Posted inଖେଳ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ ହେବ। ଚଳିତ ବିଶ୍ୱକପ୍‌ର ସର୍ବକନିଷ୍ଠ କୋଚ୍‌ ଏବଂ ଟୁର୍ନାମେଣ୍ଟର ସବୁଠାରୁ ବୟସ୍କ କୋଚ୍‌ ପରସ୍ପରର ସମ୍ମୁଖୀନ ହେବେ। ମୋ ବନ୍ଧୁ ଲିଓନେଲ ସ୍କାଲୋନି ଖେଳ ଜୀବନ ଆରମ୍ଭ କଲାବେଳେ ଲୁଇସ ଭାନ୍‌ ଗାଲ ଜଣେ କୋଚ୍‌ ଭାବେ ପ୍ରସିଦ୍ଧିଲାଭ କରି ସାରିଥିଲେ। ଏବେ ସ୍କାଲୋନିଙ୍କ କୋଚିଂ କ୍ୟାରିୟର ଆରମ୍ଭ ହେଉଥିବାବେଳେ ତାଙ୍କ ମେଣ୍ଟର ଭାନ୍‌ ଗାଲ ଅବସର ସୂଚନା ଦେଇ ସାରିଛନ୍ତି। ଚଳିତ ଟୁର୍ନାମେଣ୍ଟ ପରେ ସେ ଅବସର ନେବେ। ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ବିଶ୍ୱକପ୍‌ ମ୍ୟାଚର ଏହା ପୁନରାବୃତ୍ତି ହେବ। ୧୦ ବର୍ଷ ତଳେ ଏହା ବିଶ୍ୱକପ୍‌ର ସେମିଫାଇନାଲ ଥିଲା। କାତାରରେ ଆର୍ଜେଣ୍ଟିନା ଜାତୀୟ ଦଳ ନେଦରଲାଣ୍ଡ୍ସକୁ କ୍ୱାର୍ଟର ଫାଇନାଲରେ ଭେଟିବାକୁ ଯାଉଛି। ଦୁଇ ଐତିହାସିକ ଦଳ ମଧ୍ୟରେ ଏହା ଏକ ବଡ଼ ମ୍ୟାଚ ହେବ। ଦୁଇ ଦଳ ମଧ୍ୟରୁ ଗୋଟିଏ ବିଦାୟ ନେବ।
ଏବେ ଇତିହାସ ରଚିବାର ବେଳ। ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଦଳ ୨୦ ବର୍ଷ ବ୍ୟବଧାନରେ ବ୍ରାଜିଲରେ କୋପା ଆମେରିକା ଟାଇଟଲ ଜିତି ସିଜନ ଆରମ୍ଭ କରିଛି। ଏବେ ସେମାନେ ଗୋଟିଏ ପରେ ଗୋଟିଏ ପାଦ ଅତିକ୍ରମ କରୁଛନ୍ତି। ରୁଷିଆରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାହେବା ସବୁଠାରୁ ବଡ଼ ନୈରାଶ୍ୟ ଥିଲା। ମାତ୍ର ଏଠାରେ ଦଳ ସେହି ପର୍ଯ୍ୟାୟ ଅତିକ୍ରମ କରି କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ଯାଇଛି। ୧୯୮୬ ପରେ ଦଳ ଦେଶ ପାଇଁ ବିଶ୍ୱକପ୍‌ ଜିତୁ ବୋଲି ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ।
ଆଲ୍‌ବିକେଲେଷ୍ଟେ (ଆର୍ଜେଣ୍ଟିନା) ଓ ଡଚ୍‌ (ନେଦରଲାଣ୍ଡ୍ସ) ମଧ୍ୟରେ ମ୍ୟାଚ ନକ୍‌ଆଉଟ ପର୍ଯ୍ୟାୟର ଅନ୍ୟତମ କଷ୍ଟସାଧ୍ୟ ପର୍ଯ୍ୟାୟ। ଟୁର୍ନାମେଣ୍ଟ ଆରମ୍ଭରେ ସାଉଦି ଆରବଠାରୁ ପରାଜୟଜନିତ ବିପର୍ଯ୍ୟୟରୁ ଉଧୁରି ଆର୍ଜେଣ୍ଟିନା ଗ୍ରୁପ୍‌ ‘ସି’ର ଚାମ୍ପିୟନ ଦଳ ଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍‌ ୧୬ରେ ସେମାନେ ଲିଓନେଲ ମେସିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କଲେ। ନେଦରଲାଣ୍ଡ୍ସ ମଧ୍ୟ ଗ୍ରୁପ୍‌ ‘ଏ’ରେ ପ୍ରଥମସ୍ଥାନ ଅଧିକାର କରିଥିଲା। ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନ ଥିବା ଡଚ୍‌ ଟିମ୍‌ ରାଉଣ୍ଡ ଅଫ୍‌ ୧୬ରେ ଆମେରିକାକୁ ୩-୧ରେ ପରାସ୍ତ କରିଥିଲା।
ଦୁଇ ଦେଶ ମଧ୍ୟରେ ମୋଟ ମ୍ୟାଚ ଗଣାଗଲେ ସେମାନେ ଆନୁଷ୍ଠାନିକଭାବେ ୯ଟି ଗେମ୍‌ ଖେଳିଛନ୍ତି। ଏଥିରୁ ଆର୍ଜେଣ୍ଟିନା ମାତ୍ର ଥରେ (୧୯୭୮ ବିଶ୍ୱକପ ଫାଇନାଲ) ସିଧାସଳଖ ଜିତିଥିବାବେଳେ ନେଦରଲାଣ୍ଡ୍ସ ୪ ମ୍ୟାଚରେ ବିଜୟୀ ହୋଇଛି। ଅବଶିଷ୍ଟ ୪ ମ୍ୟାଚରୁ ୩ଟି ମ୍ୟାଚ ଡ୍ର ରହିଛି ଏବଂ ୨୦୧୪ ସେମିଫାଇନାଲ ମ୍ୟାଚ ପେନାଲ୍ଟି ଯୋଗେ ମୀମାଂସା ହୋଇଥିଲା ଏବଂ ଆର୍ଜେଣ୍ଟିନା ବିଜୟ ହାସଲ କରିଥିଲା।
ଡଚ୍‌ ଦଳ ବିପକ୍ଷରେ ସ୍କାଲୋନି ତାଙ୍କ ଷ୍ଟାର୍ଟିଂ ଲାଇନ୍‌ଅପ୍‌ ସମ୍ପର୍କରେ କିଛି ପ୍ରକାଶ କରିନାହାନ୍ତି। ଆଲେଜାଣ୍ଡ୍ରୋ ଗୋମେଜ ଓ ଆଞ୍ଜେଲ ଡି’ମାରିଆ ଆହତ ଥିବାବେଳେ ରୋଡ୍ରିଗୋ ଡି’ ପଲ୍‌ ମଧ୍ୟ ଖେଳିବା ସମ୍ଭାବନା କମ୍‌। ଏ କ୍ଷେତ୍ରରେ କୋଚ୍‌ ଆକ୍ରମଣ ରଣନୀତିକୁ ପରିବର୍ତ୍ତନ କରିପାରନ୍ତି। ଜୁଲିଆନ ଆଲ୍‌ଭାରେଜ ଏବଂ ଲିଓନେଲ ମେସିଙ୍କୁ ଅଗ୍ରଭାଗରେ କିଏ ସହାୟତା କରିବେ ତାହା ସ୍କାଲୋନିଙ୍କ ପସନ୍ଦ ଉପରେ ନିର୍ଭର କରିବ। ଆର୍ଜେଣ୍ଟିନା କୋଚ୍‌ ସାଧାରଣତଃ ୩ ମିଡ୍‌ଫିଲ୍ଡର କିମ୍ବା ୩ ଫରଓ୍ବାର୍ଡ ନେଇ ଖେଳିବାକୁ ପସନ୍ଦ କରନ୍ତି। ମାତ୍ର ଏଥିପାଇଁ ଡି’ମାରିଆଙ୍କ ଫିଟ୍‌ନେସ ଉପରେ ଅନେକ କିଛି ନିର୍ଭର କରିବ। କୋଚ୍‌ଙ୍କ ଯୋଜନାରେ ସେ ଜଣେ ପ୍ରମୁଖ ଖେଳାଳି। ଯଦି ସେ ଆହତ ସମସ୍ୟାରୁ ମୁକୁଳିଥିବେ ଏବଂ ଖେଳିବାକୁ ପ୍ରସ୍ତୁତ ଥିବେ ତେବେ କୋଚ୍‌ ସେହି ଅନୁସାରେ ଯୋଜନା କରିବେ। ଡି’ ମାରିଆଙ୍କ କୌଶଳ ସମକକ୍ଷ କୌଣସି ଖେଳାଳି ଦଳରେ ନାହାନ୍ତି। ତେଣୁ ସେ ଯଦି ନ ଖେଳନ୍ତି ତେବେ ଲିଆଣ୍ଡ୍ରୋ ପରେଦେସଙ୍କୁ ସୁଯୋଗ ମିଳିପାରେ। ଏପରି ହେଲେ ଲିଓନେଲ ମେସି ଅଗ୍ରଭାଗରେ ଜୁଲିଆନ ଆଲ୍‌ଭାରେଜଙ୍କ ପାଖାପାଖି ରହି ଖେଳିବେ ଏବଂ ପରେଦେସ ମିଡ୍‌ଫିଲ୍ଡରେ ଫର୍ନାଣ୍ଡେଜ, ଆଲେକ୍ସିସ ମ୍ୟାକ୍‌ ଆଲିଷ୍ଟର ଓ ରୋଡ୍ରିଗୋ ଡି ପଲ୍‌ଙ୍କ ସହ ଚ୍ୟାଲେଞ୍ଜ ସମ୍ଭାଳିବେ।
ନେଦରଲାଣ୍ଡ୍ସର ଇନ୍‌ ସାଇଡ୍‌ ଗେମ୍‌ ବହୁତ ଦୃଢ଼। ମଧ୍ୟଭାଗରେ ଡି ଜଙ୍ଗ ଥିବାବେଳେ ଓ୍ବିଙ୍ଗର୍ସ ଡୁମ୍‌ଫ୍ରିସ୍‌ ଡାହାଣ ଏବଂ ବ୍ଲାଇଣ୍ଡ ବାମ ପଟରେ ଖେଳିବେ। ଏହି ଖେଳାଳିଙ୍କ ସହ ନେଦରଲାଣ୍ଡ୍ସ ଯେତେବେଳେ ଆକ୍ରମଣ କରେ ସେତେବେଳେ ଖେଳରେ ଉଭୟ କ୍ୱାଲିଟି ଏବଂ କ୍ୱାଣ୍ଟିଟି ପରିଲକ୍ଷିତ ହୋଇଥାଏ। ସେମାନଙ୍କ ନିକଟରେ ଅନେକ ସ୍କୋରିଂ ପାଓ୍ବାର ଅଛି। ସ୍କାଲୋନି ଜାଣିଛନ୍ତି ଯେ ତାଙ୍କ ନେଦରଲାଣ୍ଡ୍ସ ପ୍ରତିଦ୍ୱନ୍ଦ୍ୱୀ କେବେହେଲେ ସହଜ ହେବନାହିଁ। ଏହା ଏକ ନୂଆ ପିଢ଼ି। ପୂର୍ବ ଦଳ ଗୁଡ଼ିକ ଭଳି କେବଳ ପ୍ରତିଭାରେ ଭରପୂର ନୁହେଁ, ଅଭିଜ୍ଞତାର ମିଶ୍ରଣ ଆର୍ଜେଣ୍ଟିନା ଦଳକୁ କଡ଼ା ପରୀକ୍ଷାରେ ପକାଇବ। ବିଶ୍ୱକପ୍‌ରେ ସବୁକିଛି ସମ୍ଭବ। ତେଣୁ ସ୍କାଲୋନି ନିଶ୍ଚିତ ନେଦରଲାଣ୍ଡ୍ସକୁ ହରାଇବାକୁ ଚାହିଁବେ।
ପ୍ରଥମ ମ୍ୟାଚରେ ହାରିଥିଲେ ମଧ୍ୟ ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଅନ୍ୟତମ ଶ୍ରେଷ୍ଠ ଦଳ ବୋଲି ଫୁଟବଲ ଜଗତ ସ୍ବୀକୃତି ଦେଇ ସାରିଛି। ଫୁଟବଲ ଏପରି ଏକ ଖେଳ ଯଦି ଆମେ ଭାବିବା ଯେ ଆର୍ଜେଣ୍ଟିନା ତା’ର ନାଁ ଅନୁସାରେ କିମ୍ବା ମେସିଙ୍କ ପାଇଁ ବିଶ୍ୱକପ୍‌ ଜିତିଯିବ ତେବେ ଏହା ଏକ ବଡ଼ ଭୁଲ। କେବଳ ଆର୍ଜେଣ୍ଟିନା ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ବିଶ୍ୱକପ ଜିତିବାକୁ ଯୋଜନା କରିଛନ୍ତି। ତେଣୁ ମେସି ଏବଂ ତାଙ୍କ ଦଳକୁ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

ମାତ୍ର ୨୨ ମିନିଟ୍‌ରେ ରେକର୍ଡ ଭାଙ୍ଗିଦେଲେ ଅଭିଷେକ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର କିଛି ମିନିଟ ପରେ ଅଭିଷେକ ଶର୍ମା ଏହି...

ପାଣ୍ଡ୍ୟାଙ୍କ ହାତରୁ ଯାଇପାରେ ଅଧିନାୟକ ପଦ: ରୋହିତଙ୍କ ସହ କଥା ହେଲେ ଆକାଶ ଅମ୍ବାନୀ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ମୁମ୍ବାଇ ଦଳ ହାର୍ଦ୍ଦିକ...

ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର

ହାଇଦ୍ରାବାଦ,୨୭।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)। ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ସ୍କୋର ଛିଡା କଲା ସନରାଇଜର୍ସ ହାଇଦ୍ରାବାଦ: ମୁମ୍ବାଇକୁ ଦେଲା ବିଶାଳ ଟାର୍ଗେଟ୍‌

ହାଇଦ୍ରାବାଦ୍‌,୨୭।୩: ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ବଡ ସ୍କୋର କରିଛନ୍ତି। ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭୮ ରନ୍‌ର ଟାର୍ଗେଟ ଦେଇଛି ହାଇଦ୍ରାବାଦ୍‌। ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri