Posted inଫୁରସତ

କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା

ଘରେ ପେଟ୍‌ ଅନେକେ ରଖନ୍ତି। ପେଟ୍‌ ଭିତରେ କୁକୁର ପ୍ରାୟ ସମସ୍ତଙ୍କର ପ୍ରିୟ। ଘରର ଜଗୁଆଳି ସହ ପରିବାର ସଦସ୍ୟଙ୍କ ଭଲ ବନ୍ଧୁଟିଏ ହୋଇଥାଏ କୁକୁର। ଅନେକ ସମୟରେ ତ ସେ ପାଲଟିଯାଏ ଘରର ସଦସ୍ୟ। ଆଉ ତା’ର ମାଲିକ ତା’ ପଛରେ ଖର୍ଚ୍ଚ କରନ୍ତି ଅନେକ ଟଙ୍କା। ୟୁ.କେ.ର ଓ୍ବେଲ୍ସରେ ରହୁଥିବା ଏଲିସା ଥୋର୍ନ ଓ ତାଙ୍କ ପପି ଫାବିଓଙ୍କ ସମ୍ପର୍କ ବି ଠିକ୍‌ ସେମିତି। ଏଲିସା, ଚାଇନିଜ୍‌ କ୍ରେଷ୍ଟେଡ ପ୍ରଜାତିର କୁକୁର ଫାବିଓକୁ ନିଜ ସନ୍ତାନ ଭଳି ଦେଖନ୍ତି। ତାକୁ ଖୁବ୍‌ ଭଲ ପାଆନ୍ତି। ଆଉ ତା’ ପାଇଁ ଖର୍ଚ୍ଚ କରନ୍ତି ଲକ୍ଷ ଲକ୍ଷ ଟଙ୍କା। ଦାମୀ ପୋଷାକ, ଗହଣା ସାଙ୍ଗକୁ ତା’ ପାଇଁ ଏକ ବେବି ଅଡି କାର୍‌ ବି ସେ କିଣିଛନ୍ତି; ଯେଉଁ କାର୍‌ରେ ଫାବିଓ ବୁଲିଥାଏ। ବେକରେ ସେ ହୀରାର ପଟା ପିନ୍ଧିଥାଏ। ନିକଟରେ କ୍ରିସ୍‌ମସ୍‌ ସେଲିବ୍ରେଶନ୍‌ ବେଳେ ତ ଏଲିସା ଫାବିଓକୁ ୭ ଲକ୍ଷ ଟଙ୍କାର ଉପହାର ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri