ଅଟୋରେ ଜନ୍ମ ନେଲା ଶିଶୁ କନ୍ୟା

ମହାକାଳପଡା,୧୮ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତର କୋଚିଳାବେଲାରୀ ଗଁାର ସୂର୍ଯ୍ୟକାନ୍ତ ମାଇତିଙ୍କ ସ୍ତ୍ରୀ ଖୁକମଣି ବେରାଙ୍କ ପ୍ରସବ ବେଦନା ସୋମବାର ମଧ୍ୟାହ୍ନରେ ହୋଇଥିଲା। ତାଙ୍କୁ ପରିବାର ଲୋକେ ନିକଟ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ କହିଥିଲେ। ପରେ ପରିବାର ଲୋକେ ଖୁକମଣିଙ୍କୁ ଏକ ଅଟୋ ରିକ୍ସା ଯୋଗେ ଦୀର୍ଘ ୬ କିମି ଦୂର କଚ୍ଚାରାସ୍ତାରେ ନେଇ ଯାଉଥିଲେ। ଏହି ସମୟରେ ଖରିନାସୀ-ଟୁବି ଫେରିଘାଟ ପୂର୍ବରୁ ରାସ୍ତା ଉପରେ ଅଟୋ ମଧ୍ୟରେ ସେ ଏକ ଶିଶୁକନ୍ୟା ଜନ୍ମ କରିଥିଲେ। ଶିଶୁକନ୍ୟାକୁ ଜନ୍ମଦେବା ପରେ ମା’ ରାସ୍ତାକୁ ଖସିପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ। ଶିଶୁକନ୍ୟାର ନାଭି ଲାଗି ରହିଥିଲା। ପରିବାର ଲୋକେ ଅଚେତ ଅବସ୍ଥାରେ ମା’ ଓ ଶିଶୁକନ୍ୟାଙ୍କୁ ପୁଣି ଅଟୋ ଯୋଗେ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଧରି ଫେରିଥିଲେ। ଖବର ଲେଖାହେଲା ବେଳକୁ ମା’ ଓ ଶିଶୁ କନ୍ୟା ବତୀଘର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସ୍ବାମୀ ସୂର୍ଯ୍ୟକାନ୍ତ କହିଛନ୍ତି।
ସୂଚନାଯୋଗ୍ୟ, ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌) ମୋଡ୍‌ରେ ଘରୋଇ ପରିଚାଳନାରେ ଚାଲିଛି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବୋଟ୍‌ ଆମ୍ବୁଲାନ୍ସ ସରକାର ଯୋଗାଇ ଦେଇଛନ୍ତି। ହେଲେ ଏଠାରେ ସ୍ବାସ୍ଥ୍ୟ ସଚେତନତା ଅଭାବ ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ଉଠୁଛି। ଏହି ପଞ୍ଚାୟତରେ ୧୨ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଏଠାରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଗର୍ଭବତୀ ମା’, ପ୍ରସୂତି ଓ ନବଜାତ ଶିଶୁଙ୍କ ଯତ୍ନ ଉପରେ ସଚେତନ କରୁ ନ ଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ପ୍ରତି ମାସରେ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା, ଗର୍ଭସ୍ଥ ଶିଶୁମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ଟିକାକରଣ, ମମତା ଯୋଜନା ଓ ପୁଷ୍ଟିକର ଖାଦ୍ୟସାମଗ୍ରୀ ଯୋଗାଇ ଦେଉଛନ୍ତି। ମାତ୍ର ତୃଣମୂଳସ୍ତରରେ ଏହାକୁ ତଦାରଖ କରିବାକୁ କୌଣସି ବିଭାଗୀୟ ଅଧିକାରୀ ନଦୀନାଳ ଘେରା ଉପାନ୍ତ ଅଞ୍ଚଳକୁ ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଯାହାର ସଦ୍ୟତମ ଉଦାହରଣ ୨ ମାସ ହେବ ଗର୍ଭବତୀ ଖୁକମଣିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଫୁଟବଲରେ କର୍ଲାମୁଣ୍ଡା ବ୍ଲକ ଚାମ୍ପିୟନ, ୩ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

କର୍ଲାମୁଣ୍ଡା,୩।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କର୍ଲାମୁଣ୍ଡା ବ୍ଲକକୁ ମିଳିଛି ବଡ଼ ସଫଳତା। ୧୭ ବର୍ଷରୁ କମ ବର୍ଗର ଫୁଟବଲ ପ୍ରତିଯୋଗିତାରେ କର୍ଲାମୁଣ୍ଡା…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?