ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର ସେଠୀ ହୋଇଥିବା ବେଳେ ଅନ୍ୟଜଣେ ପ୍ରେମଝରି ଗ୍ରାମର ଉପେନ୍ଦ୍ର ଦିଗାଲ ବୋଲି ଜଣାପଡିଛି। ଫୁଲବାଣୀ ୫୭ ନଂ. ଜାତୀୟ ରାଜପଥ ଖଜୁରୀପଡ଼ା ପଟୁ ଏକ କାର ଶନିବାର ସନ୍ଧ୍ୟାରେ ଦ୍ରୁତ ଗତିରେ ଯାଉଥିଲା ବେଳେ ସମ୍ବେପଦର ଘାଇ ନିକଟରେ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା। ତେବେ କାରଟି ଭାରସାମ୍ୟ ହରାଇ ପୁଣି ସମ୍ବେପଦର ଶିବ ମନ୍ଦିର ନିକଟରେ ଆଉ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଏଥିରେ ବିଦ୍ୟାଧର ଓ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ଆଇଆଇସି ଚାପଧାରୀ ପ୍ରଧାନ ଓ ତହସିଲଦାର ଶୁଭଶ୍ରୀ ରଥ ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଉଭୟଙ୍କ ପରିବାରକୁ ୧୫ ହଜାର ଲେଖାଏ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ କାରଟି ଦୁତିମେଣ୍ଡିଠାରେ ୨ ଜଣ ଯୁବକଙ୍କୁ ଧକ୍କା ଦେଇଛି। ଫଳରେ ଉଭୟେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଖଜୁରିପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେସ୍‌ ନଂ. ୩୭୪/୨୫ରେ ଏକ ମାମଲା ରୁଜୁ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?