ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍‌ ଦୁର୍ଘଟଣା

ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ ଜାହାଜ ଭେଲଦା ୧୮୬୬/୬୭ ମସିହାରେ ବୁଡି ଯାଇଥିଲା। ଏହି ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିବାରୁ ପ୍ରପୀଡିତଙ୍କ ପାଇଁ ସମୁଦ୍ର ପଥରେ ଜାହାଜରେ ଖାଦ୍ୟ ଶସ୍ୟ ଯଥା-ଚାଉଳ, ଗହମ, ତୈଳ, ନଡିଆ, ଗୁଡ଼, ଚୁଡ଼ା ଆଦି ବୋଝେଇ ହୋଇ ଆସିଥିଲା। ଏହି ଖାଦ୍ୟ ସାମଗ୍ରୀ ଜମ୍ବୁ ଦ୍ୱୀପରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଜଳପଥରେ ପରିବହନ କରାଯାଇଥାନ୍ତା। ମାତ୍ର ଦୁର୍ଭାଗ୍ୟବଶତଃ ସମୁଦ୍ର ଅଥଳ ଜଳ ରାଶିରେ ଭାରସାମ୍ୟ ହରାଇ ଜାହାଜଟି ଉକ୍ତ ସ୍ଥାନରେ ବୁଡି ଯାଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳେ। ଉକ୍ତ ଜାହାଜ ବୁଡିବାର ୧୫୬ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ମଙ୍ଗ ଦୃଶ୍ୟମାନ ହେଉଛି ବୋଲି ହୁକିଟୋଲାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ କହିଛନ୍ତି। ଏହି ଜଳପଥ ଦେଇ ମତ୍ସ୍ୟଜୀବୀମାନେ ବିଳମ୍ବିତ ରାତିରେ ପଥଭ୍ରଷ୍ଟ ହୋଇ ଭଗ୍ନ ଜାହାଜ ମଙ୍ଗରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜୀର ରହିଛି ବୋଲି ସ୍ଥାନୀୟ ଜମ୍ବୁ, ଟୁବି ଓ କଜଳପାତିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ କହିଛନ୍ତି। ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟ କରି ସରକାର ବୁଡିଯାଇଥିବା ଜାହାଜଟିକୁ ଉଦ୍ଧାର କରିବା ଆବଶ୍ୟକ ହୋଇପଡିଥିବା ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ, ଲକ୍ଷ୍ମୀଧର ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ନାଥ କୁମାର ଭୋଳ ପ୍ରମୁଖ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୧-୧୨ ମସିହାରେ ବୁଡି ଯାଇଥିବା ଜାହାଜର ସବିଶେଷ ତଥ୍ୟ ଓ ଫଟୋ ଉତ୍ତୋଳନ ପାଇଁ ଜାତୀୟ ସାମୁଦ୍ରିକ ବୁଡାଳି ସବୀର ବକ୍ସ ନିଷିଦ୍ଧାଞ୍ଚଳରେ ବନ ବିଭାଗର ବିନା ଅନୁମତିରେ ପ୍ରବେଶ କରି ବୁଡ଼ି ଫଟୋ ଉତ୍ତୋଳନ କରୁଥିଲେ। ଏହି ଖବରପାଇ ତତ୍‌କାଳୀନ ରେଞ୍ଜ ଅଧିକାରୀ ମିହିର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସାମୁଦ୍ରିକ ବୁଡାଳି ବକ୍ସଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ୧୫୬ବର୍ଷ ହେଲା ସମୁଦ୍ର ମଧ୍ୟରେ ବୁଡ଼ି ରହିଥିବା ଫରାସୀ ଜାହାଜ ଉଦ୍ଧାର କରିବାକୁ ଦାବି ହେଉଛି। ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ଡଙ୍ଗା ଓ ବୋଟ ନେଇଗଲା ବେଳେ ସମୁଦ୍ର ମଧ୍ୟରେ କେତେବେଳେ ଯେ ଦୁର୍ଘଟଣାଗ୍ରସ୍ତ ହେବେ ଏହାକୁ ଏଡାଇ ଦିଆଯାଇ ନ ପାରେ। ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଓ ଦୂରଦୃଷ୍ଟିର ଅଭାବକୁ ବୁଦ୍ଧିଜୀବୀ, ପାରମ୍ପରିକ ମତ୍ସ୍ୟଜୀବୀ, ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ଦାୟୀ କରିଛନ୍ତି। ଜାହାଜ ବୁଡିଥିବା ସମୁଦ୍ର ପଥର ଶହେ ମିଟର ପରିଧି ମଧ୍ୟରେ ସୁରକ୍ଷା ବଳୟକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ସୀମା ସଙ୍କେତ (ବଇଁଆ) ଲଗାଯାଉ। ଉକ୍ତ ଜାହାଜର ଭଗ୍ନାବଶେଷକୁ ଉଦ୍ଧାର କରି ହୁକିଟୋଲା ପର୍ଯ୍ୟଟନସ୍ଥଳରେ ସଂରକ୍ଷିତ ରଖାଗଲେ ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରେ ବୁଡ଼ିଥିବା ଜାହାଜର ଖବର ଆମ ନିକଟରେ ଅଛି। ୨୦୧୧-୧୨ରେ ଏହି ସ୍ଥାନରେ ସମୁଦ୍ର ବୁଡାଳି ସବୀର ବକ୍ସ ବେଆଇନ ପ୍ରବେଶ କରିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ଉକ୍ତ ସମୁଦ୍ର ପଥ ଦେଇ ଯାତାୟାତ କରିବାକୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri