ହୃତ୍‌ପିଣ୍ଡ-ଫୁସ୍‌ଫୁସ୍‌ ସଂଯୋଗୀ ନଳୀରୁ କଢ଼ାଗଲା ଜମାଟ ରକ୍ତ

କଟକ ଅଫିସ,୧୮ା୧୦:ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ରୋଗୀ ଆକ୍ୟୁଟ ପଲମୋନାରୀ ଥ୍ରମ୍ବୋଏମ୍ବୋଲିଜମ୍‌ ରୋଗରେ ଆକ୍ରାନ୍ତ ହୋଇ କାର୍ଡିଓ ଥେରାସିସ୍‌ ଆଣ୍ଡ ଭସ୍କୁଲାର ସର୍ଜରୀ (ସିଟିଭିଏସ୍‌) ବିଭାଗରେ ଭର୍ତ୍ତି ହୋଇଥିଲେ। ରୋଗୀଙ୍କ ହୃତ୍‌ପିଣ୍ଡରୁ ଫୁସ୍‌ଫୁସ୍‌କୁ ସଂଯୋଗ କରିଥିବା ଦୁଇଟି ରକ୍ତନଳୀରେ ରକ୍ତଜମାଟ ହୋଇଥିଲା। ଦୁଇଟି ରକ୍ତନଳୀରେ ଜମାଟ ବାନ୍ଧିଥିବା ରକ୍ତକୁ କାଢ଼ିବା ପାଇଁ ଡାକ୍ତରୀଦଳକୁ ପ୍ରାୟ ୭ଘଣ୍ଟା ଲାଗିଥିଲା। ରକ୍ତନଳୀରୁ ଜମାଟ ରକ୍ତ କଢାଯିବା ପରେ ରୋଗୀ ଜଣଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ରୋଗୀଙ୍କୁ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।
ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲା ବରୀ ଅଞ୍ଚଳର ସୁଶାନ୍ତ କୁମାର ପତି ଅଣନିଃଶ୍ୱାସୀ ଅନୁଭବ କରୁଥିଲେ। ଚିକିତ୍ସା ନିମନ୍ତେ ସେ ଏସ୍‌ସିବି ମେଡିିକାଲକୁ ଆସିଥିଲେ। ପ୍ରାଥମିକ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାଙ୍କୁ ସିଟିଭିଏସ୍‌ ବିଭାଗରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା ଯେ, ତାଙ୍କ ହୃତ୍‌ପିଣ୍ଡରୁ ଫୁସଫୁସକୁ ସଂଯୋଗ କରିଥିବା ଡାହାଣ ରକ୍ତନଳୀରେ ରକ୍ତଜମାଟ ହୋଇଥିବା ଯୋଗୁ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ପାରୁ ନ ଥିଲା। ସେହିପରି ବାମପାର୍ଶ୍ୱର ରକ୍ତବାହୀ ନଳୀରେ ମଧ୍ୟ ରକ୍ତପ୍ରବାହ ସମ୍ପୂର୍ଣ୍ଣ ଭାବେ ହେଉ ନ ଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର, ନିଶ୍ଚେତନ ଏବଂ ରକ୍ତ ସଞ୍ଚାଳକ ଏଭଳି ୩ଟି ଦଳ ଗଠନ ହୋଇଥିଲା। ନିଶ୍ଚେତନ ଏବଂ ରକ୍ତ ସଞ୍ଚାଳକ ଦଳ କୃତ୍ରିମ ଫୁସ୍‌ଫୁସ୍‌ ମେଶିନ ଦ୍ୱାରା ରକ୍ତବାହୀ ନଳୀକୁ ବାଇପାସ୍‌ କରିଥିଲେ। ଦୁଇଟି ଯାକ ନଳୀରୁ ଜମାଟ ହୋଇଥିବା ରକ୍ତକୁ ବାହାର କରାଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ପଟ୍ଟନାୟକଙ୍କ ସମେତ ସହକାରୀ ପ୍ରଫେସର ଡ. ସାରଦା ପ୍ରସନ୍ନ ସାହୁ, ସହକାରୀ ପ୍ରଫେସର ଡ. ଚିତ୍ତରଞ୍ଜନ ଥାଟୋଇ, ନିଶ୍ଚେତନ ବିଭାଗ ବିଶେଷଜ୍ଞ ଡା. ଦେବାଶିଷ ସ୍ବାଇଁ, ଡା. ଅରୁଣ ସାହୁ, ଡା. ସୌଭାଗ୍ୟ, ରକ୍ତ ସଞ୍ଚାଳନ ବିଶେଷଜ୍ଞ ଡା. ସନାତନ, ଡା. ସୁଶାନ୍ତ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଏଭଳି ଜଟିଳ ଅସ୍ତ୍ରୋପଚାର ଏସ୍‌ସିବିରେ ଦ୍ୱିତୀୟ ଥର ପାଇଁ ହୋଇଛି। ସରକାର ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଇଥିବାରୁ ରୋଗୀଙ୍କୁ ମାଗଣାରେ ଏଭଳି ଜଟିଳ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସମ୍ଭବ ହୋଇପାରୁଛି ବୋଲି ସିଟିଭିଏସ୍‌ ମୁଖ୍ୟ ପ୍ରଫେସର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri