ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ହେଲା ବଡ଼ ପର୍ଦ୍ଦାଫାଶ, ମୋବାଇଲରୁ ମିଳିଲା…

ଭୁବନେଶ୍ୱର,୫।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।

ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।

କୁହାଯାଉଛି, ପୀଡ଼ିତା ଛାତ୍ରୀ ସାଇକଲେରେ ପେଟ୍ରୋଲ ପମ୍ପ ଯାଇ, ସେଠାରୁ ବୋତଲରେ ପେଟ୍ରୋଲ ନେଇ କଲେଜ ଯାଇଛନ୍ତି । ତେବେ ଏହି ଭିଡିଓ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । କିନ୍ତୁ ଦ୍ବନ୍ଦ୍ବର କଥା ହେଲା, ପୂର୍ବରୁ ପେଟ୍ରୋଲ ପମ୍ପ ମ୍ୟାନେଜର କହିଥିଲେ ଯେ ଘଟଣା ଦିନ ଗୋଟିଏ ଝିଅ ଇଭି ସ୍କୁଟିରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିଲେ । ତେଣୁ ପୀଡ଼ିତା ସାଇକେଲରେ ଯାଉଥିବା ଭିଡିଓକୁ ଏବେ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଛାତ୍ରୀ ଜଣଙ୍କୁ ଆତ୍ମାହୁତି ପାଇଁ ଉସୁକାଇଥିବାର ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ଦୁଇ ଛାତ୍ର ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ କ୍ରମେ ସୌମ୍ୟାଶ୍ରୀଙ୍କୁ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଅଭିନୟ କରିବାକୁ କୁହାଯାଇଥିଲା। ହେଲେ କିଏ ଜାଣିଥିଲା ଅଭିନୟ କରୁ କରୁ ସତରେ ବଡ଼ ଅଘଟଣ ଘଟିଯିବ ବୋଲି। ଏହି ସମୟରେ ଏକ ମୋବାଇଲରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ସୂଚନାନୁଯାୟୀ, ଶୁଭ୍ରସମ୍ବିତ ଓ ଜ୍ୟୋତିପ୍ରକାଶ ପୂରା ନାଟକର ରଚୟତା ଥିଲେ। ସେମାନେ ଦୁହେଁ ସୌମ୍ୟାଶ୍ରୀଙ୍କୁ କହିଥିଲେ ଯେ, ପ୍ରଥମେ ପ୍ରିନ୍ସପାଲଙ୍କ ରୁମ୍‌କୁ ଯିବାପାଇଁ ପଡିବ, ସେମାନେ ନ ମାନିଲେ, ନିଆଁ ଲଗାଇବାର ନାଟକ କରିବ। ପୀଡିତା ଜଣଙ୍କ ସିଧା ଚାଲିଯାଇଥିଲେ ପ୍ରିନ୍ସପାଲଙ୍କ ରୁମ୍‌କୁ। ହେଲେ ନାଟକ ନେଇଥିଲା ନୂଆ ମୋଡ। ପ୍ରି ପ୍ଲାନ୍‌ ଅନୁସାରେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ୫୦ କିମ୍ବା ୧୦୦ ମିଟର ଦୂରରେ ଛିଡା ହେବେ, ହାତରେ ମୋବାଇଲ ଧରି ଆତ୍ମାହୂତି ଭିଡିଓ ଶୁଟିଂ କରିବେ। ଏହା ସହିତ ପୀଡିତା ଦେହରେ ନିଆଁ ଲଗାଇବା ପରେ ପ୍ରିନ୍ସପାଲଙ୍କ ରୁମ୍‌କୁ ଯାଇ ଡରାଇବେ। ହେଲେ ନିଆଁ ଦେହ ସାରା ବ୍ୟାପିଯାଇଥିଲା, ଆଉ ୯୦ ପ୍ରତିଶତ ପୋଡି ଯାଇଥିଲେ ପୀଡିତା। ଅନ୍ୟପଟେ, ଘଟଣାର ପରଦିନ ପୀଡିତାଙ୍କ ପାଇଁ ଶିବ ମନ୍ଦିର ଯାଇଥିଲେ ଶୁଭ୍ରସମ୍ବିତ। ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?