ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍‌ ଦୁର୍ଘଟଣା

ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ ଜାହାଜ ଭେଲଦା ୧୮୬୬/୬୭ ମସିହାରେ ବୁଡି ଯାଇଥିଲା। ଏହି ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିବାରୁ ପ୍ରପୀଡିତଙ୍କ ପାଇଁ ସମୁଦ୍ର ପଥରେ ଜାହାଜରେ ଖାଦ୍ୟ ଶସ୍ୟ ଯଥା-ଚାଉଳ, ଗହମ, ତୈଳ, ନଡିଆ, ଗୁଡ଼, ଚୁଡ଼ା ଆଦି ବୋଝେଇ ହୋଇ ଆସିଥିଲା। ଏହି ଖାଦ୍ୟ ସାମଗ୍ରୀ ଜମ୍ବୁ ଦ୍ୱୀପରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଜଳପଥରେ ପରିବହନ କରାଯାଇଥାନ୍ତା। ମାତ୍ର ଦୁର୍ଭାଗ୍ୟବଶତଃ ସମୁଦ୍ର ଅଥଳ ଜଳ ରାଶିରେ ଭାରସାମ୍ୟ ହରାଇ ଜାହାଜଟି ଉକ୍ତ ସ୍ଥାନରେ ବୁଡି ଯାଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳେ। ଉକ୍ତ ଜାହାଜ ବୁଡିବାର ୧୫୬ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ମଙ୍ଗ ଦୃଶ୍ୟମାନ ହେଉଛି ବୋଲି ହୁକିଟୋଲାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ କହିଛନ୍ତି। ଏହି ଜଳପଥ ଦେଇ ମତ୍ସ୍ୟଜୀବୀମାନେ ବିଳମ୍ବିତ ରାତିରେ ପଥଭ୍ରଷ୍ଟ ହୋଇ ଭଗ୍ନ ଜାହାଜ ମଙ୍ଗରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜୀର ରହିଛି ବୋଲି ସ୍ଥାନୀୟ ଜମ୍ବୁ, ଟୁବି ଓ କଜଳପାତିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ କହିଛନ୍ତି। ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟ କରି ସରକାର ବୁଡିଯାଇଥିବା ଜାହାଜଟିକୁ ଉଦ୍ଧାର କରିବା ଆବଶ୍ୟକ ହୋଇପଡିଥିବା ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ, ଲକ୍ଷ୍ମୀଧର ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ନାଥ କୁମାର ଭୋଳ ପ୍ରମୁଖ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୧-୧୨ ମସିହାରେ ବୁଡି ଯାଇଥିବା ଜାହାଜର ସବିଶେଷ ତଥ୍ୟ ଓ ଫଟୋ ଉତ୍ତୋଳନ ପାଇଁ ଜାତୀୟ ସାମୁଦ୍ରିକ ବୁଡାଳି ସବୀର ବକ୍ସ ନିଷିଦ୍ଧାଞ୍ଚଳରେ ବନ ବିଭାଗର ବିନା ଅନୁମତିରେ ପ୍ରବେଶ କରି ବୁଡ଼ି ଫଟୋ ଉତ୍ତୋଳନ କରୁଥିଲେ। ଏହି ଖବରପାଇ ତତ୍‌କାଳୀନ ରେଞ୍ଜ ଅଧିକାରୀ ମିହିର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସାମୁଦ୍ରିକ ବୁଡାଳି ବକ୍ସଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ୧୫୬ବର୍ଷ ହେଲା ସମୁଦ୍ର ମଧ୍ୟରେ ବୁଡ଼ି ରହିଥିବା ଫରାସୀ ଜାହାଜ ଉଦ୍ଧାର କରିବାକୁ ଦାବି ହେଉଛି। ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ଡଙ୍ଗା ଓ ବୋଟ ନେଇଗଲା ବେଳେ ସମୁଦ୍ର ମଧ୍ୟରେ କେତେବେଳେ ଯେ ଦୁର୍ଘଟଣାଗ୍ରସ୍ତ ହେବେ ଏହାକୁ ଏଡାଇ ଦିଆଯାଇ ନ ପାରେ। ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଓ ଦୂରଦୃଷ୍ଟିର ଅଭାବକୁ ବୁଦ୍ଧିଜୀବୀ, ପାରମ୍ପରିକ ମତ୍ସ୍ୟଜୀବୀ, ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ଦାୟୀ କରିଛନ୍ତି। ଜାହାଜ ବୁଡିଥିବା ସମୁଦ୍ର ପଥର ଶହେ ମିଟର ପରିଧି ମଧ୍ୟରେ ସୁରକ୍ଷା ବଳୟକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ସୀମା ସଙ୍କେତ (ବଇଁଆ) ଲଗାଯାଉ। ଉକ୍ତ ଜାହାଜର ଭଗ୍ନାବଶେଷକୁ ଉଦ୍ଧାର କରି ହୁକିଟୋଲା ପର୍ଯ୍ୟଟନସ୍ଥଳରେ ସଂରକ୍ଷିତ ରଖାଗଲେ ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରେ ବୁଡ଼ିଥିବା ଜାହାଜର ଖବର ଆମ ନିକଟରେ ଅଛି। ୨୦୧୧-୧୨ରେ ଏହି ସ୍ଥାନରେ ସମୁଦ୍ର ବୁଡାଳି ସବୀର ବକ୍ସ ବେଆଇନ ପ୍ରବେଶ କରିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ଉକ୍ତ ସମୁଦ୍ର ପଥ ଦେଇ ଯାତାୟାତ କରିବାକୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri