ପେଟ ପାଇଁ ଜରି, ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛନ୍ତି ଶିଶୁ

ଯାଜପୁରରୋଡ୍‌,୩୦ା୧୦(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳିତ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେ ସବୁ ଯୋଜନା କେତେକ ସ୍ଥାନରେ କେବଳ କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଯାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗନଗର ଶିଳ୍ପ ସାମ୍ରାଜ୍ୟର ମୁଖଶାଳା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ। ସହରସ୍ଥ ବସ୍ତି ଅଞ୍ଚଳର କୋମଳମତି ପିଲାମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷାଠାରୁ ବହୁ ଦୂରରେ। ନିକଟରେ ସହରର ସାଇ ମନ୍ଦିର ରେଳ ଲେଭଲ କ୍ରସିଂ ନିକଟରେ ୩ ଜଣ ୫ରୁ ୭ ବର୍ଷର ଶିଶୁ ରାସ୍ତାକଡ଼ରେ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସେମାନଙ୍କ ନିକଟରେ ଏକ ବଡ଼ ଜରି ବସ୍ତା ରହିଥିଲା। ବସ୍ତାରେ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ଓ ଜରି ପଶିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡ୍ରେନରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ପାଇଁ ଡ୍ରେନରେ ପଶୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ୨ଜଣ ଉପରେ ବସି ଡ୍ରେନରୁ ସଂଗୃହୀତ ବୋତଲକୁ ଜରି ମୁଣିରେ ଭର୍ତ୍ତି କରୁଥିଲେ। ସେମାନଙ୍କ ନିକଟକୁ ଯାଇ ପଚାରିବାରୁ ସେମାନେ ବ୍ୟାସସରୋବର ନିକଟ ଗାନ୍ଧୀ ବସ୍ତିରେ ରହୁଥିବା କହିଥିଲେ। ପ୍ରତ୍ୟେକ ଦିନ ସକାଳୁ ଉଠି ଜରି, ପ୍ଲାଷ୍ଟିକ ବୋତଲ ଗୋଟାଇବା ସେମାନଙ୍କର କାମ ଓ ତାକୁ ବିକି ଯାହା ପଇସା ମିଳେ ସେମାନେ ତାଙ୍କ ବାପାମା’ଙ୍କୁ ଘର ଚଳାଇବାକୁ ଦେଉଥିବା ପ୍ରକାଶ କରିଥିଲେ।
ସେଥିପାଇଁ ବହୁ ସମୟରେ ଲୋକଙ୍କଠାରୁ ମାଡ଼ ମଧ୍ୟ ସେମାନଙ୍କୁ ଖାଇବାକୁ ପଡ଼ିଥାଏ। ସକାଳୁ କ’ଣ ଖାଇଛ ପଚାରିବାରୁ କିଛି ଖାଇନାହାନ୍ତି। ସାମଗ୍ରୀ ବିକିଲେ ଯେଉଁ ପଇସା ମିଳିବ ସେଥିରୁ କିଛି କିଣି ଖାଇବେ ବୋଲି କହିଥିଲେ। ଫୁଙ୍ଗୁଳା ଦେହରେ ଚିରା ପ୍ୟାଣ୍ଟ ପିନ୍ଧିଥିଲେ। ମୁହଁରେ ସେମାନଙ୍କର ବହୁ ପ୍ରଶ୍ନବାଚୀ ଉଙ୍କି ମାରୁଥିବା ପ୍ରତୀୟମାନ ହେଉଥିଲା। ସେମାନେ କେବେ ଅଙ୍ଗନଓ୍ବାଡି କିମ୍ବା ସ୍କୁଲ ଯାଉ ନ ଥିବା ପ୍ରକାଶ କରିଥିଲେ। ସେହିପରି ବହୁ ଛୋଟଛୋଟ ପିଲା ବିଭିନ୍ନ ହୋଟେଲ, ଜଳଖିଆ ଓ ଚା’ ଦୋକାନରେ ଅଇଁଠା ଗ୍ଲାସ, ପ୍ଲେଟ ଧୋଉଥିବା ଦେଖିବାକୁ ମିଳୁଛି। ବହୁ ଶିଶୁ ସେମାନଙ୍କ ଶୈଶବର ଖେଳକୁଦ ସମୟରେ ନିଜ ପରିବାର ବୋଝ ମୁଣ୍ଡାଉଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଥିବା ଅନୁଭୂତ ହେଉଛି। ଏଥିପ୍ରତି ଜିଲା ଶିଶୁ ସୁରକ୍ଷା ବିଭାଗ ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

“ଆଟ୍ ହୋମ୍” କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠୀ

ଛତ୍ରପୁର,୧୩|୮(ଦିଲ୍ଲୀପ ସାମଲ / ଦ୍ଵାରିକା ପଟନାୟକ): ଆଗାମୀ ସ୍ୱାଧୀନତା ଦିବସ ଅବସରରେ ରାଜଭବନ ତଥା ଲୋକ ସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର “ଆଟ୍ ହୋମ୍”…

ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ ସହ ଲୁଟ୍, ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୩|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ କରିବା ସହ ୨୨୦୦…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri