ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ସଂକ୍ରାନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁନ୍ଦରଗଡ଼ ଏସ୍‌ପି ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ପାଇବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କମିଶନ କହିଛନ୍ତି।
ଇତିମଧ୍ୟରେ ଏହି ସ୍ପର୍ଶକାତର ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତତ୍‌କାଳୀନ ଥାନାଧିକାରୀଙ୍କୁ ଗିରଫ କରାଯିବା ସହ ଚାକିରିରୁ ବହିଷ୍କାର କରାଯାଇଛି। କିନ୍ତୁ ସମ୍ପୃକ୍ତ ଜଣେ ପୋଲିସ ଏସ୍‌ଆଇ ଓ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଏହି ମାମଲାରେ ୬ଜଣଙ୍କ ନାଁରେ ମାମଲା ହୋଇଛି। ପୋଲିସ ଡିଜି ଅଭୟ କେବଳ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ମାଝିଙ୍କୁ ବହିଷ୍କୃତ କରିଥିଲେ ମଧ୍ୟ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କେଉଁ କାରଣ ପାଇଁ ଅନ୍ୟ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ହିମାଂଶୁ। ପୀଡିତା ନାବାଳିକାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ସେ କମିଶନଙ୍କ ନିକଟରେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରେ ନାବାଳିକା ଜଣକ ମେଳା ଦେଖିବାକୁ ବୀରମିତ୍ରପୁର ଯାଇଥିଲେ। କରୋନା କଟକଣା ପାଇଁ ମେଳା ବନ୍ଦ ହୋଇଯିବାରୁ ସେ କୌଣସି କାରଣରୁ ଗଁାକୁ ଫେରି ପାରି ନ ଥିଲେ। ପାଟ୍ରୋଲିଂରେ ଥିବା ପୋଲିସ ତାଙ୍କୁ ଥାନାକୁ ନେଇ ଅଟକ ରଖିଥିଲା। ପରେ ଥାନା ଅଧିକାରୀ ମାଝି ନାବାଳିକାଙ୍କୁ ଥାନା କୋଠାର ଉପର ମହଲାକୁ ନେଇ ବଳାତ୍କାର କରି ପରଦିନ ସକାଳୁ ତାଙ୍କ ଘରେ ଛାଡ଼ିଥିଲେ। ଏହାପରେ ୩ମାସ ଧରି ଲଗାତାର ତାଙ୍କୁ ଥାନାକୁ ଡାକି ବଳାତ୍କାର କରିଥିଲେ। ଏହି ସୁଯୋଗରେ ଥାନାର ଜଣେ ଏସ୍‌ଆଇଙ୍କ ସମେତ ଅନ୍ୟ କେତେଜଣ କର୍ମଚାରୀ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ଅନ୍ୟପକ୍ଷରେ ଗର୍ଭପାତରେ ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର...

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ, ୨୭।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବଅଁରପାଳ ନୂଆହତା ଗ୍ରାମର...

ଲକ୍‌ଡାଉନ୍‌: ୧୪ ଦିନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍‌ଡାନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ...

କେନ୍ଦୁଝରକୁ ୩୦ରୁ ଚାଲିବ ମେମୁ ଟ୍ରେନ

କେନ୍ଦୁଝର, ୨୩।୩(ସ୍ବ.ପ୍ର.)- ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। କରୋନା କଟକଣା ପାଇଁ ପାଖାପାଖି ଏକ ବର୍ଷ...

ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି...

କଟକରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୮।୮-କଟକ ସହରରୁୁ ଶନିବାର ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୬ ଜଣ ପୁଣି ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ...

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି...

ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର, ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ଭୁବନେଶ୍ୱର, ୧୧।୫(ବ୍ୟୁରୋ):  ଭୁବନେଶ୍ୱର ଏମ୍‌ସ ହସ୍ପିଟାଲର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପଠାଯାଇଛି। ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରାଣ୍ଟାଇନ ଯିବାକୁ ନିର୍ଦ୍ଦେଶ...

Advertisement
Archives

Model This Week