Posted inଜାତୀୟ

ଅଟୋ ଚଳାଇ ପରିବାର ପୋଷୁଛନ୍ତି ୮ ବର୍ଷର ବାଳକ

ବିଜୟଓ୍ବାଡ଼ା, ୫।୯: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାରେ ଜଣେ ୮ ବର୍ଷର ବାଳକ ରାଜଗୋପାଳ ରେଡ୍ଡୀ ନିଜ କଅଁଳ କାନ୍ଧରେ ପରିବାରର ବୋଝ ଉଠାଉଛନ୍ତି। ସେ ଏକ ବିଦ୍ୟୁତ୍‌ଚାଳିତ ଅଟୋ ଚଳାଇ ତାଙ୍କ ଅନ୍ଧ ମାତାପିତା ଓ ଦୁଇ ଭାଇଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଏଥିସହିତ ସେ ଚାଉଳ ଡାଲି ବିକ୍ରି କରୁଛନ୍ତି। ଚିତ୍ତୋର ଜିଲା ଚନ୍ଦ୍ରଗିରି ମଣ୍ଡଳ ଅନ୍ତର୍ଗତ ଗଙ୍ଗୁଡୁପାଲେ ଗ୍ରାମର ରାଜଗୋପାଳ ଅଟୋ ଚଳାଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଖବର ଲୋକଲୋଚନକୁ ଆସିଛି। ତାଙ୍କ ଉପରେ ପୂରା ପରିବାରର ଦାୟିତ୍ୱ ଥିବା ସମ୍ପର୍କରେ ସେ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ବିଦ୍ୟୁତ ଚାଳିତ ଅଟୋରେ ଚାଉଳ, ଡାଲି ବଜାରକୁ ନେଇଥାନ୍ତି। ମାଆବାପା ଅନ୍ଧ ହୋଇଥିବାରୁ ସେ ଅଟୋ ଚଳାଉଥିବା କହିଛନ୍ତି। ଏତେ ଛୋଟ ପିଲା ଗାଡ଼ି ଚଳାଇବା ମୋଟରଯାନ ଆଇନର ଉଲ୍ଲଂଘନ ହୋଇଥିବାବେଳେ, ଅଟୋ କାହାକୁ ଧକ୍କା ଦେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

ରାଘବ ଚଢ଼ାଙ୍କୁ ମିଳିବ ଏହି ଦାୟିତ୍ୱ! ମୋଦି କ୍ୟାବିନେଟ୍‌ରେ ବଡ଼ ପଦବୀ ମିଳିବା ନେଇ ରାଜନୀତିରେ ହଇଚଇ, ହେବେ କି…

ନୂଆଦିଲ୍ଲୀ, ୮।୬: ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିଏନ୍‌ଙ୍କୁ ରାଜ୍ୟ ସଭା ଟିକେଟ ନ ମିଳିବା ପରେ ସେମାନଙ୍କୁ ମୋଦି କ୍ୟାବିନେଟରୁ…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri