Posted inଖେଳ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ ହେବ। ଚଳିତ ବିଶ୍ୱକପ୍‌ର ସର୍ବକନିଷ୍ଠ କୋଚ୍‌ ଏବଂ ଟୁର୍ନାମେଣ୍ଟର ସବୁଠାରୁ ବୟସ୍କ କୋଚ୍‌ ପରସ୍ପରର ସମ୍ମୁଖୀନ ହେବେ। ମୋ ବନ୍ଧୁ ଲିଓନେଲ ସ୍କାଲୋନି ଖେଳ ଜୀବନ ଆରମ୍ଭ କଲାବେଳେ ଲୁଇସ ଭାନ୍‌ ଗାଲ ଜଣେ କୋଚ୍‌ ଭାବେ ପ୍ରସିଦ୍ଧିଲାଭ କରି ସାରିଥିଲେ। ଏବେ ସ୍କାଲୋନିଙ୍କ କୋଚିଂ କ୍ୟାରିୟର ଆରମ୍ଭ ହେଉଥିବାବେଳେ ତାଙ୍କ ମେଣ୍ଟର ଭାନ୍‌ ଗାଲ ଅବସର ସୂଚନା ଦେଇ ସାରିଛନ୍ତି। ଚଳିତ ଟୁର୍ନାମେଣ୍ଟ ପରେ ସେ ଅବସର ନେବେ। ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ବିଶ୍ୱକପ୍‌ ମ୍ୟାଚର ଏହା ପୁନରାବୃତ୍ତି ହେବ। ୧୦ ବର୍ଷ ତଳେ ଏହା ବିଶ୍ୱକପ୍‌ର ସେମିଫାଇନାଲ ଥିଲା। କାତାରରେ ଆର୍ଜେଣ୍ଟିନା ଜାତୀୟ ଦଳ ନେଦରଲାଣ୍ଡ୍ସକୁ କ୍ୱାର୍ଟର ଫାଇନାଲରେ ଭେଟିବାକୁ ଯାଉଛି। ଦୁଇ ଐତିହାସିକ ଦଳ ମଧ୍ୟରେ ଏହା ଏକ ବଡ଼ ମ୍ୟାଚ ହେବ। ଦୁଇ ଦଳ ମଧ୍ୟରୁ ଗୋଟିଏ ବିଦାୟ ନେବ।
ଏବେ ଇତିହାସ ରଚିବାର ବେଳ। ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଦଳ ୨୦ ବର୍ଷ ବ୍ୟବଧାନରେ ବ୍ରାଜିଲରେ କୋପା ଆମେରିକା ଟାଇଟଲ ଜିତି ସିଜନ ଆରମ୍ଭ କରିଛି। ଏବେ ସେମାନେ ଗୋଟିଏ ପରେ ଗୋଟିଏ ପାଦ ଅତିକ୍ରମ କରୁଛନ୍ତି। ରୁଷିଆରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାହେବା ସବୁଠାରୁ ବଡ଼ ନୈରାଶ୍ୟ ଥିଲା। ମାତ୍ର ଏଠାରେ ଦଳ ସେହି ପର୍ଯ୍ୟାୟ ଅତିକ୍ରମ କରି କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ଯାଇଛି। ୧୯୮୬ ପରେ ଦଳ ଦେଶ ପାଇଁ ବିଶ୍ୱକପ୍‌ ଜିତୁ ବୋଲି ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ।
ଆଲ୍‌ବିକେଲେଷ୍ଟେ (ଆର୍ଜେଣ୍ଟିନା) ଓ ଡଚ୍‌ (ନେଦରଲାଣ୍ଡ୍ସ) ମଧ୍ୟରେ ମ୍ୟାଚ ନକ୍‌ଆଉଟ ପର୍ଯ୍ୟାୟର ଅନ୍ୟତମ କଷ୍ଟସାଧ୍ୟ ପର୍ଯ୍ୟାୟ। ଟୁର୍ନାମେଣ୍ଟ ଆରମ୍ଭରେ ସାଉଦି ଆରବଠାରୁ ପରାଜୟଜନିତ ବିପର୍ଯ୍ୟୟରୁ ଉଧୁରି ଆର୍ଜେଣ୍ଟିନା ଗ୍ରୁପ୍‌ ‘ସି’ର ଚାମ୍ପିୟନ ଦଳ ଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍‌ ୧୬ରେ ସେମାନେ ଲିଓନେଲ ମେସିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କଲେ। ନେଦରଲାଣ୍ଡ୍ସ ମଧ୍ୟ ଗ୍ରୁପ୍‌ ‘ଏ’ରେ ପ୍ରଥମସ୍ଥାନ ଅଧିକାର କରିଥିଲା। ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନ ଥିବା ଡଚ୍‌ ଟିମ୍‌ ରାଉଣ୍ଡ ଅଫ୍‌ ୧୬ରେ ଆମେରିକାକୁ ୩-୧ରେ ପରାସ୍ତ କରିଥିଲା।
ଦୁଇ ଦେଶ ମଧ୍ୟରେ ମୋଟ ମ୍ୟାଚ ଗଣାଗଲେ ସେମାନେ ଆନୁଷ୍ଠାନିକଭାବେ ୯ଟି ଗେମ୍‌ ଖେଳିଛନ୍ତି। ଏଥିରୁ ଆର୍ଜେଣ୍ଟିନା ମାତ୍ର ଥରେ (୧୯୭୮ ବିଶ୍ୱକପ ଫାଇନାଲ) ସିଧାସଳଖ ଜିତିଥିବାବେଳେ ନେଦରଲାଣ୍ଡ୍ସ ୪ ମ୍ୟାଚରେ ବିଜୟୀ ହୋଇଛି। ଅବଶିଷ୍ଟ ୪ ମ୍ୟାଚରୁ ୩ଟି ମ୍ୟାଚ ଡ୍ର ରହିଛି ଏବଂ ୨୦୧୪ ସେମିଫାଇନାଲ ମ୍ୟାଚ ପେନାଲ୍ଟି ଯୋଗେ ମୀମାଂସା ହୋଇଥିଲା ଏବଂ ଆର୍ଜେଣ୍ଟିନା ବିଜୟ ହାସଲ କରିଥିଲା।
ଡଚ୍‌ ଦଳ ବିପକ୍ଷରେ ସ୍କାଲୋନି ତାଙ୍କ ଷ୍ଟାର୍ଟିଂ ଲାଇନ୍‌ଅପ୍‌ ସମ୍ପର୍କରେ କିଛି ପ୍ରକାଶ କରିନାହାନ୍ତି। ଆଲେଜାଣ୍ଡ୍ରୋ ଗୋମେଜ ଓ ଆଞ୍ଜେଲ ଡି’ମାରିଆ ଆହତ ଥିବାବେଳେ ରୋଡ୍ରିଗୋ ଡି’ ପଲ୍‌ ମଧ୍ୟ ଖେଳିବା ସମ୍ଭାବନା କମ୍‌। ଏ କ୍ଷେତ୍ରରେ କୋଚ୍‌ ଆକ୍ରମଣ ରଣନୀତିକୁ ପରିବର୍ତ୍ତନ କରିପାରନ୍ତି। ଜୁଲିଆନ ଆଲ୍‌ଭାରେଜ ଏବଂ ଲିଓନେଲ ମେସିଙ୍କୁ ଅଗ୍ରଭାଗରେ କିଏ ସହାୟତା କରିବେ ତାହା ସ୍କାଲୋନିଙ୍କ ପସନ୍ଦ ଉପରେ ନିର୍ଭର କରିବ। ଆର୍ଜେଣ୍ଟିନା କୋଚ୍‌ ସାଧାରଣତଃ ୩ ମିଡ୍‌ଫିଲ୍ଡର କିମ୍ବା ୩ ଫରଓ୍ବାର୍ଡ ନେଇ ଖେଳିବାକୁ ପସନ୍ଦ କରନ୍ତି। ମାତ୍ର ଏଥିପାଇଁ ଡି’ମାରିଆଙ୍କ ଫିଟ୍‌ନେସ ଉପରେ ଅନେକ କିଛି ନିର୍ଭର କରିବ। କୋଚ୍‌ଙ୍କ ଯୋଜନାରେ ସେ ଜଣେ ପ୍ରମୁଖ ଖେଳାଳି। ଯଦି ସେ ଆହତ ସମସ୍ୟାରୁ ମୁକୁଳିଥିବେ ଏବଂ ଖେଳିବାକୁ ପ୍ରସ୍ତୁତ ଥିବେ ତେବେ କୋଚ୍‌ ସେହି ଅନୁସାରେ ଯୋଜନା କରିବେ। ଡି’ ମାରିଆଙ୍କ କୌଶଳ ସମକକ୍ଷ କୌଣସି ଖେଳାଳି ଦଳରେ ନାହାନ୍ତି। ତେଣୁ ସେ ଯଦି ନ ଖେଳନ୍ତି ତେବେ ଲିଆଣ୍ଡ୍ରୋ ପରେଦେସଙ୍କୁ ସୁଯୋଗ ମିଳିପାରେ। ଏପରି ହେଲେ ଲିଓନେଲ ମେସି ଅଗ୍ରଭାଗରେ ଜୁଲିଆନ ଆଲ୍‌ଭାରେଜଙ୍କ ପାଖାପାଖି ରହି ଖେଳିବେ ଏବଂ ପରେଦେସ ମିଡ୍‌ଫିଲ୍ଡରେ ଫର୍ନାଣ୍ଡେଜ, ଆଲେକ୍ସିସ ମ୍ୟାକ୍‌ ଆଲିଷ୍ଟର ଓ ରୋଡ୍ରିଗୋ ଡି ପଲ୍‌ଙ୍କ ସହ ଚ୍ୟାଲେଞ୍ଜ ସମ୍ଭାଳିବେ।
ନେଦରଲାଣ୍ଡ୍ସର ଇନ୍‌ ସାଇଡ୍‌ ଗେମ୍‌ ବହୁତ ଦୃଢ଼। ମଧ୍ୟଭାଗରେ ଡି ଜଙ୍ଗ ଥିବାବେଳେ ଓ୍ବିଙ୍ଗର୍ସ ଡୁମ୍‌ଫ୍ରିସ୍‌ ଡାହାଣ ଏବଂ ବ୍ଲାଇଣ୍ଡ ବାମ ପଟରେ ଖେଳିବେ। ଏହି ଖେଳାଳିଙ୍କ ସହ ନେଦରଲାଣ୍ଡ୍ସ ଯେତେବେଳେ ଆକ୍ରମଣ କରେ ସେତେବେଳେ ଖେଳରେ ଉଭୟ କ୍ୱାଲିଟି ଏବଂ କ୍ୱାଣ୍ଟିଟି ପରିଲକ୍ଷିତ ହୋଇଥାଏ। ସେମାନଙ୍କ ନିକଟରେ ଅନେକ ସ୍କୋରିଂ ପାଓ୍ବାର ଅଛି। ସ୍କାଲୋନି ଜାଣିଛନ୍ତି ଯେ ତାଙ୍କ ନେଦରଲାଣ୍ଡ୍ସ ପ୍ରତିଦ୍ୱନ୍ଦ୍ୱୀ କେବେହେଲେ ସହଜ ହେବନାହିଁ। ଏହା ଏକ ନୂଆ ପିଢ଼ି। ପୂର୍ବ ଦଳ ଗୁଡ଼ିକ ଭଳି କେବଳ ପ୍ରତିଭାରେ ଭରପୂର ନୁହେଁ, ଅଭିଜ୍ଞତାର ମିଶ୍ରଣ ଆର୍ଜେଣ୍ଟିନା ଦଳକୁ କଡ଼ା ପରୀକ୍ଷାରେ ପକାଇବ। ବିଶ୍ୱକପ୍‌ରେ ସବୁକିଛି ସମ୍ଭବ। ତେଣୁ ସ୍କାଲୋନି ନିଶ୍ଚିତ ନେଦରଲାଣ୍ଡ୍ସକୁ ହରାଇବାକୁ ଚାହିଁବେ।
ପ୍ରଥମ ମ୍ୟାଚରେ ହାରିଥିଲେ ମଧ୍ୟ ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଅନ୍ୟତମ ଶ୍ରେଷ୍ଠ ଦଳ ବୋଲି ଫୁଟବଲ ଜଗତ ସ୍ବୀକୃତି ଦେଇ ସାରିଛି। ଫୁଟବଲ ଏପରି ଏକ ଖେଳ ଯଦି ଆମେ ଭାବିବା ଯେ ଆର୍ଜେଣ୍ଟିନା ତା’ର ନାଁ ଅନୁସାରେ କିମ୍ବା ମେସିଙ୍କ ପାଇଁ ବିଶ୍ୱକପ୍‌ ଜିତିଯିବ ତେବେ ଏହା ଏକ ବଡ଼ ଭୁଲ। କେବଳ ଆର୍ଜେଣ୍ଟିନା ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ବିଶ୍ୱକପ ଜିତିବାକୁ ଯୋଜନା କରିଛନ୍ତି। ତେଣୁ ମେସି ଏବଂ ତାଙ୍କ ଦଳକୁ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri