ଫେସ୍‌ବୁକ୍‌ରୁ ପ୍ରେମ ବିବାହକରି ପ୍ରତାରଣା ମାମଲା: ଯୌତୁକ ସାମଗ୍ରୀ ନେଇଗଲେ ସ୍ତ୍ରୀ

କଟକ ଅଫିସ,୩୦।୭: ଫେସ୍‌ବୁକ୍‌ରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ନୂଆ ମୋଡ ଆସିଛି। ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଷରେ ସ୍ତ୍ରୀ ବାଲେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକ୍ରମେ ଗୁରୁବାର ବାଲେଶ୍ୱର ପୋଲିସ ସହାୟତାରେ ସ୍ବାମୀଙ୍କ କଟକ ମର୍କତନଗରସ୍ଥିତ ଘରୁ ସ୍ତ୍ରୀ ସମସ୍ତ ଯୌତୁକ ସାମଗ୍ରୀ ନେଇଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ବିୟୁଟି ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମର୍କତ ନଗର ଅଞ୍ଚଳରେ ରହୁଥିବା ମୋହିତ ଶର୍ମା ଓ ବାଲେଶ୍ୱର ଅଞ୍ଚଳର ସମ୍ପୃକ୍ତା ଯୁବତୀଙ୍କ ମଧ୍ୟରେ ଗତବର୍ଷ ଫେସ୍‌ବୁକ୍‌ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ନଭେମ୍ବର ୨୫ରେ ଉଭୟଙ୍କର ବିବାହ ହୋଇଥିଲା। କିନ୍ତୁ ମୋହିତଙ୍କ ସହ ସ୍ତ୍ରୀ ସମ୍ପର୍କ ରଖୁ ନ ଥିଲେ। ବରଂ ଅଜଣା ବ୍ୟକ୍ତି ମୋହିତଙ୍କୁ ଫୋନ୍‌ରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଗତ ୧୩ତାରିଖରେ ମୋହିତଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ଗତ ୧୪ରେ ଅଫିସରୁ ଘରକୁ ଆସିବାବେଳେ ଘରେ ତାଲା ପକାଇଦେଇ ସ୍ତ୍ରୀ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିବା ମୋହିତ ଗତ ୧୭ ତାରିଖରେ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ମୋହିତଙ୍କ ନଁାରେ ମହିଳା ଥାନାରେ ପାଲଟା ଅଭିଯୋଗ ଆଣିଥିଲେ ସ୍ତ୍ରୀ। ସେ ଅଭିଯୋଗ କରିଥିଲେ, ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେଉଥିଲେ। ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି। ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ। ମାତ୍ର ଟଙ୍କା ନ ଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିଲେ। ତେବେ ଗତ ୨୨ ତାରିଖରେ ଦମ୍ପତିଙ୍କୁ କଟକ ମହିଳା ଥାନାର ମାଧ୍ୟମ କେନ୍ଦ୍ରରେ କାଉନସେଲିଂ କରାଯାଇଥିଲା। ଏହି ସମୟରେ ଉଭୟ ପରସ୍ପରର ପରିବାର ଉପରେ ଦୋଷ ଲଦିଥିଲେ। ପରସ୍ପର ବିରୋଧରେ ଅଭିଯୋଗ ଆଣିବାଥିବାବେଳେ ଏହାର ସମାଧାନ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଚାଲାଣ ବେଳେ ୨ ଟ୍ରକ୍‌ରୁ ୧୧ଶହ ଧାନ ବସ୍ତା ଜବତ

କୋକସରା,୨।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପୋଲିସ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ୨ଟି ଟ୍ରକକୁ ଜବତ କରିଛି। ମିଳିଥିବା...

ଲକ୍‌ ଡାଉନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ବନ୍ତ,୧୬।୪(ଡି.ଏନ୍‌.ଏ.): କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍‌ ଡାଉନ ଉଲଂଘନକାରୀଙ୍କ ଠାରୁ ୬...

ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍‌ଡି)ରେ...

ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର...

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଧାରଣା

ବଡ଼ସାହି,୬ା୧୨(ସ୍ବ.ପ୍ର)-ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ...

ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା...

ସୂଚନା କର୍ମୀଙ୍କ ମୋରମ ଲୁଟ୍‌ ଚର୍ଚ୍ଚା

ଯାଜପୁର,୬।୭(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଲୁଟ୍‌କୁ ଦୃଢ଼ ହସ୍ତରେ ଦମନ କରିବା ଏବଂ ରାଜସ୍ବ କ୍ଷତିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ...

ଶର୍ଟ ସର୍କିଟରେ ଜଳିଗଲା ଘର: ମହିଳା ଗୁରୁତର

ନବରଙ୍ଗପୁର,୧୫ା୧(ବି.ପ୍ର.): ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲ ରୋଡ କଡରେ ଥିିବା ପି. ଉଷାଙ୍କ ଘରେ ବୁଧବାର ବିଦ୍ୟୁତ ଶର୍ଟ ସର୍କିଟ ହୋଇ ଘର ସମେତ ଦୋକାନ...

Advertisement
Archives

Model This Week