କ ଫାର୍ମରେ କରିଛନ୍ତି। ଏବେ ତାଙ୍କ ଫାର୍ମରେ ୧୨୦ଟି ଦେଶୀ ଛେଳି ଓ ୩ଶହଟି ଦେଶୀ କୁକୁଡା ରହିଛି। ଏହାସହ ମୁଢି ଲିଆ ପାଇଁ ସେ ଏକ କାରଖାନା ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁଥିରେ କି ସୁନ୍ଦର ଓ ଉତ୍ତମ ମାନର ମୂଢି ଲିଆ ମଧ୍ୟ ବାହାରୁଛି। ଚାଷ କାମରେ ପରିବାର ଲୋକ ତାଙ୍କୁ ସହଯୋଗ କରୁଥିବାବେଳେ ଗ୍ରାମର ୧୫ଜଣ ଯୁବକ ଓ ମହିଳାଙ୍କୁ ମଧ୍ୟ ଏହାର ଦେଖାଶୁଣା କରିବା ରଖି ରୋଜଗାର ଦେଇଛନ୍ତି। ତାଙ୍କ ଏହି ସଫଳ ଚାଷ କାମ ବିଷୟରେ ଖବର ପାଇ ଗତ ୧୭ ତାରିଖରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ମଥଙ୍କ ଫାର୍ମ ବୁଲି ଦେଖିବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?