ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ

ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇପଡିଥିବା ୯ବର୍ଷ ତଳର ଏକ ହତ୍ୟା ମାମଲାର ଫାଇଲ୍‌ ଖୋଲି ତଦନ୍ତ ଆରମ୍ଭ କରିଛି ଚନ୍ଦକା ପୋଲିସ। ଗାଡ଼ି ଓ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ଫଟୋ ସହ ପୋଷ୍ଟର ମାରିଛି। ବୁଧବାର ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ଢେଙ୍କାନାଳ ଗସ୍ତ କରିବ। ମୃତଦେହ ନିକଟରୁ ଏକ ଲୁଗା ଦୋକାନର ଜରି ବ୍ୟାଗ ମିଳିଥିଲା। ଯେଉଁଥିରେ ଢେଙ୍ଗାନାଳ କାମାକ୍ଷାନଗର ଲେଖା ରହିଥିଲା। ସେହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢାଇବ ବୋଲି ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି।
ସୂଚନା ମୁତାବକ, ୨୦୧୨ ମେ ୧୨ରେ ଏହି ଥାନା ଅନ୍ତର୍ଗତ ଗୋଠପାଟଣାସ୍ଥିତ ଏକ ଆମ୍ବ ବଗିଚାର ଜଙ୍ଗଲିଆ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ପୋଲିସ ସୂଚନା ଦେଇଥିଲା। ଏଥିସହ ତାଙ୍କ ବେକରେ ନାଲି ଲୁଗା ବନ୍ଧା ହୋଇଥିବାବେଳେ ମୁଣ୍ଡରେ ଓ ମୁହଁରେ ଭିନ୍ନ ଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତବେଳେ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିଲା। ତେବେ ଏହି ମୃତ୍ୟୁକୁ ନେଇ କେହି ଥାନାରେ ଅଭିଯୋଗ ନ କରିବାରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ସ୍ପଷ୍ଟ ହେବାରୁ ପୋଲିସ ଘଟଣାର ଅଢ଼େଇ ବର୍ଷ ପରେ ଅର୍ଥାତ୍‌ ୨୦୧୫ ଜାନୁୟାରୀ ୧୯ରେ ଏକ ହତ୍ୟା ମାମଲା (ନଂ. ୧୨/୧୫) ରୁଜୁ କରିଥିଲା। ହେଲେ ତଦନ୍ତରେ ଶିଥିଳତା ଯୋଗୁ ମହିଳାଙ୍କ ପରିଚୟ ଓ ରହସ୍ୟ ଉନ୍ମୋଚିତ ହୋଇପାରି ନ ଥିଲା। ଫଳରେ କ୍ରମଶଃ ହତ୍ୟା ମାମଲାଟି ଫାଇଲ୍‌ ଭିତରେ ବନ୍ଦ ହୋଇଯାଇଥିଲା। ନିକଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିସିପି ଉମାଶଙ୍କର ଦାସଙ୍କ ନଜରକୁ ଏହି ମାମଲା ଆସିବା ପରେ ଏହାର ପୁନଃ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଆଧାରରେ ଚନ୍ଦକା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପୋଷ୍ଟର ମରାଯାଇଛି। ମହିଳାଙ୍କ ସମ୍ପର୍କରେ କୌଣସି ଖବର ପାଇଲେ ଥାନା ଅଧିକାରୀଙ୍କ ମୋବାଇଲ ନଂ.୮୨୮୦୩୩୮୩୨୩, ୯୪୩୮୮୪୯୯୫୯ ଓ ଜୋନ୍‌ ଏସିପିଙ୍କୁ ୮୨୮୦୩୩୮୨୯୬ ନଂ.ରେ ସୂଚନା ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍‌

କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍‌। ହେଲେ...

୧୧୯ ପିଲାଙ୍କ ସହ ରାଜ୍ୟରେ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ; ପ୍ରାଣ ହରାଇଲେ ୬୯

ଭୁବନେଶ୍ୱର,୨୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧୯ ଜଣ ପିଲା ରହିଛନ୍ତି। ସେମାନଙ୍କ ବୟସ ୧୮...

ମୁଣ୍ଡଳୀରେ ଖସୁଛି ଜଳସ୍ତର

କଟକ ଅଫିସ,୧୭।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲା ପାଣି ଘେରରେ ଅଛନ୍ତି। ତେବେ ମୁଣ୍ଡଳୀରେ...

ବଲାଙ୍ଗୀର ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।...

୯୦ ବର୍ଷ ପରେ ହୁଡ଼ିସାହିରେ ଅଧିକାରୀ

ଚମ୍ପୁଆ, ୧୪।୨(ଡି.ଏନ.ଏ.)-ସମସ୍ୟା ବହୁଳ ହୁଡିସାହି ଚମ୍ପୁଆ ଏନ୍‌ଏସିରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ଏନେଇ ଖବର ପ୍ରକାଶିତ ପରେ ଏନଏସି...

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନରେ ଜୁନ୍‌ ୧୦ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏନ୍‌...

ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ...

ଦିନେ କମିଲେ ଦିନେ ବଢୁଛି: ଆଜି ରାଜ୍ୟରୁ ୩୫୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୩୫୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week