ବିବାହରେ ଆୟୋଜିତ ହେଲା ରକ୍ତଦାନ ଶିବିର

ଦେଓଗାଁ,୨୫ା୨: ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତର ଆବଶ୍ୟକତା ଉପରେ ସଚେତନତା ଲାଗି ଏକ ନବଦମ୍ପତ୍ତି ନିଜ ବାହାଘରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲିରେ ଦିବଂଗତ ଶ୍ରମିକ ନେତା ଲଲିତ ନାୟକଙ୍କ ସ୍ମୃତିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହାୟତାରେ ଗୁରୁବାର ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଗାଁର ସଞ୍ଜୟ କୁମାର ମିଶ୍ର ଓ ରାନୀ ମିଶ୍ରଙ୍କ ବିବାହ ଅବସରରେ ଆୟୋଜିତ ଶିବିରକୁ  ଫାଉଣ୍ଡେସନର ଜିଲା ସଭାପତି ସୋମନାଥ ମିଶ୍ର ଉଦ୍‌ଘାଟନ କରିଥିଲେ। ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନିକୁ ଷଡଙ୍ଗୀ, ସୁନ୍ଦର ସାହୁ ଓ ଫାଉଣ୍ଡେସନର ଦେଓଗାଁ ଶାଖାର  କର୍ମକର୍ତ୍ତା ଓ ବଲାଙ୍ଗୀର ରକ୍ତଭଣ୍ଡାର ମୋବାଇଲ ୟୁନିଟ ଟିମ୍‌ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଟିଟିଲାଗଡ଼, ୮।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଡୁଙ୍ଗରୁିଗୁଡା ଅନ୍ତର୍ଗତ ସମ୍ବଳ ଶକ୍ତି କୃଷକ ଉପତ୍ାଦକ କମ୍ପାନୀ ଆନୁକୂଲ୍ୟ ତଥା ଆଶା ଅନୁଷ୍ଠାନ କୁରସୁଡଙ୍କ...

ଲିଭିଯିବ କି ଐତିହ୍ୟ ସ୍ମାରକୀ: ଭଙ୍ଗାଯିବ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ,୨୭ା୮(ହେମନ୍ତ କୁମାର ନାୟକ):ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ବିପଦସଙ୍କୁୁଳ କହି ପ୍ରଶାସନ ଲଙ୍ଗୁଳି ମଠକୁ ମାଟିରେ ମିଶାଇଥିବାବେଳେ...

ତାରିଣୀଙ୍କ ଦର୍ଶନ ସାରି ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଟ୍ରକ୍‌

ଆନନ୍ଦପୁର,୧୦।୪(ସ୍ବ.ପ୍ର.): ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁରଠାରେ ଟ୍ରକ୍‌ ଧକ୍କାରେ ସୋମବାର ଦୁଇ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ...

ଯୁକ୍ତ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୯।୩(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫର୍ମ ପୂରଣର ଶେଷ ତାରିଖ ମାର୍ଚ୍ଚ ୩ ଥିବାବେଳେ ଅନେକ...

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ଜଣେ ଅଟକ

ଭଦ୍ରକ ଅଫିସ,୬।୧୦(ଡି.ଏନ୍‌.ଏ.): ଭଦ୍ରକ ପୁରୁଣାବଜାର ପୋଲିସ ସୋମବାର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନାନୁସାରେ, ପୁରୁଣାବଜାର ଥାନା...

ଗମ୍ଭୀରା ଭିତରକୁ ପ୍ରବେଶ ମନା

ପୁରୀ ଅଫିସ,୧୧ା୩:କୋଭିଡ୍‌ କଟକଣା ମଧ୍ୟରେ ଗୁରୁବାର ଶ୍ରୀଲୋକନାଥଙ୍କ ପୀଠରେ ଜାଗରଯାତ୍ରା ଅନୁଷ୍ଠିତ ହେବ। କଟକଣା ମାନି ଭକ୍ତମାନେ ଶ୍ରୀଲୋକନାଥ ଦେବଙ୍କୁ ଦର୍ଶନ କରିବାକୁ ଥିବାବେଳେ ମନ୍ଦିର...

୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ତେଲକୋଇ, ୨୮ା୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଫ୍ୟାମିଲ ୱେଲଫେୟାର ବିଭାଗ...

ସନ୍ଧ୍ୟାରେ ନବୀନ-ଧର୍ମେନ୍ଦ୍ର ସାକ୍ଷାତ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ଲୋକ ସେବା...

Advertisement
Archives

Model This Week