ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ କରୁଥିଲା। ଜୀବନର ପରିଣତ ବୟସରେ ବି ଦୃଶ୍ୟପଟ ଠିକ୍‌ ରହିବା, ସ୍ପଷ୍ଟ ଶୁଣାଯିବା, କେଶ ନ ପାଚିବା, ଦାନ୍ତ ନ ଝଡ଼ି ସ୍ପଷ୍ଟ ଉଚ୍ଚାରଣ କରିପାରିବା, ବାହ୍ୟ ଚର୍ମ ସତେଜ, ମଜଭୁତ, କାର୍ଯ୍ୟଦକ୍ଷତା ରହୁଥିବାର ନଜିର ରହିଛି। ଏହାର ମୁଖ୍ୟ କାରଣ ହେଲା, ଠିକ୍‌ ଭାବରେ ଆହାର ବିହାର କରୁଥିଲେ। ଜୈବିକସାରରୁ ପ୍ରସ୍ତୁତ ଧାନ, ପନିପରିବା ଚାଷ କରି ଖାଦ୍ୟ ଭାବେ ଖାଉଥିଲେ। ଦୈନନ୍ଦିନ ଉପଯୁକ୍ତ ଶାରୀରିକ ପରିଶ୍ରମ କରୁଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଛୋଟ ଶିଶୁ, ଯୁବକ, ମଧ୍ୟବୟସ୍କ ଆଦି ସମସ୍ତଙ୍କର ଦୈନନ୍ଦିନ ଚାଲିଚଳଣି, ଖାଦ୍ୟପେୟ
ଆହାର ବିହାର ଆଦିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେହିପରି ଖାଦ୍ୟପେୟ ସକାଳୁ ଘରୋଇ ପ୍ରସ୍ତୁତ ଚୁଡ଼ା, ମୁଢ଼ି, ଲିଆ, ଖୁଦ ଉପମା, ଛତୁଆ, ରୁଟି, ସୁଜି ଉପମା, ଇଡ୍‌ଲି, ଚକୁଳି ଜଳଖିଆ ପସନ୍ଦ ନ କରି ପୁରୀ, ବରା, ସିଙ୍ଗଡ଼ା, ନୁଡୁଲ୍‌ସ, ଚାଉମିନ, ପିଜା, ବର୍ଗରକୁ ସକାଳ ଜଳଖିଆ ଭାବେ ପସନ୍ଦ କରୁଛନ୍ତି। ଆଧୁନିକ ତଥା ପାଶ୍ଚାତ୍ୟ ଖାଦ୍ୟଶୈଳୀକୁ ଆପଣେଇ ଖରାବେଳେ ହେଉ କିମ୍ବା ରାତିରେ କେତେକ ବ୍ୟକ୍ତି ଭାତ ସହ ମାଂସ, ମାଛ, ଚିକେନ ଏବଂ ସାଦା ବିରିୟାନୀ, ଚିକେନ ବିରିୟାନୀ ଆଦି ଖାଇବା ପରେ ଆଇସ୍‌କ୍ରିମ, ଥଣ୍ଡା ପାଣି, କୋଲ୍ଡ ଡ୍ରିଙ୍କ୍‌ସକୁ ପାନୀୟ ଭାବେ ସେବନ କରୁଛନ୍ତି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଯେମିତି ଖାଦ୍ୟ ଖାଇବା ସେପ୍ରକାରର ଗୁଣବତ୍ତା ଆମେ ପାଇବା। ଅତ୍ୟଧିକ କାର୍ବୋହାଇଡ୍ରେଟ ଖାଦ୍ୟ ଆମ ପାଇଁ ଶୀଘ୍ର ବାର୍ଦ୍ଧକ୍ୟ ଆଣିଥାଏ। ତେଣୁ ଖାଦ୍ୟରେ ଭାତ ଓ ରୁଟିର ପରିମାଣ କମ୍‌ କରିବା ସହ ଖାଦ୍ୟରେ ଅଧିକ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ସବୁଜ ତଥା ତଟକା ପନିପରିବା, ଶାଗ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦରକାର। ଏହାଦ୍ୱାରା ଭିଟାମିନ ଏ,ବି,ସି,କେ, ଖଣିଜ ଜାତୀୟ ଦ୍ରବ୍ୟ ଶରୀରରେ ଅନୁକୂଳ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଶରୀର ନୀରୋଗ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ସାହାଯ୍ୟ କରିଥାଏ। ଆମେ ଏକାଥରେ ପୁଳାଏ ଖାଦ୍ୟ ନ ଖାଇ କିଛି କମ୍‌ କରି ଖାଇବା ସହ ତିନିଥରକୁ ବରଂ ପାଞ୍ଚ ଥର କରି ଖାଇବା ସ୍ବାସ୍ଥ୍ୟପ୍ରଦ ଅଟେ।
ପାଣି ପିଇବା ସ୍ବାସ୍ଥ୍ୟପ୍ରଦ। ତେବେ ପାଣି ପିଇବାର ଶୈଳୀ ରହିଛି। ସକାଳୁ ଉଠି ଖାଲି ପେଟରେ ଥଣ୍ଡା ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ କିଛି ପାଣି ଏବଂ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଭଲ। କେତେକ ବ୍ୟକ୍ତି ଠିକ୍‌ ଖାଦ୍ୟ ଖାଇବା ପୂର୍ବରୁ, ଖାଦ୍ୟ ଖାଇବା ବେଳେ ଏବଂ ଖାଇବା ପରେ ପରେ ଥଣ୍ଡାପାଣି ପିଅନ୍ତି, ଯାହାକି ଆମର ପାଚନ କ୍ରିୟାରେ ପ୍ରତିକୂଳ ପ୍ରଭାବ ପକାଇ ଶରୀରରେ ପାଚକ ରସକୁ ନିଷ୍କ୍ରିୟ କରାଇଥାଏ। ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ୱାରା ତାହା ଶରୀରରେ ଖରାପ ପ୍ରଭାବ ପକାଇଥାଏ। ଆମର ପୂର୍ବଜମାନେ ଖାଦ୍ୟ ଖାଇ କ୍ଷେତରେ କଠିନ ପରିଶ୍ରମ କରୁଥିଲେ, ଯଦ୍ଦ୍ବାରା ଶରୀରରେ ଖାଦ୍ୟ ଉପଯୁକ୍ତ ପରିପକ୍ୱ ହୋଇ ଶରୀର ସୁସ୍ଥ, ନୀରୋଗ ହୋଇ ଶତାୟୁ ବର୍ଷ ବଞ୍ଚତ୍ ରହୁଥିଲେ। ଫଳସ୍ବରୂପ ସେମାନେ ପରିଣତ ବୟସ ପର୍ଯ୍ୟନ୍ତ ଚଳଚଞ୍ଚଳ ଓ କାର୍ଯ୍ୟକ୍ଷମ ରହିପାରୁଥିଲେ। ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଖାଦ୍ୟଖାଇବା ପରେ ସଙ୍ଗେସଙ୍ଗେ କମ୍ପ୍ୟୁଟର ପାଖରେ ଏବଂ କାର୍ଯ୍ୟାଳୟରେ ଅଧିକ ସମୟ ବସିବା, କେତେକ ବ୍ୟକ୍ତି ଖାଇବା ପରେ ପରେ ସଙ୍ଗେ ସଙ୍ଗେ ଶୋଇପଡ଼ିବା ହେତୁ ମେଦ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ଖାଦ୍ୟ ଠିକ୍‌ଭାବେ ହଜମ ନ ହେବାରୁ ଗ୍ୟାଷ୍ଟ୍ରିକ୍‌ ସସମ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟ ଖାଇବା ପରେ କିଛି ସମୟ ଚଲାବୁଲା କରିବା ଉଚିତ। ଏଣୁ ଜୀବନଶୈଳୀ ହିଁ ଜୀବନର ମାନଦଣ୍ଡ। ଆମେ ହେୟଜ୍ଞାନ କରିବା ଦ୍ୱାରା ଏହାର ପ୍ରତିକୂଳ ପ୍ରଭାବ ଆମେ ହିଁ ଭୋଗ କରିଥାଉ।
ଆଜିକାଲି ଖାଇବା ସମୟରେ ମୋବାଇଲ, ଟିଭି ଦେଖିବା ଏବଂ ବିଳମ୍ବରେ ଶୋଇବା ଆଦି କେତେକଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ସ୍ବାସ୍ଥ୍ୟ ବିଜ୍ଞାନ ମତରେ ଯେକୌଣସି ଖାଦ୍ୟ ଖାଇବା ବେଳେ ମନଲଗାଇ ଖାଇବା, ଖାଦ୍ୟ ପ୍ରତି ଆଗ୍ରହ ରଖି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ, ଯାହାକି ସ୍ବାସ୍ଥ୍ୟପ୍ରଦ।
କେତେକ ବ୍ୟକ୍ତି ଅତ୍ୟନ୍ତ ଥଣ୍ଡା ପାଣି ବା ଫ୍ରିଜ ପାଣି ଏବଂ ଅଧିକ ଥଣ୍ଡା ଥିବା କୋଲ୍ଡ ଡ୍ରିଙ୍କସ ପିଇଥାଆନ୍ତି। ବିଭିନ୍ନ ପ୍ରକାର ଛଣା ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଗଲେ ତାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଆମର ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରରେ ବର୍ଣ୍ଣିତ ହୋଇଛି ଯେ ଆମେ ଯେପରି ଖାଦ୍ୟ ଖାଇବା ତା’ର ଗୁଣବତ୍ତା ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜା, ଶୁକ୍ର ଏହିପରି ପ୍ରକ୍ରିୟା ସପ୍ତଧାତୁ ପ୍ରକ୍ରିୟାକରଣ ହୋଇ ଶେଷରେ ଶରୀରର ସର୍ବଶ୍ରେଷ୍ଠ ଧାତୁ ‘ଓଜ’ ସୃଷ୍ଟି ହୋଇଥାଏ। ଯଦି ଆମେ ଦୈନନ୍ଦିନ ଖାଦ୍ୟରେ କିଛି ପରିମାଣରେ ଗାଈ କ୍ଷୀର, ଶୁଦ୍ଧଘିଅ, ଶୁଦ୍ଧ ମହୁ, ପିସ୍ତାବାଦାମ, ଜୈବିକ ସାରରୁ ଉତ୍ପନ୍ନ ଖାଦ୍ୟଶସ୍ୟ ଆଦି ଖାଦ୍ୟ ରୂପେ ସେବନ କରିବା ଦରକାର। ତା’ସହ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିବା, ଉପଯୁକ୍ତ ପରିଶ୍ରମ କରିବା ଏବଂ ଦୈନନ୍ଦିନ ଜୀବନଶୈଳୀ ଓ ଆହାର ବିହାର ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ପର୍ଯ୍ୟାଲୋଚନା କଲେ ଆମେ ଜାଣିପାରିବା ଯେ ଉତ୍ତମ ଖାଦ୍ୟଶୈଳୀ, ଜୀବନଚର୍ଯ୍ୟା ହିଁ ଦୀର୍ଘାୟୁ ଜୀବନର ମୂଳ ମନ୍ତ୍ର।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?