ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ। କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ, ଆଲୋଚନା ହେବ।

ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଥିଲେ। ପୂର୍ବରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ପ୍ରଶ୍ନ କରି ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିବା ପରେ ନିଜର ମତ ରଖିଛନ୍ତି।

ମୋକିମ୍ କହିଛନ୍ତି ଯେ,  ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ‘ମୁଣ୍ଡରେ କଫନ୍‌ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍‌ ମୋର’।

ମୋକିମ୍‌ ବାରମ୍ବାର ନିର୍ବାଚନ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ନ ନେଇ ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ନ୍ତୁ। କଂଗ୍ରେସକୁ ପୁନର୍ଜୀବନ ଦରକାର ଥିବାରୁ ‘ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି’ ସହ ଯୁବ ନେତୃତ୍ୱ ଆବଶ୍ୟକ।

ମୋକିମ୍‌ ପୂର୍ବତନ ଓ ବର୍ତ୍ତମାନର ପିସିସି ସଭାପତିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ ରେ ନେତୃତ୍ୱ ମିଳିଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍‌ରେ ହାରିଥିବା ଓ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ ନ କରୁଥିବା ଯୋଗୁଁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ‘ଅସମ୍ଭବ ବ୍ୟାପାର’। ସେହିପରି ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ।

ସେ ଆହୁରି କହିଥିଲେ ଯେ, ବିଧାୟକ ଥିବାବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ସେ ରାହୁଲଙ୍କୁ ଦେଖା କରିପାରିନଥିଲେ। ରାହୁଲ ‘କୋଟେରୀ ଗ୍ରୁପ୍‌’ରୁ ନ ବାହାରିଲେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ‘ଭାରତ ଯୋଡ଼ ଯାତ୍ରା’ ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହି ମଧ୍ୟ ତୃଣମୂଳ କର୍ମୀଙ୍କୁ ଭେଟି ନଥିବାରୁ ମୋକିମ୍‌ ନିରାଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri