ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ହେଲା ବଡ଼ ପର୍ଦ୍ଦାଫାଶ, ମୋବାଇଲରୁ ମିଳିଲା…

ଭୁବନେଶ୍ୱର,୫।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।

ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।

କୁହାଯାଉଛି, ପୀଡ଼ିତା ଛାତ୍ରୀ ସାଇକଲେରେ ପେଟ୍ରୋଲ ପମ୍ପ ଯାଇ, ସେଠାରୁ ବୋତଲରେ ପେଟ୍ରୋଲ ନେଇ କଲେଜ ଯାଇଛନ୍ତି । ତେବେ ଏହି ଭିଡିଓ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । କିନ୍ତୁ ଦ୍ବନ୍ଦ୍ବର କଥା ହେଲା, ପୂର୍ବରୁ ପେଟ୍ରୋଲ ପମ୍ପ ମ୍ୟାନେଜର କହିଥିଲେ ଯେ ଘଟଣା ଦିନ ଗୋଟିଏ ଝିଅ ଇଭି ସ୍କୁଟିରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିଲେ । ତେଣୁ ପୀଡ଼ିତା ସାଇକେଲରେ ଯାଉଥିବା ଭିଡିଓକୁ ଏବେ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଛାତ୍ରୀ ଜଣଙ୍କୁ ଆତ୍ମାହୁତି ପାଇଁ ଉସୁକାଇଥିବାର ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ଦୁଇ ଛାତ୍ର ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ କ୍ରମେ ସୌମ୍ୟାଶ୍ରୀଙ୍କୁ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଅଭିନୟ କରିବାକୁ କୁହାଯାଇଥିଲା। ହେଲେ କିଏ ଜାଣିଥିଲା ଅଭିନୟ କରୁ କରୁ ସତରେ ବଡ଼ ଅଘଟଣ ଘଟିଯିବ ବୋଲି। ଏହି ସମୟରେ ଏକ ମୋବାଇଲରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ସୂଚନାନୁଯାୟୀ, ଶୁଭ୍ରସମ୍ବିତ ଓ ଜ୍ୟୋତିପ୍ରକାଶ ପୂରା ନାଟକର ରଚୟତା ଥିଲେ। ସେମାନେ ଦୁହେଁ ସୌମ୍ୟାଶ୍ରୀଙ୍କୁ କହିଥିଲେ ଯେ, ପ୍ରଥମେ ପ୍ରିନ୍ସପାଲଙ୍କ ରୁମ୍‌କୁ ଯିବାପାଇଁ ପଡିବ, ସେମାନେ ନ ମାନିଲେ, ନିଆଁ ଲଗାଇବାର ନାଟକ କରିବ। ପୀଡିତା ଜଣଙ୍କ ସିଧା ଚାଲିଯାଇଥିଲେ ପ୍ରିନ୍ସପାଲଙ୍କ ରୁମ୍‌କୁ। ହେଲେ ନାଟକ ନେଇଥିଲା ନୂଆ ମୋଡ। ପ୍ରି ପ୍ଲାନ୍‌ ଅନୁସାରେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ୫୦ କିମ୍ବା ୧୦୦ ମିଟର ଦୂରରେ ଛିଡା ହେବେ, ହାତରେ ମୋବାଇଲ ଧରି ଆତ୍ମାହୂତି ଭିଡିଓ ଶୁଟିଂ କରିବେ। ଏହା ସହିତ ପୀଡିତା ଦେହରେ ନିଆଁ ଲଗାଇବା ପରେ ପ୍ରିନ୍ସପାଲଙ୍କ ରୁମ୍‌କୁ ଯାଇ ଡରାଇବେ। ହେଲେ ନିଆଁ ଦେହ ସାରା ବ୍ୟାପିଯାଇଥିଲା, ଆଉ ୯୦ ପ୍ରତିଶତ ପୋଡି ଯାଇଥିଲେ ପୀଡିତା। ଅନ୍ୟପଟେ, ଘଟଣାର ପରଦିନ ପୀଡିତାଙ୍କ ପାଇଁ ଶିବ ମନ୍ଦିର ଯାଇଥିଲେ ଶୁଭ୍ରସମ୍ବିତ। ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

ରାତିରୁ ନିଖୋଜ ଥିଲେ, ପୋଖରୀ କୂଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ; ଏକତରଫା ପ୍ରେମରୁ ହତ୍ୟାକୁ ନେଇ…

ମାର୍ଶାଘାଇ, ୩୧।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ…

ଏହି ଦିନ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌: RBIର କଲା ଘୋଷଣା!

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍‌ର ପାଇଲଟ ପ୍ରୋଜେକ୍ଟ ବା…

ଋଷିକୁଲ୍ୟା ବନ୍ୟାରେ ପୁରୁଷୋତ୍ତମପୁର ବେହାଲ: ରାତିରେ ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ, ଆସନ୍ତା ୧୦ ଦିନ ଯାଏ…

ପୁରୁଷୋତ୍ତମପୁର, ୩୧।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଗାଁଠାରୁ ସହର…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?